Posted inଫୁରସତ

ଈଶ୍ୱରଙ୍କ ଇଚ୍ଛାରେ ଶବ୍ଦ ହୁଏ ସଂଳାପ: ରଣଜିତ୍‌ ପଟ୍ଟନାୟକ

ନାଟକରେ ଅଭିନୟ କରିବାଠାରୁ ଆରମ୍ଭକରି ନାଟକ ରଚନା, ନିଦ୍ଦେର୍ଶନା ପୁଣି ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ରର ସଂଳାପକାର, ଗୀତିକାର ଓ ସଙ୍ଗୀତ ସଂଯୋଜକ। ଗଳ୍ପ, ଏକାଙ୍କିକା ଓ କବିତା ଲେଖାରେ ତାଙ୍କର ରହିଛି ନିଆରା ପରିଚୟ। ଏଥିପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସମେତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ହୋଇଛନ୍ତି ପୁରସ୍କୃତ ଓ ସମ୍ମାନିତ। ସେ ହେଲେ -ରଣଜିତ୍‌ ପଟ୍ଟନାୟକ, ଜନ୍ମ ୨୦ା୦୩ା୧୯୫୭, ପିତା ଜଗନ୍ନାଥ ପଟ୍ଟନାୟକ, ମା’ ହେମଲତା ପଟ୍ଟନାୟକ। ଗାଁ-ଅବିଭକ୍ତ ବରଗଡ଼ ଜିଲାର ପଦ୍ମପୁର ଅଧୀନ ରାଜାସମ୍ବରରେ। ଏବେ ସେ ରୁହନ୍ତି କଟକ ବିଡ଼ନାସୀ ମର୍କତ ନଗର, ସେକ୍ଟର-୯ ଅଞ୍ଚଳରେ। ସେ କୁହନ୍ତି, ବାପାମା’ଙ୍କର ମୁଁ ୩ୟ ସନ୍ତାନ। ମୋର ଡାକ ନାମ ଡ଼ାଲୁ। ପିଲାଦିନେ ଗାଁରେ ରହୁଥିଲୁ। ଘରେ ଖାଉଥିଲୁ, ଖେଳୁଥିଲୁ, ଗଛଚଢ଼ା, ନଈପହଁରାରେ ସମୟ ବିତୁଥିଲା। କିନ୍ତୁ ଛାତ୍ର ବୟସରୁ ନାଟକରେ ହିଁ ଅଭିନୟ କରିଆସିଛି।

ଶିକ୍ଷା: ପ୍ରାୟ ୭/୮କିମି ଦୂର ପାଦରେ ଚାଲିଚାଲି ସ୍କୁଲ ଯିବାକୁ ପଡ଼ୁଥିଲା। ଝାରସୁଗୁଡ଼ା ରହୁଥିବାବେଳେ ସେଠାରେ ପ୍ରଥମରୁ ୫ମ ଯାଏ ପଢିଲି। ରାଉରକେଲାରେ ୬ଷ୍ଠ, ସମ୍ବଲପୁରରେ ୭ମ ଓ ୮ମ ଏବଂ କଲେଜ ପଢିଲି। ଏମଏ ଓ ଏମ୍‌ଫିଲ (ଇତିହାସ, ସମ୍ବଲପୁର ବିଶ୍ୱବିଦ୍ୟାଳୟ) କରିଛି। ତାପରେ ୧୯୮୦ ମସିହାରେ କାନରା ବ୍ୟାଙ୍କରେ ଚାକିରି ଆରମ୍ଭକରି ୨୦୧୭ରେ ସେବାରୁ ଅବସରପ୍ରାପ୍ତ। ଚାକିରି କାଳ ମଧ୍ୟରେ ବି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ନାଟକ ମଞ୍ଚସ୍ଥ ପାଇଁ ବିଭିନ୍ନ ଅଞ୍ଚଳକୁ ଯାଇଛି। ଏମିତି କି ବାରିପଦା, ରାଉରକେଲା, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ, ସେହିପରି ବାହାର ରାଜ୍ୟଭାବେ ଭୋପାଳ, ବମ୍ବେ, କଲିକତା, ବୋକାରୋରେ ବି ନାଟକ ପ୍ରଦର୍ଶନ କରିଛୁ।

ପ୍ରକାଶିତ ନାଟକ: ରଚନା କରିଥିବା ନାଟକ ମଧ୍ୟରୁ ପ୍ରାୟ ୧୫ଟି ନାଟକବହି ପ୍ରକାଶିତ ହୋଇସାରିଛି। ସେଥିମଧ୍ୟରୁ – ‘ଚଉକି’, ‘ଗୁଣିଆ ଝାଡ଼େ ଲୋ ଡାହାଣୀ’, ‘ଟିଟୋ’, ‘ଗୋଇଠା ବାବା’ (ହିନ୍ଦୀରେ ଅନୁବାଦିତ ହୋଇ ନୂଆଦିଲ୍ଲୀରୁ ପ୍ରକାଶିତ) ‘ମନ ତୋହର ନିଜ ଗୁରୁ’, ‘ହୁଏନ୍‌ସାଂଙ୍କ ଭାରତ ପରିଭ୍ରମଣ’, ‘ବଧିର ଈଶ୍ୱର’, ‘ଗାଁ’ ଏବଂ ୮ଟି ଏକାଙ୍କିକା ମଧ୍ୟ ପ୍ରକାଶିତ ହୋଇଛି। ସେହିପରି ‘ହାରାକିରି’, ‘ନୟନ ପିତୁଳା’, ‘ଶାମୁକା’, ‘ସମାଧି’, ‘ନ ଅଙ୍କ’,‘ଅନ୍ୟ ଏକ ଶ୍ମାଶନ ସଂଧାନରେ’,‘ହନୁମାନ ପଇସା’, ‘ତଥାପି ପ୍ରତୀକ୍ଷା’ ‘ଓଡ଼ିଆ ନାଟକର ସମଗ୍ର କୃତି ସଂପ୍ରତି’ ଆଦି ଶତାଧିକ ପାଣ୍ଡୁଲିପି ଅପ୍ରକାଶିତ ରହିଛି। ଗଳ୍ପ ଓ କାବ୍ୟ ପୁସ୍ତକ ମଧ୍ୟ ଲେଖିଛିି ବିଶେଷକରି ଅକବିର କବିତା, ଫେସବୁକ କବିତା, ଗଳ୍ପମଞ୍ଚ ଇତ୍ୟାଦି।

ନାଟ୍ୟ ନିର୍ଦ୍ଦେଶନା: ‘ପଳାତକ’,‘ଗୁଣ୍ଡା’, ‘ଧୃତରାଷ୍ଟ୍ରର ଆଖି’,‘ମୋର ବା ଦୋଷ କ’ଣ’, ‘ଅନେଶତ ପବନ’,‘କସ୍ତୁରୀ’, ‘ଆଠକାନ୍ଥର ଅମରାବତୀ’, ବାଘଶିକାର ସମେତ ପ୍ରାୟ ୩୨ରୁ ଊର୍ଦ୍ଧ୍ୱ ନାଟକକୁ ନିର୍ଦ୍ଦେଶନା ଦେଇସାରିଛି।

ନାଟ୍ୟ ଅଭିନୟ ଭାବେ: ‘ନଳସ୍ୟ ଦମୟନ୍ତୀ’, ‘ପରିଶୋଧ’, ‘କାଳପୁରୁଷ’, ‘ସନ୍ନ୍ୟାସୀ’, ‘ମୁଁ ସଇତାନ କହୁଛି’, ‘ମହାନଦୀରେ ବନ୍ୟା’, ‘ଧୂଳିଘରୁ ଆକାଶଆଡ଼କୁ’, ‘ଆମଘରର ହାଲଚାଲ’ ଭଳି ୨୫ରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ କରିଛି।

ଚଳଚିତ୍ର ଚିତ୍ରନାଟ୍ୟ ସଂଳାପ ଓ ଗୀତ ରଚନା: ‘ଗୋପରେ ବଢୁଛି କଳାକହ୍ନେଇ’, ‘ରକତ ଚିହ୍ନିଛି ନିଜର କିଏ’,‘ସମୟ ଖେଳୁଛି ଚକାଭଉଁରି’, ‘ବର୍ଷା ମାଇଁ ଡାର୍ଲିଂ’, ‘ପ୍ରେମଋତୁ ଆସିଲାରେ’, ‘ମୁଁ ତତେ ଲଭ କରୁଛି’, ‘ସତ୍ୟମେବ ଜୟତେ’, ‘ମତେ ତ ଲଭ୍‌ ହେଲାରେ’, ‘ଦିଓ୍ବାନା’, ‘ଡନ’, ‘ରୋମିଓ ଦି ଲଭରବୟ’, ‘ମୁଁ କ’ଣ ଏତେ ଖରାପ’, ‘ଶପଥ’, ‘ରଜାଝିଅ ସଙ୍ଗେ ହୋଇଗଲା ଭାବ’, ‘ମା ଖୋଜେ ମମତା’, ‘ଦଣ୍ଡା ବାଳୁଙ୍ଗା’, ‘ଭଲପାଏ ତତେ ଶହେରୁ ଶହେ’, ‘ଲଭ ପାଇଁ କୁଛ ଭି କରେଗା’, ‘ସିଷ୍ଟର ଶ୍ରୀଦେବୀ’, ‘ତୋର ମୋର ପ୍ରେମ କାହାଣୀ’ ଆଦି ପ୍ରାୟ ୪୨ରୁ ଊର୍ଦ୍ଧ୍ୱ ସିନେମା ପାଇଁ ସଂଳାପ ଓ ଗୀତ ରଚନା କରିଛି।

ଧାରାବାହିକ : ‘ଗୁଣିଆ ଝାଡ଼େଲୋ ଡାହାଣୀ, ‘ମହାଯଜ୍ଞ’, ‘ସ୍ବାଭିମାନ’, ‘ତୋ ଅଗଣାରେ ତୁଳସୀ ମୁଁ’, ‘କେମିତି ଏ ବନ୍ଧନ’, ‘ପରୀ’, ‘ସିନ୍ଦୂର ବିନ୍ଦୁ’, ‘ଜୟ ମା’ ଲକ୍ଷ୍ମୀ’, ‘ନୂଆ ବୋହୂ’, ‘ସାବିତ୍ରୀ’, ‘ମଙ୍ଗଳାଚରଣ’ ଆଦି ୧୧ରୁ ଅଧିକ ଧାରାବାହିକର ସଂଳାପ ରଚନା କରିସାରିଛି ।
ସଂଗୀତ ନିଦ୍ଦେର୍ଶନା ଓ ଗୀତ ରଚନା ଭାବେ: ‘ସାଇ ଅମୃତ’, ‘ଲକ୍ଷେଫଗୁଣ’, ‘ଦୁର୍ଗତିନାଶିନୀ ଦୁର୍ଗା’, ‘ଜୟ ମା ଲକ୍ଷ୍ମୀ’,‘ଟାଇମ୍‌ ପାସ’ ଆଦି ଆଲବମ୍‌ ଓ ଧାରାବାହିକର ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତ ରଚନା କରିଛିି। ଏତଦ୍‌ ବ୍ୟତୀତ ଆକାଶବାଣୀ କଟକ, ସମ୍ବଲପୁର ଓ ଦୂରଦର୍ଶନର ମୁଁ ଜଣେ ସ୍ବୀକୃତିପ୍ରାପ୍ତ ଅଭିନେତା। ପ୍ରାୟ୧୨ଟି ପ୍ରାମାଣିକ ଚିତ୍ରର ପ୍ରଯୋଜନା, ରଚନା ଓ ନିର୍ଦ୍ଦେଶନା ଦେବା ସହିତ ସେଗୁଡିକ ଦୂରଦର୍ଶନ ଭୁବନେଶ୍ୱର ଦ୍ୱାରା ପ୍ରସାରିତ ହୋଇଛି। ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟର ଅତିଥି ଅଧ୍ୟାପକ। କଳିଙ୍ଗ ଷ୍ଟୁଡିଓର ନିର୍ଦ୍ଦେଶକ ବି ଥିଲି।
ପୁରସ୍କାର ଓ ସମ୍ମାନ: ‘ଗାଁ’ ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ-୨୦୦୨ ପୁରସ୍କାର ମିଳିଛି, ସଂଗୀତ ନାଟକ ଏକାଡେମୀ ପୁରସ୍କାର-୨୦୧୩, ପ୍ରଜାତନ୍ତ୍ର ପ୍ରସାର ସମିତି କଟକଙ୍କ ଦ୍ୱାରା ଜଷ୍ଟିସ ହରିହର ମହାପାତ୍ର ସ୍ମାରକୀ ପୁରସ୍କାର, ନାଟ୍ୟମ ସମ୍ମାନ-ଅନୁଗୋଳ, କବି ହଳଧର ନାଗ ଜୟନ୍ତୀ ସମ୍ମାନ, ଆଦି ନାଟ୍ୟକାର ସମ୍ମାନ, ଗଣକବି ବୈଷ୍ଣବ ପାଣି ସମ୍ମାନ, ରଙ୍ଗମଞ୍ଚ ସମ୍ମାନ, ଚଳଚ୍ଚିତ୍ର ଜଗତ ସମ୍ମାନ, ଚିତ୍ରଲିପି ପୁରସ୍କାର, ବାଣୀଚିତ୍ର ସମ୍ମାନ, ଉତ୍କଳ ଯୁବ ସାଂସ୍କୃତିକ ସଂଘ ସମ୍ମାନ, ତରଙ୍ଗ ସିନେ ଆଓ୍ବାର୍ଡ, ଓଡ଼ିଶା ଫିଲ୍ମ ଫେୟାର ଆଓ୍ବାର୍ଡ, ଉତ୍କଳ ସାହିତ୍ୟ ସମ୍ମାନ, ସମ୍ପର୍କ ସମ୍ମାନ, ତରଙ୍ଗ ପରିବାର ଆଓ୍ବାର୍ଡ, ଯଦୁମଣି ଦାସ ମହାପାତ୍ର ସମ୍ମାନ, କସ୍ତୁରୀ ସମ୍ମାନ, ପ୍ରମୋଦ ତ୍ରିପାଠୀ (ପ୍ରମୋଦନାମା) ସମ୍ମାନ, ଛେଣ୍ଡ ସାଂସ୍କୃତିକ ପରିଷଦ ସମ୍ମାନ, ସ୍ବସ୍ତିଝଙ୍କାର ସମ୍ମାନ ଆଦି ଅନେକ ପୁରସ୍କାର ମିଳିଛି। ପରିବାର କହିଲେ ମୋ ପତ୍ନୀ ଦୀପ୍ତି ଓ ପୁଅ ନୀରବକୁ ବୁଝାଏ। ମୋ ସ୍ତ୍ରୀ ଏହି କ୍ଷେତ୍ରରେ ମୋର ପ୍ରଥମ କ୍ରିଏଟର। ପ୍ରତିଦିନ ମୁଁ ହାତରେ ପ୍ରାୟ ଶତାଧିକ ପୃଷ୍ଠା ଲେଖିଥାଏ। ବଞ୍ଚିଥିବା ଯାଏ ଲେଖି ଚାଲିଥିବି। ପ୍ରକୃତରେ ମନରେ ଛାଏଁ ଛାଏଁ ଉଙ୍କି ଉଠୁଥିବା ସଂଳାପ ଦର୍ଶକଙ୍କୁ ବାନ୍ଧି ରଖିପାରେ। ମୁଁ ଭାବେ ଈଶ୍ୱରଙ୍କ ଇଚ୍ଛାରେ ଶବ୍ଦ ହୁଏ ସଂଳାପ ।“
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri