ଦେବଗଡ଼ ଜିଲାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ

ଦେବଗଡ଼, ୨୭।୫(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ଜିଲା ଦୌରା ଜଜ୍‌ ତଥା ଅଧ୍ୟକ୍ଷ, ଜିଲା ଆଇନ ସେବା ପ୍ରାଧିକରଣ, ଦେବଗଡ଼ ଗୌତମ ଶର୍ମା ଏବଂ ସଚିବ, ଜିଲା ଆଇନ ସେବା ପ୍ରାଧିକରଣ, ଦେବଗଡ଼ ଅପୂର୍ବା ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହା ଚଳିତ ମାସ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସ୍ବତନ୍ତ୍ର ଅଭିଯାନରେ ଜିଲା ଆଇନ ସେବା ପ୍ରାଧିକରଣ, ଦେବଗଡ଼ କାର୍ଯ୍ୟାଳୟର ପାରା ଲିଗାଲ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରତ୍ୟେକ ଗ୍ରାମରେ ଦିବ୍ୟାଙ୍ଗ ଚୟନ ନିମନ୍ତେ ବିଭିନ୍ନ ଶିବିର ଅନୁଷ୍ଠିତ ହେଉଛି। ଜିଲାରେ ଥିବା ଦିବ୍ୟାଙ୍ଗମାନେ କିପରି ସେମାନଙ୍କର ଅଧିକାରରୁ ବଞ୍ଚିତ ନ ହୁଅନ୍ତି ତଥା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସରକାରୀ ସୁବିଧାକୁ ସହଜରେ ପାଇପାରିବେ ତାହାହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ। ସେମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରି ବିଭାଗୀୟ ଅଧିକାରୀଙ୍କୁ ତାହାର ସଫଳ ରୂପାୟନ ନିମନ୍ତେ ଯୋଗାଯୋଗ କରାଯାଉଛି। ବିଭିନ୍ନ ସେବା ଦିବ୍ୟାଙ୍ଗମାନଙ୍କୁ ଆଇନଗତ ସାହାଯ୍ୟ/ ସେବା ଯୋଗାଇ ଦେବା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ତରଫରୁ ଏହି ଅଭିଯାନ ନିମନ୍ତେ ଏକ ଟୋଲ ଫ୍ରି ହେଲ୍ପ ଲାଇନ ନମ୍ବର- ୧୮୦୦୩୪୫୭୫୭୧ ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri