ସାହିତ୍ୟ ବେପାରୀଙ୍କ କଥା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ପ୍ରଥମରୁ କହି ରଖିବା ଉଚିତ ହେବ ଯେ, ଏ କଥା ସାହିତ୍ୟକୁ ପୁଞ୍ଜି କରି ବେପାର କରୁଥିବା ପୁସ୍ତକ ପ୍ରକାଶକଙ୍କ କଥା ନୁହେଁ। ପାଣ୍ଡୁଲିପି ବୋଲି କୁହାଯାଉଥିବା ସ୍ରଷ୍ଟାଙ୍କ ସାରସ୍ବତ ସୃଷ୍ଟିକୁ ପୁସ୍ତକରେ ରୂପାନ୍ତରିତ କରି ପାଠକଙ୍କ ପାଖରେ ପହଞ୍ଚାଇ ଦେଉଥିବା ବହି ବିକ୍ରେତାଙ୍କ କଥା ନୁହେଁ ୟେ। ଏହା ହେଉଛି ସେଇମାନଙ୍କ କଥା, ଯେଉଁମାନେ ନିଜେ କିଛି ସୃଷ୍ଟି କରିବା ସହ ସୃଜନ କର୍ମରେ ରୁଚି ରଖୁଥିବା ସତୀର୍ଥ ସମଧର୍ମା ସ୍ରଷ୍ଟାମାନଙ୍କ ପ୍ରତି ଶ୍ରଦ୍ଧାଶୀଳ ହୋଇ ସେମାନଙ୍କ ସାରସ୍ବତ ସାଧନାକୁ ସମ୍ମାନ ଜଣାଇବା ପାଇଁ ବିଭିନ୍ନ ସାହିତ୍ୟ ସଙ୍ଗଠନ ଗଢି ତହିଁର କର୍ମକର୍ତ୍ତା ବୋଲାନ୍ତି। ସାହିତ୍ୟ ସଡ଼କର ବନ୍ଧୁର ରାସ୍ତାରେ ନିଜେ ଚାଲିବା ସହିତ ଅନ୍ୟ ସହଯାତ୍ରୀମାନଙ୍କୁ ସୈଖ୍ୟ ଯୋଗାଇ ଦେବା ଓ ସେମାନଙ୍କ ସଫଳ ସାଧନାର ଯାତ୍ରା ପଥରେ ତୋରଣ ସଜାଇ ସେମାନଙ୍କୁ ସ୍ବାଗତ କରିବା ଭଳି ମହାନ୍‌ କାର୍ଯ୍ୟରେ ବ୍ୟାପୃତ ଥିବା ଲୋକମାନଙ୍କୁ ବେପାରୀ କହି ତାଙ୍କ ମହାନତାକୁ କ୍ଷୁଣ୍ଣ କରିବାର ପ୍ରୟାସ ଏକ ମହାନ୍‌ କାର୍ଯ୍ୟ ନୁହେଁ।
ତଥାପି ସେମାନଙ୍କ ମଧ୍ୟରୁ କେତେକଙ୍କୁ ବେପାରୀ କହିବାରେ ଯେମିତି କିଛି କୁଣ୍ଠାନାହିଁ। ସେମିତି ନ କହିବାର କିଛି କାରଣ ମଧ୍ୟ ନାହିଁ। ଏମାନେ ସଚ୍ଚା ସାହିତ୍ୟର ସୁରଭିରେ ସୁରଭିତ ବୋଲି ଏକ ମିଥ୍ୟା ପ୍ରତ୍ୟୟ ସୃଷ୍ଟି କରି ଯାବତୀୟ ମିଥ୍ୟାଚାରର ଆଶ୍ରୟ ନିଅନ୍ତି, ସାହିତ୍ୟକୁ ପୁଞ୍ଜିକରି ବେଶ୍‌ କିଛି ଅର୍ଥ ଉପାର୍ଜନ କରନ୍ତି ଓ ଏଥିପାଇଁ ଅତ୍ୟନ୍ତ ନିଷ୍ଠୁର ଭାବେ ଅନ୍ୟମାନଙ୍କ ଭାବ ଓ ଆବେଗର ତଣ୍ଟି ଚିପି ହତ୍ୟା କରନ୍ତି। ଅତିରିକ୍ତ ମୁନାଫା ପାଇଁ ଅପମିଶ୍ରଣ ଆଦି ଯାବତୀୟ ଅନାଚାରରେ ଲିପ୍ତ ରହୁଥିବା ଅସାଧୁ ବେପାରୀଙ୍କ ପରି ଏମାନେ ସାହିତ୍ୟର ଶୁଦ୍ଧ ଅମୃତଭାଣ୍ଡରେ ମିଶାଇ ଦିଅନ୍ତି ଯେତେ ସବୁ ଅଶୁଦ୍ଧ ଅବିଶ୍ୱସ୍ତତାର ବୁନ୍ଦା ବୁନ୍ଦା ବିଷ, କେବଳ କିଛି ଅର୍ଥ ଉପାର୍ଜନ କରିବା ଲାଳସାରେ। ଅଥଚ ଲୋକଚକ୍ଷୁରେ ଏମାନଙ୍କ ପରିଚୟ ହେଉଛି ସାହିତି୍ୟକ, ସାରସ୍ବତ ସାଧକ ଓ ସାହିତ୍ୟ ସଙ୍ଗଠକ!!
ଏମିତି ଜଣେ ସାହିତ୍ୟ ସଙ୍ଗଠକଙ୍କ ବେପାରୀ ବୁଦ୍ଧିରେ ପ୍ରତାରିତ ହୋଇ ନିଜ କବିପଣକୁ ଅଭିଶାପ ଦେଇଥିବା ଜଣେ ଗାଉଁଲି କବିଙ୍କ କଥା। କବିଙ୍କ କଥା ତ ନୁହେଁ, କବିଙ୍କ କଷଣ! କବି ଜଣକ ରହୁଥିଲେ ଗାଁରେ। ଗାଁ ପୋଷ୍ଟ ଅଫିସରେ କାମ କରୁଥିଲେ।
ଲଙ୍କା, ପିଆଜ ଓ ବଡି ପୋଡା ଦେଇ ପଖାଳ ଖାଉଥିଲେ ଓ ଆଖପାଖ କେଇ ଖଣ୍ଡ ଗାଁର ଡାକ ଯୋଗାଯୋଗ ବ୍ୟବସ୍ଥା ସମ୍ପାଦନ କରିବା ଓ ନିଜ ଛୋଟ ପରିବାରଟିର ଦାୟିତ୍ୱ ନିର୍ବାହ କରିବା ମଧ୍ୟରେ ଏକ ଯୋଜନାବିହୀନ ଜୀବନଟିଏ ଜିଇ ଚାଲୁଥିଲେ।
ତଥାପି ସେ କବିତା ଲେଖୁଥିଲେ। ମେଘମୁକ୍ତ ଆକାଶର ନୀଳିମା ଓ ଗାଁ କ୍ଷେତର ସବୁଜିମାକୁ ନିଜ ସୀମିତ ସ୍ବର ଓ ଶବ୍ଦରେ ବାନ୍ଧି ରଖୁଥିଲେ। କେହି ପଢୁ କି ନ ପଢୁ, ନିଜେ ଲେଖି ନିଜକୁ ଶୁଣାଉଥିଲେ। କସ୍ତୁରୀ ମୃଗ ପରି ନିଜ ସୁରଭିରେ ନିଜେ ବିମୋହିତ ହେଉଥିଲେ ଓ ସୁଯୋଗ ପାଇଲେ ନିଜ ଗାଁଠାରୁ ଦଶ ମାଇଲ ଦୂର ସହରରେ ହେଉଥିବା ବିଭିନ୍ନ କବିତା ଆସରରେ ସୁର ମେଲାଇ ନିଜ କବିତା ବୋଲୁଥିଲେ।
ସେମିତି ଏକ କବିତା ଆସରରେ ଥରେ ଆୟୋଜକଙ୍କ ଏକ ଅଭିନବ ଘୋଷଣା ତାଙ୍କ କବିସତ୍ତାକୁ ଏକ ବିଚିତ୍ର କୁତୁକୁତୁ ଭାବେ ବାନ୍ଧି ପକାଇଲା, ଯେଉଁ ଦିନ ସେ ଶୁଣିଲେ ଆୟୋଜକଙ୍କ ସେହି ସାହିତ୍ୟ ସଙ୍ଗଠନ ସେଯାଏ ଅସ୍ବୀକୃତ, ଅବହେଳିତ ଥିବା କବିମାନଙ୍କ ସୃଷ୍ଟିକୁ ନେଇ ଏକ କବିତା ସଙ୍କଳନ ପ୍ରକାଶ କରିବ। ବନ୍ଧ୍ୟା ନାରୀର ପ୍ରଥମ ମାତୃତ୍ୱ ଭଳି ମୁଗ୍ଧ ଅନୁଭବ ନେଇ ସେ ସେଇ ସହରର ବିଶିଷ୍ଟ କବି ବୋଲାଉଥିବା ସେହି ଆୟୋଜକଙ୍କୁ ସାକ୍ଷାତ କଲେ ଓ ତାଙ୍କ ବରାଦ ମୁତାବକ ନିଜର ଏକ ଫଟୋ ଓ ତିନିଶହ ଟଙ୍କା ସହ ସ୍ବନିର୍ବାଚିତ ତିନୋଟି କବିତା ପଇଠ କଲେ।
ଆପଣା ଜୀବନ ଜଞ୍ଜାଳକୁ ନେଇ ବଞ୍ଚୁଥିବା ଗାଁ ଭୂଇଁର ନିରୋଳା କବିଟିଏ। ଅପମିଶ୍ରଣ ବିହୀନ ନିଜ ଭାବ ଓ ଭାଷାକୁ ମୁଦ୍ରିତ କଳେବରରେ ଦେଖିବାର ଆକାଂକ୍ଷା ତା’ ପାଇଁ କେତେ ତୀବ୍ର ହୋଇପାରେ, ଏହା ତା’ ଛଡା ଆଉ କେହି ବୁଝିପାରନ୍ତେ ନାହିଁ। ସ୍ବଚକ୍ଷୁରେ ଈଶ୍ୱରଙ୍କୁ ପ୍ରତ୍ୟକ୍ଷ କରିବାର ଅଲୌକିକ ଅନୁଭବ ବୋଧହୁଏ ଏ ପ୍ରକାର ଆକୁଳତା ଠାରୁ କିଛି ଭିନ୍ନ ହୁଅନ୍ତା ନାହିଁ। ଯାଉ ପଛେ କଷ୍ଟଲବ୍ଧ ତିନିଶହ ଟଙ୍କା, ନିଜ ସୃଷ୍ଟିର ପ୍ରଥମ ପ୍ରକାଶକୁ ପ୍ରତ୍ୟକ୍ଷ କରିବାର ସ୍ବର୍ଗୀୟ ଅନୁଭବ ତୁଳନାରେ ପାର୍ଥିବ ଅର୍ଥର ମୂଲ୍ୟ କେଉଁ ବଡ କଥା ଯେ!
