ରାଷ୍ଟ୍ରପତି ଭବନରେ ‘ସିତାରେ ଜମୀନ ପର’ର ସ୍ପେଶାଲ ସ୍କ୍ରିନିଂ

ପାଟନା, ୨୪ା୬: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ବଲିଉଡର ଖ୍ୟାତନାମା ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଆମିର ଖାନଙ୍କ ସହ ସାକ୍ଷାତ କରିବା ସହ ତାଙ୍କ ନୂତନ ଚଳଚ୍ଚିତ୍ର ‘ସିତାରେ ଜମୀନ ପର’ର ଏକ ସ୍ପେଶାଲ ସ୍କ୍ରିନିଂରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭବନର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଆମିର ଖାନଙ୍କ ସହ ଏକ ଫଟୋ ସେୟାର କରାଯାଇଛି।

‘ସିତାରେ ଜମୀନ ପର’ ହେଉଛି ଆମିର ଖାନଙ୍କ ଆଇକନିକ ୨୦୦୭ ଚଳଚ୍ଚିତ୍ର ‘ତାରେ ଜମୀନ ପର’ର ସିକ୍ୱେଲ। ଏହି ଚଳଚ୍ଚିତ୍ର ନ୍ୟୁରୋଡାଇଭରଜେଣ୍ଟ ବ୍ୟକ୍ତିଙ୍କୁ ନେଇ ନିର୍ମିତ ହୋଇଛି ଏବଂ ବିବିଧତା, ସମାନତା ଓ ସମାବେଶୀକରଣର ବାର୍ତ୍ତା ପ୍ରଦାନ କରୁଛି। ଏହାର ହୃଦୟସ୍ପର୍ଶୀ କାହାଣୀ ଓ ଶିକ୍ଷଣୀୟ ମୂଲ୍ୟ ପାଇଁ ଏହାକୁ ଦର୍ଶକ ଓ ସମୀକ୍ଷକଙ୍କ ତରଫରୁ ବ୍ୟାପକ ପ୍ରଶଂସା ମିଳିଛି।

ଆମିର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ‘ସିତାରେ ଜମୀନ ପର’ରେ ଆମିର ଖାନ ଏକ ଜୁନିଅର ବାସ୍କେଟବଲ କୋଚ ଗୁଲଶନ ଅରୋରାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ଡାଉନ ସିଣ୍ଡ୍ରୋମ ଥିବା ପିଲାମାନଙ୍କୁ ବାସ୍କେଟବଲ ଶିଖାଉଛନ୍ତି। ଏହି ଚଳଚ୍ଚିତ୍ରରେ ଜେନେଲିଆ ଡି’ସୁଜା ଆମିରଙ୍କ ପତ୍ନୀଙ୍କ ଚରିତ୍ରରେ ଏବଂ ଡଲି ଅହଲୁୱାଲିଆ ତାଙ୍କ ମା’ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ଏହା ସହିତ ୧୦ ଜଣ ନୂତନ କଳାକାର—ଅରୁଶ ଦତ୍ତା, ଗୋପୀ କୃଷ୍ଣ ବର୍ମା, ସଂବିତ ଦେସାଇ, ବେଦାନ୍ତ ଶର୍ମା, ଆୟୁଷ ଭନସାଲି, ଆଶୀଷ ପେଣ୍ଡସେ, ଋଷି ଶାହନୀ, ଋଷଭ ଜୈନ, ନମନ ମିଶ୍ରା ଓ ସିମରନ ମଙ୍ଗେଶକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ଆର.ଏସ. ପ୍ରସନ୍ନାଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏ ପୂର୍ବରୁ ‘ଶୁଭ ମଙ୍ଗଲ ସାବଧାନ’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri