Posted inଫୁରସତ

କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି

‘କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି ।’ ଏହି ଲୋକକଥାଟି ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରତ୍ୟେକ ଓଡ଼ିଆଙ୍କ ମନଙ୍କୁ ଆହ୍ବାନ କରେ। ଭବିଷ୍ୟତ ଗଢ଼ିବାରେ ପ୍ରେରଣା ଦିଏ। ପୁଣି- ‘ତୁମପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ । ଚେହେରାଟି ତାର ଡଉଲଡାଉଲ ବୁଦ୍ଧିରେ ତା’ର ସରି କିଏ। ବଡ଼ହେଲା ଦିନେ ସେହି ପିଲା ମଧୁବାରିଷ୍ଟର ବୋଲାଇଲା। ଦେଶ ପାଇଁ କେତେ କାମକରି ସିଏ କାଳେ କାଳେ ଯଶ ରଖିଗଲା।’ ପଦ୍ୟାଂଶଟି ମନେପକାଇଦିଏ ମଧୁବାବୁଙ୍କ ପିଲାଦିନ, ଗାଁଚାଟଶାଳୀ, ଗାଁ ମାଟିର ପାଣି ପବନ ଓ ଦେଶ ଜାତିର ସୁରକ୍ଷା ନିମନ୍ତେ ଭଲକାମ କରିବାର ମହତ ପଣିଆକୁ। ତେବେ ବହୁ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ, ସ୍ବାଧୀନତା ସଂଗ୍ରାମୀ, ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରାଣପ୍ରତିଷ୍ଠାତା, ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ସ୍ବାଭିମାନୀ ପୁରୁଷ ଉତ୍କଳଗୌରବ ମଧୁସୂଦନ ଦାସଙ୍କ- ତ୍ୟାଗ, ସେବା, ପରୋପକାର ଓ ଦେଶପ୍ରେମ ଯୁଗଯୁଗ ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥାଏ। କିନ୍ତୁ ପ୍ରତିବର୍ଷ ଏପ୍ରିଲ ୨୮ତାରିଖ ପାଖେଇ ଆସିଲେ ବିଶେଷକରି ଓଡ଼ିଶାବାସୀ ମନେପକାଇଥାନ୍ତି ମଧୁବାବୁଙ୍କୁ। ତେବେ କିପରି ରହିଛି ତାଙ୍କର ଜନ୍ମପୀଠ ଏବଂ କର୍ମଭୂମିର ସ୍ମୃତି-ସ୍ମାରକୀ, କେମିତି ପାଳନ ହୁଏ ମଧୁ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ। ସେ ସମ୍ପର୍କରେ ହୁଏତ ଅନେକେ ଉଣା ଅଧିକେ ଜାଣିଥିବେ।

ଉତ୍କଳଗୌରବ ମଧୁସୂଦନ ଦାସ:

କଟକ ଜିଲାର ସତ୍ୟଭାମାପୁର ଗ୍ରାମରେ ୧୮୪୮ ଏପ୍ରିଲ ୨୮ତାରିଖରେ ମଧୁସୂଦନ ଦାସ ଜନ୍ମ ଲାଭ କରିଥିଲେ ା ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ, ମାତା ପାର୍ବତୀ ଦେବୀ। ସେ ଥିଲେ ଦୁଇଭାଇ ଗୋବିନ୍ଦ ବଲ୍ଲଭ ଏବଂ ଗୋପାଳ ବଲ୍ଲଭ। ଗୋବିନ୍ଦ ବଲ୍ଲଭ ପରବର୍ତ୍ତୀ ପର୍ଯ୍ୟାୟରେ ବାରିଷ୍ଟର ମଧୁସୂଦନ ଦାସ ଏବଂ ଓଡ଼ିଆର ପ୍ରତି ହୃଦୟର ଉତ୍କଳ ଗୌରବ ମଧୁବାବୁ ରୂପେ ପରିଚିତ ହୋଇଥିଲେ। ପିଲାଟି ଦିନରୁ ବାଲ୍ୟଶିକ୍ଷା ମାଟିବଂଶ ଅବଧାନଙ୍କ ପାଖରେ ଆରମ୍ଭ କରିଥିଲେ। ସ୍ଥାନୀୟ ମହାସିଂହପୁର ମେଟ୍‌କାଫ୍‌ ସ୍କୁଲଶିକ୍ଷା ସମାପ୍ତି ପରେ ସେ ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ପାଠ ପଢ଼ିଥିଲେ। ୧୮୬୪ରେ ମାଟ୍ରିକ୍‌ ପାଶ୍‌, ୧୮୬୮ରେ ଏଫ୍‌.ଏ.ଆଇ.ଏ. ପାସ୍‌, ୧୮୭୦ରେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‌ ଭାବେ କଲିକତାରୁ ବି.ଏ., ୧୮୭୩ରୁ ପ୍ରଥମ ଓଡ଼ିଆ ଭାବେ କଲିକତା ବିଶ୍ୱବିଦ୍ୟାଳୟରେ ଏମ୍‌.ଏ., ୧୮୭୮ରେ ବି.ଏଲ୍‌. ଆଇନ୍‌ ପାଶ୍‌ ଓ ପ୍ରଥମ ଓଡ଼ିଆ ଓକିଲ, କିନ୍ତୁ ମଧୁବାବୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ବପ୍ନ ଦେଖିଥିଲେ। ଏଥିପାଇଁ ୧୯୦୩ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠାକରି ଓଡ଼ିଆ ଭାଷା, ସଂସ୍କୃତି ଓ ଜାତିର ଉନ୍ନତି କରିଥିଲେ। ଦେଶ ଜାତିର ଉନ୍ନତି ପାଇଁ ତାଙ୍କର ଅନେକ ଲେଖାରେ ଆହ୍ବାନ ଦେଇଥାନ୍ତି।୧୯୦୪ରେ ଉତ୍କ ଳ ଟ୍ୟାନେରୀ ପ୍ରତିଷ୍ଠା କରିଥିଲେ। ୧୯୧୩ରେ ବିହାର ଓଡ଼ିଶା ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ। ୧୯୩୪ ଫେବୃୟାରୀ ୪ତାରିଖରେ ତାଙ୍କର ମହାପ୍ରୟାଣ ଘଟିଥିଲା। ସମୟ କ୍ରମେ ମଧୁବାବୁଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ତାଙ୍କର ଝିଆରୀ ରମା ଦେବୀ କସ୍ତୁରବା ସ୍ମାରକନିଧି ଟ୍ରଷ୍ଟ ହାତରେ ଅର୍ପଣ କରିଦେଇଥିଲେ।

ଯିବେ ଯଦି ମଧୁପୀଠ: ଚୈତ୍ର ମାସର ଶେଷ ରବିବାର। ଅପରାହ୍ନ ସମୟ। କଟକ ବାଦାମବାଡ଼ିରୁ ପ୍ରାୟ ୬କିମି ଦୂର ଜଗତପୁର। ପୁଣି ଏଠାରୁ ପ୍ରାୟ ୧୦ କିମିଦୂର – ପାଗ ଛକ(ମଧୁବଜାର)। ଏଇଠୁ ଗୋପୀନାଥପୁର ରାସ୍ତାରେ ପ୍ରାୟ ୩ କିମି ଆସିବା ପରେ, ରାସ୍ତାର ବାମକଡ଼ରେ ରହିଥିବା ପୂର୍ତ୍ତବିଭାଗର ଏକ ଫଳକ ମଧୁସ୍ମୃତି ତୋରଣ ଆଡ଼କୁ ସୂଚିତ କରୁଥିବାର ନଜର ପଡ଼ିଲା। ଆଉ ମାତ୍ର ଅଳ୍ପ ଦୂର ହେବ ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଐତିହ୍ୟ ସମ୍ପନ୍ନ ସତ୍ୟଭାମାପୁର। ସ୍ଥାନୀୟ ଲୋକଙ୍କଠାରୁ ଶୁଣିଲୁ ଏହି ପବିତ୍ର ପୀଠ ପରିସର ହିଁ ସ୍ବାଭିମାନୀ ମହାପୁରୁଷଙ୍କ ଅନ୍ତୁଡ଼ିଶାଳ । ଜନ୍ମପୀଠର ପ୍ରବେଶପଥରେ ମଧୁସୂଦନ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବାର ଦେଖିଲୁ । ଏଥର ଅଭିଳଷିତ ପୁଣ୍ୟଭୂମି ପରିସରକୁ ଯିବାପୂର୍ବରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ପ୍ରଣାମକରି ପୀଠଭିତରକୁ ଯାଇଥିଲୁ। ପୀଠ ପରିସରରେ ଥିବା ରସ ପୋଖରୀର ଦକ୍ଷିଣରେ ଏବେ ୩ଟି ଗୃହବିଶିଷ୍ଟ ମଧୁସୂଦନ ସଂଗ୍ରହାଳୟଟିଏ ନିର୍ମାଣ ହୋଇଥିବା ଜାଣିଲୁ। ପୋଖରୀ ସମ୍ମୁଖରେ ଦି’ତାଲା ବିଶିଷ୍ଟ ପୁରୁଣା କୋଠାଘର। ନିକଟରେ ରହିଛି ନୂଆଣିଆ ଚାଳଛପର ଘର। କାନ୍ଥରେ ପକାଯାଇଛି ଓଡ଼ିଆଘରର ପାରମ୍ପରିକ ଝୋଟି ଚିତା। ଏହି ଚାଳଘର ପାଖରେ ଥିବା ଏକ ମଣ୍ଡପରେ ଗାନ୍ଧିଜୀ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୋଇଛି। ଏଠାରେ ରହୁଥିବା କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକୀ ଟ୍ରଷ୍ଟ (ଉତ୍କଳଶାଖା)ର ସଂପାଦିକା ସନ୍ଧ୍ୟାରାଣୀ ମଲିକ କୁହନ୍ତି- ଏହି ପୀଠ ପରିସରରେ ମଧୁବାବୁଙ୍କ ନାମରେ ଏକ ମଣ୍ଡପ, ରସ ପୋଖରୀ, ପାଠାଗାର, ମ୍ୟୁଜିୟମ୍‌, ଶିଶୁ ଉଦ୍ୟାନ ଆଦି ରହିଛି। ଏଠାକୁ ଆସିଥିବା ଗୋପୀନାଥପୁର ଗାଁର ବିଶ୍ୱରଂଜନ ସାହୁ କୁହନ୍ତି- ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ସାରାଦେଶରେ ଖୁବ୍‌ ପରିଚିତ ଗାଁଟିଏ, ଖାସ୍‌ ମଧୁବାବୁଙ୍କ ପାଇଁ । କିନ୍ତୁ ଏହି ପବିତ୍ର ସ୍ଥାନ ଅଧିକ ଆକର୍ଷଣୀୟ ହେବା ଉଚିତ। ମଧୁସୂଦନ ସାଂସ୍କୃତିକ ପରିଷଦର ସଭାପତି ପ୍ରଶାନ୍ତ କୁମାର ରାଉତ କୁହନ୍ତି, ‘ଆମ ଗାଁର ପ୍ରାୟ ପାଞ୍ଚଟି ସାହି। ଲୋକସଂଖ୍ୟା ୩ହଜାର ହେବ, ଅଧିକାଂଶ ଚାଷ ଉପରେ ନିର୍ଭରଶୀଳ। କିନ୍ତୁ ମଧୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗ୍ରାମବାସୀ ପ୍ରଥମେ ନିଜସ୍ବ ଉଦ୍ୟମରେ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରୁଥିଲେ। ସମୟକ୍ରମେ ଗାଁର ମଧୁସ୍ମୃତି କମିଟି ଜରିଆରେ ରାଜ୍ୟସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ତାଙ୍କର ଦିବସକୁ ପାଳନ କରାଯାଉଛି। ଗାଁରେ ଥିବା ମଧୁସୂଦନ ସାଂସ୍କୃତିକ ପରିଷଦର କର୍ମକର୍ତ୍ତାମାନେ ମଧୁବାବୁଙ୍କୁ ମନେପକାଇ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ କରିଥାନ୍ତି, ଏଥିରେ ବିଶେଷକରି ଯୁବକମାନେ ଭାଗନେଇଥାନ୍ତି। ଜନ୍ମପୀଠ ପରିସରରେ ମଧୁବାବୁଙ୍କ ଅନ୍ତୁଡ଼ିଶାଳ, ପୁରୁଣାଢିଙ୍କି, କେତେକ ବ୍ୟବହାରିକ ସାମଗ୍ରୀ ଫଟୋଚିତ୍ର ସାଇତା ହୋଇ ରହିଛି । କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକୀ ଟ୍ରଷ୍ଟ କନ୍ୟାଶ୍ରମ ଚାଲୁଅଛି। ପ୍ରଶାନ୍ତ କୁମାର ଭୂୟାଁ କୁହନ୍ତି, ସତ୍ୟଭାମାପୁରକୁ ୨୦୧୭ରେ ନୂତନ ଗ୍ରାମପଞ୍ଚାୟତର ମାନ୍ୟତା ମିଳିଛିି। କିନ୍ତୁ ମଧୁବାବୁଙ୍କ ଚାଟଶାଳୀ ଯାହା ପରବର୍ତ୍ତୀ ୧୯୦୯ ମସିହାରେ ମହାସିଂହପୁର ହାଇସ୍କୁଲ ନାମରେ ସ୍ଥାପିତ ହୋଇଥିଲା। ଏହି ଶିକ୍ଷାନୁଷ୍ଠାନର ବିଶେଷ ଉନ୍ନତି ହୋଇପାରି ନାହିଁ। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଏହି ପବିତ୍ର ପୀଠକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ ପାଇଁ କେତେକ କାର୍ଯ୍ୟ କରାଯାଇଛି। ଏଥିସହିତ କଟକ-ଚାନ୍ଦବାଲି ରାସ୍ତାକୁ ମଧୁସୂଦନ ରାଜପଥ ନାମରେ ନାମିତ କରାଗଲେ ପୂଜ୍ୟପୂଜାର ଆଉଏକ ପରିଚୟ ଯୋଡ଼ି ହୋଇପାରିବ।

କଟକ ମଧୁସ୍ମୃତି ସଂଗ୍ରହାଳୟ -କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ରହିଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସଂଗ୍ରହାଳୟ; ଯାହା କି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଏହି ସଂଗ୍ରହାଳୟର ତତ୍ତ୍ୱାବଧାରକ ଜ୍ୟୋତିପ୍ରକାଶ ଦାସ କୁହନ୍ତି- ଏହି ମହାବିଦ୍ୟାଳୟର ପରିସରଭୁକ୍ତ ଗୋଟିଏ କୋଠାରେ ୨୦୦୭ ମସିହା ଏପ୍ରିଲ ୨୮ରେ ମଧୁସୂଦନ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଛି। ଏଠାରେ ମଧୁବାବୁଙ୍କ ଦ୍ୱାରା ବ୍ୟବହୃତ ବହୁ ଦୁର୍ମୂଲ୍ୟ ସାମଗ୍ରୀ ଯଥା- ବହି, ଚିଠିପତ୍ର, ବନ୍ଧୁକ, ଜୋତା, ଶିଙ୍ଗ କାରୁକାର୍ଯ୍ୟ, ଚେୟାର, ଖଟ, ଛତା, ଫଟୋଚିତ୍ର ଇତ୍ୟାଦି ଆସବାବପତ୍ର ସାଇତା ହୋଇ ରହିଛି। ଏହି ସଂଗ୍ରହାଳୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ମଧୁବାବୁଙ୍କ ଅନେକ ବିରଳ ଦସ୍ତାବିଜକୁ ଦେଖିବା ସହିତ ମଧୁବାବୁଙ୍କ ବିଷୟରେ ବହୁ ଜଣାଅଜଣା କଥା ବୁଝି ଜାଣିହେବ। ଏଥିପାଇଁ ପର୍ଯ୍ୟଟକଙ୍କୁ କୌଣସି ଦେୟ ଦେବାକୁ ପଡେ ନାହିଁ।