ଅନ୍ତରରେ ସଞ୍ଚତ୍ତ ସମସ୍ତ ଆବେଗକୁ ନେଇ ଆମର ଏ ପଲ୍ଲୀ କବି ଅପେକ୍ଷା କରି ଚାଲିଲେ ଦିନ ଓ ମାସ ମାସ ଧରି। ପାଖାପାଖି ବର୍ଷଟିଏ ବିତିଗଲା ସିନା, ତାଙ୍କ ଅପେକ୍ଷାର ଅବସାନ ହେଲା ନାହିଁ। ଶେଷରେ ସେଇ ସୁଦିନଟି ଆସିଲା, ଯେଉଁଦିନ କବି ଖବର ପାଇଲେ ପତ୍ରିକାଟି ପ୍ରକାଶ ପାଇଛି ଓ କଥିତ ପତ୍ରିକାଟିର ଉନ୍ମୋଚନ ସହିତ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେଉଛି ା କବି ଆଶା କରୁଥିଲେ ବର୍ଷାଧିକ କାଳ ଅପେକ୍ଷା କରିଥିବା ଏମିତି ଏକ ଅବସର ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିବ। ମାତ୍ର ଏ ସମ୍ପର୍କିତ କୌଣସି ସୂଚନା ନ ମିଳିବାରୁ ଅନିମନ୍ତ୍ରିତ ଭାବେ ସେ ପହଞ୍ଚତ୍ ଯାଇଥିଲେ ଉତ୍ସବସ୍ଥଳରେ।
ତଥାକଥିତ ପ୍ରତିଷ୍ଠିତ ସାହିତି୍ୟକମାନଙ୍କ ଯୋଗଦାନରେ ସମ୍ଭ୍ରାନ୍ତ ଜଣାପଡୁଥିବା ସାହିତ୍ୟ ଆସରରେ ଯୋଗଦେଇ ପଲ୍ଲୀ ମାଟିର କବି ନିଜ କବିପଣକୁ ସାର୍ଥକ ମନେକଲେ। ଓଜସ୍ବିନୀ ଭାଷଣ ପର୍ବ ମଧ୍ୟରେ ବହୁ ଅଭିଳଷିତ ପତ୍ରିକାଟିର ଉନ୍ମୋଚନ ସରିଲା ଓ ସଭା ଶେଷରେ ସେହି ସଙ୍ଗଠକଙ୍କୁ ସାକ୍ଷାତ କରି ପତ୍ରିକାଟିଏ ମାଗିବା ପାଇଁ ପ୍ରାୟ ଘଣ୍ଟାଏ ଅପେକ୍ଷା କରିବା ପରେ ବଡ କୁଣ୍ଠିତ ଚିତ୍ତରେ ସଙ୍ଗଠକ ମହୋଦୟ ପତ୍ରିକାଟିଏ ଧରାଇ ଦେଲେ ସିନା, ମାତ୍ର ଖୋଲିବାକୁ ବାରଣ କରି କହିଲେ, ଉପସ୍ଥିତ ସମସ୍ତଙ୍କୁ ଦେବା ପାଇଁ ଆମ ପାଖରେ ଏତେ ପତ୍ରିକା ନାହିଁ। ଆପଣ ଚୁପଚାପ ନେଇଯାନ୍ତୁ। ଘରେ ଯାଇ ପଢିବେ।
ସେଇ ମୁହୂର୍ତ୍ତରେ ନିଜର ଓ ନିଜ କବିତାର ମୁଦ୍ରିତ ପ୍ରତିରୂପ ଦେଖିବାକୁ ମନର ବ୍ୟାକୁଳତା ନିଜ ଭିତରେ ଚାପି ରଖି ଗ୍ରାମ୍ୟ କବି ଗ୍ରାମକୁ ବାହୁଡି ଆସିଲେ। ଘରେ ପହଞ୍ଚତ୍ ପତ୍ରିକାଟିର ମୂଳରୁ ଶେଷ ଯାଏ ଏକାଧିକ ବାର ତନ୍ନ ତନ୍ନ କରି ଖୋଜିଲେ ମଧ୍ୟ କେଉଁଠି ନିଜକୁ ଅବା ନିଜ କବିତାଟିକୁ ପାଇଲେ ନାହିଁ। ନିଷ୍କପଟ ଭାବେ କେଇ ମାସ ତଳେ ନିଜର ଏ ଦୟନୀୟ ଅନୁଭୂତି ଏ ଲେଖକ ପାଖରେ ବଖାଣି ଦୀର୍ଘଶ୍ୱାସ ଛାଡି ସେ କହୁଥିଲେ, ‘ପତ୍ରିକାଟିରେ କେହି ଜଣେ ବି ନବୀନ ନ ଥିଲେ। ସବୁବେଳେ ସବୁ ପତ୍ରିକାରେ ବାହାରୁଥିବା ସେଇ କେଇଜଣ ତଥାକଥିତ ପ୍ରବୀଣ କବିଙ୍କ କବିତାରେ ପୂରି ଉଠିଥିଲା ପତ୍ରିକାଟିର ପ୍ରତ୍ୟେକ ପୃଷ୍ଠା। ଅତ୍ୟନ୍ତ ଦୁଃଖରେ କହୁଥିଲେ ସେ, ମୋ ଭଳି ଏମିତି କେତେଜଣ ତିନିଶହ ଲେଖାଏ ଦେଇଥିବେ କେଜାଣି?
ସାହିତ୍ୟର ଏହି କୁତ୍ସିତ ବେପାରର ଇତିହାସରେ ଏହା ପ୍ରଥମ ଘଟଣା ନୁହେଁ କି ଶେଷ ଘଟଣା ବି ନୁହେଁ ା କେବଳ ଯାହା ସ୍ଥାନ କାଳ ପାତ୍ର ବିଶେଷରେ ଘଟଣାଗୁଡିକ ଭିନ୍ନ ଭିନ୍ନ ରୂପରେ ପ୍ରକଟିତ ହୋଇଥାଏ ା
ଛୋଟଠୁ ବଡ ପର୍ଯ୍ୟନ୍ତ, ପୁଣି ଅଖ୍ୟାତଠାରୁ ସୁଖ୍ୟାତ ଯାଏ ବହୁ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଉପଲବ୍ଧ ହେଉଥିବା ସମ୍ମାନ, ପୁରସ୍କାର ବା ସମ୍ବର୍ଦ୍ଧନା ମୂଳରେ କେତେବେଳେ ଗୋପନରେ ତ ଅନ୍ୟ ବେଳେ ପ୍ରକାଶ୍ୟରେ ଲାଳିତ ହୋଇ ଚାଲି ଆସୁଛି ଏହି ସବୁ ସମ୍ମାନ ସମ୍ବର୍ଦ୍ଧନା କିଣାବିକାର ବଜାର। ପ୍ରାୟ ବର୍ଷକ ତଳେ ଏ ଲେଖକର ଜଣେ ବନ୍ଧୁଙ୍କ ନିକଟକୁ ଫୋନ ଆସିଲା ରାଜଧାନୀର ଏକ ସାହିତ୍ୟ ଅନୁଷ୍ଠାନର ସମ୍ପାଦକଙ୍କଠାରୁ। ଫୋନର ବାର୍ତ୍ତାଟି ଥିଲା ଏହିପରି – ”ଆପଣଙ୍କ ସାହିତ୍ୟ କୃତି ଆମ ରାଜ୍ୟର ବାଣୀ ଭଣ୍ଡାରରେ ସାଇତି ରଖିଲାଭଳି ଅମୂଲ୍ୟ ସମ୍ପଦ।
ଆପଣଙ୍କ ଭଳି ପ୍ରଭାବଶାଳୀ ଲେଖକମାନଙ୍କ ପରିଚୟ ପ୍ରକାଶ କରିବାର ମହତ୍‌ ଲକ୍ଷ୍ୟ ନେଇ ଆମେ ଏକ ଲେଖକ ପରିଚୟ ଗ୍ରନ୍ଥ ପ୍ରକାଶ କରିବାକୁ ସିଦ୍ଧାନ୍ତ ନେଇଛୁ। ଦୟାକରି ଆପଣଙ୍କ କୃତି ସମ୍ପର୍କରେ ସମ୍ୟକ୍‌ ସୂଚନା ଦେଇ ଫଟୋ ସହିତ ପାଞ୍ଚଶହ ଟଙ୍କା ସହଯୋଗ କରିବାକୁ ଅନୁରୋଧ।“ ବନ୍ଧୁ ଜଣକ ଏମିତି ପରିଚୟ ସଙ୍କଟରେ ଆକ୍ରାନ୍ତ ଥିଲେ ଯେ, ଆଗପଛ ନ ବିଚାରି ସ୍ମାର୍ଟଫୋନର ହ୍ବାଟସ୍‌ଆପରେ ନିଜ ସାହିତ୍ୟ କୃତିର ବିଶଦ୍‌ ବିବରଣୀ ସହ ନିଜର ଏକ ସୁଦୃଶ୍ୟ ଫଟୋ ପଠାଇ ଦେଲେ। ପରେ ପରେ ପାଞ୍ଚଶତ ମୁଦ୍ରା ବି ଅନ୍‌ଲାଇନ ଟ୍ରାନ୍ସଫରରେ ପଟ ପରିବର୍ତ୍ତନ କରିଦେଲେ। ବାସ୍‌, ସେଦିନରୁ ଆଜି ଯାଏ ବର୍ଷଟିଏରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ସେ ସେହି ପରିଚୟ ଗ୍ରନ୍ଥଟିର ମୁଖ ଦର୍ଶନ କରି ନାହାନ୍ତି।
ଫୋନ କଲେ ବି ଧରିବାକୁ କେହି ନାହାନ୍ତି।
ସାରସ୍ବତ ଜଗତରେ ସାଧୁତାର କି ଦାରୁଣ ବିପର୍ଯ୍ୟୟ !
ମୂଲ୍ୟବୋଧର କି ମର୍ମନ୍ତୁଦ ଅବକ୍ଷୟ!!
ବଡ ବିଷମ ସାହିତ୍ୟର ଏହି ବେପାର ବୃତ୍ତି।
ଏଠାରେ ଅକବିଟିଏ ରାତାରାତି କବି ପାଲଟିଯାଏ, ଅଯୋଗ୍ୟ ଜଣେ ଯୋଗ୍ୟ ସ୍ରଷ୍ଟାର ସନନ୍ଦପତ୍ରରେ ସମ୍ମାନିତ ହୁଏ, ପରସ୍ପର ମଧ୍ୟରେ ପୁରସ୍କାର ଆଦାନପ୍ରଦାନ ହୁଏ ଓ ସର୍ବୋପରି ଦରବାରୀ ଭାଟର ସ୍ତବପାଠ ପରି ସାହିତ୍ୟ ପାଲଟିଯାଏ ଏକ ସ୍ବରହୀନ, ସନ୍ଦେଶବିହୀନ ଅସାହିତ୍ୟ।
ସାହିତ୍ୟ ସମାଜର ଦର୍ପଣ। ଏକ ଶୁଦ୍ଧ ଜୀବନର ଆଦର୍ଶ ସମ୍ବିଧାନ। ସାହିତ୍ୟ ସ୍ରଷ୍ଟାମାନେ ଆବେଗରେ ବଞ୍ଚନ୍ତି, ଆବେଗରେ ମରନ୍ତି। ଗୋଟିଏ ଜୀବନକାଳ ମଧ୍ୟରେ ବାରମ୍ବାର ଜନ୍ମ ନିଅନ୍ତି, ବହୁବାର ମରନ୍ତି। ଜୀବନ ଏମାନଙ୍କୁ ବାନ୍ଧି ରଖି ପାରେନା କି ମରଣ ଏମାନଙ୍କୁ ମୁକ୍ତ କରିପାରେନା। ଆବେଗ ଓ ଉଦାରତାରେ ଭରପୂର ଏକ ନିଆରା ଜୀବନ ବଞ୍ଚୁଥିବା ଏଇ ଲୋକମାନେ ଅନ୍ୟମାନଙ୍କ ଆବେଗକୁ ଏମିତି ନିର୍ମମ ଭାବେ ହତ୍ୟା କରିପାରନ୍ତି କିପରି ? ନିଜ ସୃଷ୍ଟିରେ ଜୀବନର ଜୟଗାନ କରୁଥିବା ବେଳେ ଅର୍ଥ ପାଇଁ ଜୀବନର ଅପମାନ କରନ୍ତି କାହିଁକି ? ଅର୍ଥ ଉପାର୍ଜନ ପାଇଁ ତ ଖୋଲା ପଡିଛି ବେପାର ବଣିଜର ପ୍ରଶସ୍ତ ଇଲାକା।
ତେବେ ସେଥିପାଇଁ ସାହିତ୍ୟ ଭଳି ଏକ ଦିବ୍ୟ ଦ୍ରବ୍ୟକୁ ଚୋରା ବଜାରରେ କିଣାବିକା କରିବା ଯେ ସବୁଠୁ ନିକୃଷ୍ଟତମ ମାଧ୍ୟମ, ଏକଥା କଥିତ ସାହିତ୍ୟ ବେପାରୀମାନେ କେବେ ବୁଝିବେ କେଜାଣି ??
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର
ମୋ-୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri