Posted inଜାତୀୟ

ଏଲ୍‌ଏସିରେ ଭାରତୀୟ ଯବାନଙ୍କ ସଂଖ୍ୟା ବଢ଼ିଲା…

ଲଦାଖ,୧୪।୧୧: ଲଦାଖରେ ଚାଇନା ଏବଂ ପାକିସ୍ଥାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରବଳ ଶୀତରେ, ଶତ୍ରୁ ପକ୍ଷର ଯେ କୌଣସି କାର୍ଯ୍ୟର କଡ଼ା ମୁକାବିଲା ଲାଗି ଭାରତୀୟ ସେନା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଜାଗ ରହିଛି। ଏହି ମର୍ମରେ ଲଦାଖର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ର ଲେହ ନିକଟରେ ଥିବା ୧୪ କୋର୍‌ ଡିଭିଜନରେ ଯବାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।

ଶୀତଦିନେ ଚାଇନାର ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ସେନା ଅତିରିକ୍ତ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଚ୍ୟାଲେଞ୍ଜିଂ ପରିସ୍ଥିତିରେ କାର୍ଯ୍ୟ କରି ପୂର୍ବ ଲଦାଖରେ ଚାଇନାର ଆହ୍ବାନର ସମ୍ମୁଖୀନ ହେବାକୁ ଥିବା ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମ ସୀମା ନିକଟରେ ପିଏଲଏର ଉପସ୍ଥିତି ଯୋଗଏଲ୍‌ଏସିରେ ଯବାନଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

ପୂର୍ବ ଲଦାଖରେ ୩୦,୦୦୦ ଯବାନଙ୍କୁ ମୁତୟନ କରାଯାଇଛି। ଗତ ବର୍ଷ ଲଦାଖରେ ଜମ୍ମୁ-କଶ୍ମୀରର କେତେକ ୟୁନିଟକୁ ମୁତୟନ କରାଯାଇଥିଲା। ଗତ ବର୍ଷ ଗଲୱାନ ଘାଟି ଘଟଣା ପରେ ଏକ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) ସେକ୍ଟରକୁ ଗଲୱାନ ଉପତ୍ୟକାକୁ ସ୍ଥାନାନ୍ତର କରାଯାଇଥିବାବେଳେ ୟୁନିଫର୍ମ ଫୋର୍ସର ଏକ ୟୁନିଟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ ପୂର୍ବ ଲଦାଖରେ ଉଭୟ ପାର୍ଶ୍ୱରେ ପ୍ରାୟ ୩୦,୦୦୦ ସୈନିକ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ ଉଭୟ ଭାରତ ଏବଂ ଚାଇନା ପକ୍ଷରୁ ଏଲ୍‌ଏସି ଅଞ୍ଚଳରେ ପ୍ରାୟ ୫୦,୦୦୦ ରୁ୬୦,୦୦୦ ସୈନ୍ୟଙ୍କୁ ମୁତୟନ କରାଯାଇଛି। ଆବଶ୍ୟକତା ଏବଂ ପରିସ୍ଥିତିି ଅନୁଯାୟୀ ସୈନ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

ସୂତ୍ରରୁ ପ୍ରକାଶ ଯେ ଏଲ୍‌ଏସି ସହିତ ଟେକ୍ନୋଲୋଜି ନିୟୋଜନ ଏବଂ ସିଙ୍କ୍ରୋନାଇଜଡ ମନିଟରିଂ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଭାରତୀୟ ସେନା ଭୂମିରେ ସେନା ବୃଦ୍ଧି କରିବା ପରିବର୍ତ୍ତେ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ଧ୍ୟାନ ଦେଉଛି। ଶତ୍ରୁ ଗତିବିଧି ବିଷୟରେ ଅଗ୍ରୀମ ସୂଚନା ରଖିବା ପାଇଁ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଲ୍‌ଏସି ଉପରେ ନଜର ରଖିୁଥିବା ଇଣ୍ଟିଗ୍ରେଟେଡ ଆଭିଏସନ ବ୍ରିଗେଡ ସ୍ଥାପନ କରାଯାଇଛି। ଏଥିରେ ଏମ୍‌-୭୭୭ ହାଲୁକା ହୋୱିଜର୍‌, ବୋଫର୍ସ ଏବଂ କେ-୯ ବଜ୍ର ବନ୍ଧୁକ ସହିତ ବହୁ ପ୍ରଣାଳୀକୁ ସାମିଲ କରାଯାଇଛି। ସେହିପରି ଶତ୍ରୁର ମୁକାବିଲା ପାଇଁ ପ୍ରମୁଖ କ୍ଷେପଣାସ୍ତ୍ର ପ୍ରଣାଳୀକୁ ମଧ୍ୟ ଏଲ୍‌ଏସିରେ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ କରିପାରିବେନି ବଳ।ତ୍କାର ଅଭିଯୋଗ

ବେଙ୍ଗାଲୁର,୯।୮: ୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ବଳତ୍କାର ହୋଇଥିବା ଅଭିଯୋଗ ଆଣିପାରିବେ ନାହିଁ। ଅଭିଯୋଗ ଆଣିଲେ ଅଭିଯୋଗକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ...

ମାଉଣ୍ଟ ଡୋମ୍‌ ଖାଙ୍ଗ ଉପରେ ବିଜୟ: ତ୍ରିରଙ୍ଗା ଉତ୍ତୋଳନ କଲେ ଆଇଟିବିପି ଯବାନ…

ନୂଆଦିଲ୍ଲୀ, ୨୪।୯ : ଭାରତ-ତିବ୍ଦତୀୟ ସୀମା ପୋଲିସର ପର୍ବତାରୋହୀମାନେ ଇତିହାସ ସୃଷ୍ଟି କରିଛନ୍ତି। ଆଇଟିବିପି ଯବାନମାନେ ସଫଳତାର ସହିତ ଉତ୍ତର ସିକିମରେ ଅବସ୍ଥିତ ମାଉଣ୍ଟ ଡୋମ...

କବାଡି ଖେଳିଳେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୧୪ ।୧୦: ମଧ୍ୟପ୍ରଦେଶ ଭୋପାଳର ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ସେ ମହିଳା କବାଡି ଖେଳାଳିଙ୍କ ସହ କବାଡି...

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ଚିଦାମ୍ବରମଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ,୪।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ବୁଧବାର ସର୍ତ୍ତ ମୂଳକ ଜାମିନ୍‌ ମିଳିଛି। ସୁପ୍ରିମ୍‌କୋର୍ଟ ଜାମିନ୍‌ ଆବେଦନର ବିଚାର କରି ଏହାକୁ ମଞ୍ଜୁର...

ପଶ୍ଚିମବଙ୍ଗରେ ଭାଜପାକୁ ଝଟ୍‌କା

କୋଲକାତା,୨୧ ।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ପ୍ରତିଦିନ ଏଠାରୁ କିଛି ନା...

କର୍ନାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧରେ ବଜରଙ୍ଗ ଦଳର ପ୍ରଦର୍ଶନ

ବେଙ୍ଗାଲୁରୁ,୯।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଅର୍ଥାତ୍‌ ୧୦ ମେ’ରେ ଭୋଟ ଗ୍ରହଣ ହେବାକୁ ଯାଉଛି। ଏହାର ଠିକ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର...

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ନୂଆଦିଲ୍ଲୀ,୨୬ା୬(ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁଜରାଟରୁ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୫ରେ ହେବାକୁ ଥିବା ଉପନିର୍ବାଚନ ଲାଗି ସେ ମଙ୍ଗଳବାର...

ଭାଜପା ଶିବିରରେ ଜ୍ୟୋତିରାଦିତ୍ୟ: ରାଜ୍ୟ ସଭା ପାଇଁ ଶୁକ୍ରବାର କରିବେ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ଥିଲେ। ସେ...

Advertisement
Archives

Model This Week