ମଧୁବାବୁଙ୍କ ଜୀବନୀରୁ ପ୍ରେରଣା ମିଳୁଛି- ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କରି ମାର୍ଗଦର୍ଶନରେ କାମ କରିବା ପାଇଁ ଶପଥ ନେଇଥିଲେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ଉତ୍କଳ ସମ୍ମିଳନୀର ସଭାପତି ଦିଲ୍ଲୀପ ଦାଶ ଶର୍ମା। ସେ କୁହନ୍ତି, ‘ସ୍କୁଲ ସମୟରେ ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ଏକ ରଚନା ଲେଖିବା ପାଇଁ କୁହାଯାଇଥିଲା। ଆଗରୁ ତାଙ୍କ ବିଷୟରେ କେତେକ ପୁସ୍ତକ ପଢିଥିଲି। ସେବେଠାରୁ ଉତ୍କଳ ଗୌରବଙ୍କୁ ଭଲପାଉଛି। ପରେ ଆଇନ ଛାତ୍ର ହୋଇଥିବାରୁ ମଧୁବାବୁଙ୍କ ବିଷୟରେ ଅଧିକ ଜାଣିବାକୁ ମିଳିଲା ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବା ପାଇଁ ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟଭାବେ ଯୋଗ ଦେଲି। ୨୦୦୪ମସିହାରେ ଛତିଶଗଡରେ ଓଡ଼ିଆ ଲିପିଶିକ୍ଷା କେନ୍ଦ୍ର ଖୋଲିବା ପାଇଁ ଅନ୍ୟମାନଙ୍କ ସହିତ ଯାଇଥାଏ ା ସେଠାରେ ଓଡ଼ିଆ ପଢ଼ାଇବା ପାଇଁ ଛାତ୍ରୀଛାତ୍ରମାନଙ୍କୁ କେତେକ ଉପକରଣ ସହିତ ମଧୁ ବର୍ଣ୍ଣବୋଧ ପୁସ୍ତକ ଦିଆଯାଉ ଥାଏ ା ମାତ୍ର ସେଠାରୁ ଫେରିବା ସମୟରେ ମଧୁ ବର୍ଣ୍ଣବୋଧ ପୁସ୍ତକ ଖୋଲି ପଢୁଥିଲି ା ଏହି ବହିରେ ଶେଷଆଡ଼କୁ ମଧୁବାବୁଙ୍କ ବିଷୟରେ ଅଳ୍ପ କିଛି ଧାଡ଼ିରେ ଲେଖା ସହିତ ଫଟୋ ରହିଥାଏ। ଛତିଶଗଡ଼ରୁ ଫେରିବା ପରେ ମଧୁ ବର୍ଣ୍ଣବୋଧ ପୁସ୍ତକରୁ ଏହି ଲେଖା ପରିବର୍ତ୍ତନ କରିବାକୁ ଚାହିଁ କିଛି ନ ହେବାରୁ ଖବର କାଗଜରେ ପ୍ରାପ୍ତ ପତ୍ରରେ ଲେଖିଲି- ‘ମଧୁ ବର୍ଣ୍ଣବୋଧରେ ମଧୁବାବୁ ଲଜ୍ଜିତ’ ା ଏହା ପରେ ପୁସ୍ତକର ପ୍ରକାଶକ ଏହା ପରିବର୍ତ୍ତନ କଲେ। ଆଉ ଏକ ଘଟଣା – ବାଣୀ ବିହାର ପରିସରରେ ବିଭିନ୍ନ ଛାତ୍ରାବାସ ସମ୍ମୁଖରେ କେତେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରହିଥାଏ, ମାତ୍ର ସେତେବେଳେ ମଧୁସୂଦନ ଛାତ୍ରାବାସ ସମ୍ମୁଖରେ କେବଳ ଖୋଲା ପଡିଆ ରହିଥିଲା ା କିପରି ଛାତ୍ରାବାସ ସମ୍ମୁଖରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇପାରିବ ଏହି ସନ୍ଧାନରେ ଡ. ଗୋପାଳକୃଷ୍ଣ ପଣ୍ଡା (ଉତ୍କଳ ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ପ୍ରଫେସର ଓ ମଧୁସୂଦନ ଛାତ୍ରାବାସର ସୁପରିଣ୍ଟେଣ୍ଡେଣ୍ଟ)ଙ୍କୁ ସାକ୍ଷାତ କରି ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲି ା ପରେ ଉକତ୍ଳ ସମ୍ମିଳନୀ ସଭାପତି ବସନ୍ତ କୁମାର ପାଣିଗ୍ରାହୀ ସେହି ବର୍ଷ ମଧୁ ଜୟନ୍ତୀରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ୨୦୦୫ ମସିହାର କଥା ା ବସନ୍ତ କୁମାର ପାଣିଗ୍ରାହୀ ମୋତେ ଦିନେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଡାକି କହିଲେ, ଉକତ୍ଳ ସମ୍ମିଳନୀର କାର୍ଯ୍ୟ ଆମ ବ୍ରହ୍ମପୁରରେ ଭଲ ଚାଲୁଛି ା ଅନ୍ୟ ସ୍ଥାନରେ ଥିବା ଶାଖା ଭଲ କାମ କରୁଛି ା ମାତ୍ର ଭୁବନେଶ୍ୱର ରାଜ୍ୟର ରାଜଧାନୀ, ଏଠାରେ ତୁମେ କିଛି କର। ଏମିତିରେ ତା୧ା୪ା୨୦୦୬ରିଖ ପବିତ୍ର ଉତ୍କଳ ଦିବସରୁ ଉକତ୍ଳ ସମ୍ମିଳନୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ନାମରେ ଏକ ଶାଖା ଗଠନ କରାଗଲା ା ସମ୍ମିଳନୀର ଉପଦେଷ୍ଟା ପଦ୍ମ ଚରଣ ନାୟକ ଓ ତତ୍କାଳୀନ କେନ୍ଦ୍ରୀୟ ସଭାପତି ବସନ୍ତ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ବତ୍ତର୍ର୍ମାନର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ପ୍ରାକ୍ତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟନ କରିଥିଲେ ା ଗତ ୧୫ବର୍ଷ ହେଲା ଏହି ଅନୁଷ୍ଠାନ ମାଧ୍ୟମରେ ଉକତ୍ଳ ଗୌରବ ମଧୁସୂଦନ ଦାସଙ୍କ ସ୍ବପ୍ନର ଓଡ଼ିଶା ପାଇଁ କିଛି କାର୍ଯ୍ୟକ୍ରମ ଚାଲିଛି। ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ପ୍ରତିଭାମାନଙ୍କୁ ଉକତ୍ଳ ଗୌରବ ମଧୁସୂଦନ ଓ ବୀର ସୁରେନ୍ଦ୍ର ସାଏଙ୍କ ସମ୍ମାନରେ ସମ୍ମାନିତ କରାଯାଉଛି ା ପ୍ରତି ବର୍ଷ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଓଡ଼ିଆ ଅଲିମ୍ପିକ ପରୀକ୍ଷା କରାଯାଉଛିି ା ମଧୁବାବୁଙ୍କ ସମେତ ଅନ୍ୟ ବରପୁତ୍ରମାନଙ୍କ ତାରିଖ ଓ ତିଥି ଅନୁସାରେ ଜନ୍ମ ଓ ଶ୍ରାଦ୍ଧ ଦିବସ ବିଷୟରେ ଜାଣିବା ପାଇଁ ‘ଉତ୍କଳ ପ୍ରଭାତ’ ନାମକ ଏକ ପୁସ୍ତକ ପ୍ରକାଶିତ କରାଯାଇ ବଣ୍ଟନ କରାଯାଉଛି। ଉତ୍କଳ ଦିବସ ଓ ଓଡ଼ିଆ ନୂତନ ବର୍ଷକୁ ପାଳନ କରାଯାଉଛି। ଉତ୍କଳ ଗୌରବ ଓ ଉତ୍କଳ ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ‘ଉତ୍କଳ ସମ୍ମିଳନୀ ସମାଚାର’ ପତ୍ରିକା ପ୍ରକାଶିତ ହେଉଛି। ମଧୁବାବୁଙ୍କ ସମ୍ପର୍କରେ ୧୫୦ଖଣ୍ଡ ‘ଚିର ବନ୍ଦନୀୟ’ ନାମରେ ପୁସ୍ତକ ଏବଂ ୧୫୦ଟି ଫଟୋଚିତ୍ର ବିଧାନସଭା ପାଠାଗାରକୁ ପ୍ରଦାନ କରାଯାଇଥିଲା। ମଧୁବାବୁ କେବଳ ଉତ୍କଳ ଗୌରବ ନୁହନ୍ତି ସେ ଭାରତ ଗୌରବ। ଏଥିପାଇଁ ସଂସଦ ଭବନ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ବହୁବାର ଉତ୍କଳ ସମ୍ମିଳନୀ ଦାବିି କରିଆସୁଛି ା ଏଥିପାଇଁ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତକରି ପତ୍ର ଦେଇଛୁ । ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ସୁରକ୍ଷା ନେଇ ସଫଳତା ପାଇଛୁ ା ପୋଲାଭରମ, କୋଟିଆ ଗ୍ରାମପଞ୍ଚାୟତ, ଉଦୟପୁର ବେଳାଭୂମି, ଶଙ୍ଖମେଦି ଆଦି ବହୁ ସୀମା ସମସ୍ୟା ଗ୍ରାମର ଓଡ଼ିଆ ଜନଜୀବନ, ଭାଷାର ସୁରକ୍ଷା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ସହିତ ଗୋରା କବରସ୍ଥିତ ସମାଧିପୀଠ, ଶୈଳବାଳା ମହାବିଦ୍ୟାଳୟରେ ଥିବା ମଧୁସୂଦନ ସଂଗ୍ରହାଳୟ, ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀର ଅନ୍ତୁଡ଼ିିଶାଳ ଇଦ୍‌ଗା ପଡ଼ିଆର ବିକାଶ ସହିତ ରାଜଧାନୀ ଭୁବନେଶ୍ୱରରେ ମଧୁବାବୁଙ୍କ ନାମରେ ମଧୁସ୍ମୃତି ଭବନ ନିର୍ମାଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ା ତେବେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କାର୍ଯ୍ୟଧାରାରେ ଓଡ଼ିଶାର ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ଅନୁପ୍ରାଣିତ ହୋଇଥିବାର ବହୁ ନଜିର ରହିଛି।

-ବନବିହାରୀ ବେହେରା
ଅରବିନ୍ଦ ଭୂୟାଁ, ଅଭିଜିତ ଚନ୍ଦ୍ର

 

 


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?