ଭୋଟ୍‌କେନ୍ଦ୍ରରେ ସଂକ୍ରମିତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧୮।୧ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲ୍‌ରେ ସୋମବାର ଜିଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ମତଦାନ କେନ୍ଦ୍ରରେ ସଂକ୍ରମିତଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି। ସେହିପରି ଜିଲାବାସୀ ସଚେତନ ହେଲେ ଏହାକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସଂକ୍ରମଣ ନିୟନ୍ତ୍ରଣ ଲାଗି ଦୈନିକ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରିବା, ଜନଗହଳିପୂର୍ଣ୍ଣ ସ୍ଥାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କଡ଼ା ନଜର ରଖିବା, ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ, ତହସିଲଦାର ଏବଂ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସରକାରୀ କାର୍ଯ୍ୟାଳୟରେ ମାର୍ଗଦର୍ଶିକା ପାଳନ, ଅଫିସରେ କେହି ସଂକ୍ରମିତ ଚିହ୍ନଟ ହେଲେ ଦିନକ ପାଇଁ କାର୍ଯ୍ୟାଳୟ ବନ୍ଦ କରି ବିଶୋଧନ କରିବାକୁ ପରାମର୍ଶ ଦିଆଯାଇଛି। ବରିଷ୍ଠ ନାଗରିକ, ଆଗଧାଡ଼ିର କର୍ମୀ ଏବଂ କିଶୋରଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଉଛି। ତୃତୀୟ ଲହର ମୁକାବିଲା ପାଇଁ କୋଭିଡ୍‌ ହସ୍ପିଟାଲ, ଆମ୍ବୁଲାନ୍ସ, ଅକ୍ସିଜେନ ଏବଂ ଆଇସିୟୁ ପ୍ରସ୍ତୁତ ରଖାଯାଇଛି। ଅଧିକ ଡାକ୍ତର ନିଯୁକ୍ତି ଲାଗି ପଦକ୍ଷେପ ନିଆଯାଉଛି। କେବଳ ଗୁରୁତର ରୋଗୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯିବ। ଅନ୍ୟମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ ବୋଲି ସିଡିଏମ୍‌ଓ ଡା. ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି। ବୈଠକରେ ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ ପ୍ରମୁଖ ଜିଲା ପ୍ରଶାସନର ବିଭିନ୍ନ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଅଭିଯୁକ୍ତ ସ୍ତ୍ରୀ

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି ଦେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁଇ...

ରଥଯାତ୍ରା ବାତିଲ ପାଇଁ ଜନସ୍ବାର୍ଥ ମାମଲା: ‘ସ୍ଥିତି ଦେଖି ନିଷ୍ପତ୍ତି ନିଅନ୍ତୁ ସରକାର’

କଟକ ଅଫିସ,୧୦ା୬: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଚଳିତ ବର୍ଷ ରଥଯାତ୍ରା ସ୍ଥଗିତ ରଖିବାକୁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। ମୁଖ୍ୟ...

ସମ୍ଭାବ୍ୟ ବାତ୍ୟା ଲାଗି ପ୍ରସ୍ତୁତ ରୁହ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ଓଡ଼ିଶାର ଭୌଗୋଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟାପ୍ରବଣ ହୋଇ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ସହିତ ଅକ୍ଟୋବର ଓ...

ପଛୁଆବର୍ଗ କମିଶନଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ନାମ ଲେଖା ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଲାଗୁ...

୭୦% ସିଲାବସରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୬।୮(ବ୍ୟୁରୋ): ଗତବର୍ଷ ଭଳି ଚଳିତ ମଧ୍ୟ ଯୁକ୍ତ ଦୁଇ ପିଲାଙ୍କ ପାଇଁ ୩୦% ସିଲାବସ ହ୍ରାସ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ...

ଗୋଡ଼ରେ ଆଙ୍କୁଛନ୍ତି ଅନନ୍ୟ କଳାକୃତି

ରୂପସା, ୧।୫ କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ। ଦୁଇଟି ହାତ ଅଛି ହେଲେ ଚଳୁନି। ଦୁଇଟି ଗୋଡ଼...

ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର...

ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସମ୍ଭାବ୍ୟ ସଂକ୍ରମଣ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସଂକ୍ରମଣ। ଏହାର ମୁକାବିଲା ଲାଗି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ସତର୍କତାମୂଳକ ପଦକ୍ଷେପ...

Advertisement
Archives

Model This Week