Posted inଫୁରସତ

ଚାଷ କାମରୁ ମିଳିଥିଲା ପ୍ରଥମ ପାରିଶ୍ରମିକ: ବଂଶୀଧର ପଣ୍ଡା

ମୋର ଜନ୍ମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ଆରିକମା ଗାଁରେ। ଘରର ଦୁର୍ବଳ ଆର୍ଥିକାବସ୍ଥା ତଥା ସେ ସମୟରେ ଗାଁ ନିକଟରେ ଉଚ୍ଚ ବିଦ୍ୟାଳୟର ସୁବିଧା ନ ଥିବା ଯୋଗୁ ସପ୍ତମ ଶ୍ରେଣୀ ପରେ ମୋ ପାଠପଢାରେ ଡୋରୀ ବାନ୍ଧି ହୋଇ ଯାଇଥିଲା। କିଛିଦିନ ପରେ ବାପା ବି ରୋଗାକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ତେଣୁ ଘର ଖର୍ଚ୍ଚ ତଥା ନିଜ ଖର୍ଚ୍ଚ ଉଠାଇବା ପାଇଁ ପଢା ଛାଡ଼ିବା ପରେ ମୁଁ ବାଧ୍ୟ ହୋଇ ଚାଷ କାମରେ ମନ ନିବେଶ କଲି। ତା’ସହିତ ଗାଁ ଯୁବକଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିବା କୁଷଳାଶୁଣୀ ଅପେରା ପାର୍ଟିରେ ବି କ୍ରମେ ଛୋଟ ମୋଟ ଅଭିନୟ କରିବାକୁ ଲାଗିଲି। ଯେହେତୁ ପୂର୍ବରୁ ମୋର ବିଭିନ୍ନ ପର୍ବପର୍ବାଣୀବେଳେ ଗାଁରେ ଅନୁଷ୍ଠିତ ହେଉଥିବା ଡ୍ରାମାରେ ଶିଶୁ କଳାକାର ଭାବେ ଅଭିନୟ କରିବାର ଅନୁଭୂତି ରହିଥିଲା ତେଣୁ ଅପେରା ପାର୍ଟିରେ ଅଭିନୟ କରିବାରେ ମୋର କିଛି ଅସୁବିଧା ହେଲା ନାହିଁ। ବରଂ ମୋର ପରିପକ୍ୱ ଅଭିନୟ ଦେଖି ଦର୍ଶକ ମୋତେ ପ୍ରଶଂସା କରିବାକୁ ଲାଗିଲେ; ଯାହା ମୋତେ ପରବର୍ତ୍ତୀ ସମୟରେ ଉକ୍ତ ଅପେରା ପାର୍ଟିଟି ଭାଙ୍ଗିଯିବା ପରେ ପ୍ରେରଣା ଦେଇଥିଲା ନୃତ୍ୟ ନାଟିକା, ଗୀତିନାଟ୍ୟ ଏବଂ ନାଟକ ଲେଖିବାକୁ। ୟା’ ଭିତରେ ମୁଁ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଗୀତିନାଟ୍ୟ ଏବଂ ୨୫ରୁ ଉର୍ଦ୍ଧ୍ୱ ନାଟକ ଲେଖିସାରିଛି, ହେଲେ କିଛି ପ୍ରକାଶିତ ହୋଇନାହିଁ। କିନ୍ତୁ ମୋର ଅଧିକାଂଶ ନାଟକ ମୋରି ନିର୍ଦ୍ଦେଶନାରେ ବିଭିନ୍ନ ସ୍କୁଲ ଓ କଲେଜର ବାର୍ଷିକୋତ୍ସବରେ ପରିବେଷଣ ହୋଇ ଉଚ୍ଚ ପ୍ରଶଂସିତ ହୋଇସାରିଛି। ରଘୁ ଅରକ୍ଷିତ, ଖୁଲଣା ସୁନ୍ଦରୀ, ଶାହାଡ଼ା ସୁନ୍ଦରୀ, ରାଜା ଯିବ ଯୋଗୀ ହୋଇ, ମାନ ଭଞ୍ଜନ ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ପ୍ରମୁଖ ନାଟକ। ଏଥିସହିତ ମୁଁ ଗପ, କବିତା ବି ଲେଖେ। ବିଶେଷକରି ବ୍ୟଙ୍ଗ କବିତା ଲେଖିବାରେ ମୋର ରୁଚି ଥାଏ। ‘ବଂଶୀନିସ୍ବନ’ ହେଉଛି ମୋର ଏକ ପ୍ରକାଶିତ କବିତା ସଂକଳନ। ତା’ଛଡ଼ା ରାଜ୍ୟ ସଂସ୍କୃତି ବିଭାଗର ସହାୟତାରେ ‘ପୁରୁଣା କଥା ପୁରାଣ କଥା’ ନାମରେ ଏକ ଆଧ୍ୟାତ୍ମିକ ପୁସ୍ତକ ବି ମୋର ପ୍ରକାଶିତ ହୋଇସାରିଛି। ଏଥିସହିତ ମୋ ଲିଖିତ ଓ ନିର୍ଦ୍ଦେଶିତ ‘ନୀଳମାଧବ’ ନାଟକଟି ଦୂରଦର୍ଶନରେ ପ୍ରସାରିତ ହୋଇ ଉଚ୍ଚ ପ୍ରଶଂସିତ ବି ହୋଇଛି; ଯେଉଁଥିରେ ମୁଁ ଅଭିନୟ ମଧ୍ୟ କରିଛି। ସେହିପରି ୨୦୧୦ରୁ ମୁଁ ବଣମଲ୍ଲୀ ସାହିତ୍ୟ ସଂସଦର ସଭାପତି ଦାୟିତ୍ୱ ତୁଲାଇଆସୁଛି। କେବଳ ସେତିକି ନୁହେଁ ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବାର ଏକ ଛୋଟ ପ୍ରୟାସ ଆରମ୍ଭ କରିଥିବାରୁ ମୋତେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ବି ସରକାରଙ୍କ ତରଫର ମିଳିଛି। ତା’ଛଡ଼ା ମୋ ଗାଁ ଘରେ ନିଜସ୍ବ ଉଦ୍ୟମରେ ଏକ ପୁସ୍ତକ ସଂଗ୍ରହାଳୟ ବି ମୁଁ ଗଢିଛି, ଯାହାର ନାଁ ହେଉଛି ମୁଖଶାଳା ପାଠାଗାର। ଆଉ ଯେଉଁଥିରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ପୁସ୍ତକ ରହିଛି। ଭାଗ୍ୟର ବିଡ଼ମ୍ବନା ଯୋଗୁ ଉଚ୍ଚ ଶିକ୍ଷା ସିନା କରିପାରିଲିନି ହେଲେ ଭଗବାନଙ୍କ ଆର୍ଶୀବାଦରୁ ନିଜ ଲେଖା ଓ ଅଭିନୟ ମାଧ୍ୟମରେ ପାଠକ ତଥା ଦର୍ଶକଙ୍କ ମନରେ ଘର କରିପାରିଥିବାରୁ ଏବେ ବେଶ୍‌ ଖୁସି ଅନୁଭବ କରିପାରୁଛି। ଏଥିସହିତ ମୁଁ ହେଉଛି ଜଣେ ଚାଷୀ ପୁଅ। ତେଣୁ ଜୀବନର ପ୍ରଥମ ପାରିଶ୍ରମିକ ଏହି ଚାଷରୁ ହିଁ ମୁଁ ପାଇଛି। ଅବଶ୍ୟ ଅପେରା ପାର୍ଟିରେ ଅଭିନୟ କଳାବେଳେ କେତେବେଳେ କେମିତି କିଛି ପଇସା ହାତକୁ ଆସୁଥିଲା, ହେଲେ ତାହା ଏତେ କମ୍‌ ଥିଲା ଯେ ସେଥିରେ ସେମିତି କିଛି ଆଖି ଦୃର୍ଶୀୟା କାମ କରି ହେଉ ନଥିଲା। କେବଳ ଜଳଖିଆ ଟିକେ ଖାଇ ପେଟକୁ ଯାହା ଶାନ୍ତି କରିହେଉଥିଲା। ଏବେ ତ ଭଗବାନଙ୍କ ଆର୍ଶୀବାଦ ମୋ ସାଙ୍ଗରେ ଅଛି, ତେଣୁ ଅଭାବରେ ବି ବେଶ୍‌ ଶାନ୍ତିରେ ଆଉ ଖୁସିରେ ମୁଁ ଚଳି
ଯାଉଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri