ରାଜନୀତିରେ ହଇଚଇ: ୧୧ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଆବେଦନକୁ ଖାରଜ କଲେ ବାଚସ୍ପତି

ଭୁବନେଶ୍ୱର,୨୩ା୬(ସୁନିତ୍‌ ମିଶ୍ର): ବିଜେଡି ପକ୍ଷରୁ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଲାଗି କରାଯାଇଥିବା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଦେଇଛନ୍ତି। ସେହିପରି କଂଗ୍ରେସର ୩ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ମଧ୍ୟ ବାଚସ୍ପତି ପାଢ଼ୀ ଖାରଜ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। ବିରୋଧୀ ଦଳର ସଦସ୍ୟମାନେ ଏହାକୁ ନିନ୍ଦା କରିବା ସହିତ ବାଚସ୍ପତି ଦଳୀୟଭିତ୍ତିରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ବାଚସ୍ପତି ଏହି ଘଟଣାକୁ ନେଇ କହିଛନ୍ତି, ବିରୋଧୀଙ୍କ ଆବେଦନ ରଦ୍ଦ ହୋଇଯାଇଛି। ଦଳ ବିରୋଧୀ ଆଇନର ରୁଲ୍‌ ୬ ଏବଂ ୭ ଅନୁଯାୟୀ ବିରୋଧୀ ପର୍ଯ୍ୟାପ୍ତ ତଥ୍ୟ ଦେଇନାହାନ୍ତି। ସେମାନଙ୍କ ଆବେଦନକୁ ପ୍ରମାଣିତ କରିବା ଲାଗି ଯାହା ତଥ୍ୟ ଦେବା କଥା ସେମାନେ ଦେଇ ନ ଥିଲେ। ଆବେଦନପତ୍ରର ଏନ୍‌କ୍ଲୋଜର୍‌ରେ ଦସ୍ତଖତ ନାହିଁ। ଯିଏ ପିଟିସନର ତାଙ୍କର ଏକ ଆଫିଡାଭିଟ୍‌ ଦେବା କଥା, ଯାହା ଦେଇନାହାନ୍ତି। ପରବର୍ତ୍ତୀ ସମୟରେ ଯାହାକିଛି ହେବ ସେକଥା ସମୟ କହିବ ବୋଲି ସେ କହିଛନ୍ତି।
ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସେମାନେ ପୂର୍ବରୁ ଜାଣିଥିଲେ ବାଚସ୍ପତିଙ୍କଠାରୁ ନ୍ୟାୟ ପାଇପାରିବେ ନାହିଁ। ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି ସେମାନେ ଭାଜପାକୁ ସହଯୋଗ କରିଛନ୍ତି। ଯେହେତୁ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି, ବିରୋଧୀ ବାଚସ୍ପତିଙ୍କଠାରୁ ନ୍ୟାୟ ଆଶା କରିବାଟା ସେମାନଙ୍କ ଭୁଲ୍‌। ଏହି ପ୍ରସଙ୍ଗରେ ହାଇକୋର୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଯଦି ନିୟମକୁ ଠିକ୍‌ ଭାବେ ପାଳନ କରା ନ ଯିବ ତେବେ ଆଗକୁ ରାଜନୈତିକ ଦଳଗୁଡ଼ିକ ଦୁର୍ବଳ ହେବେ। ଯିଏ ଯାହାକୁ ଚାହିଁବେ ଟଙ୍କା ନେଇ ଭୋଟ୍‌ ଦେଇଦେବେ। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୧୦ର ନିୟମ ଅନୁଯାୟୀ ଯଦି କିଛି ଡକ୍ୟୁମେଣ୍ଟର ଅଭାବ ଥିଲା ତେବେ ତାହା ପ୍ରଦାନ କରିବାକୁ ବାଚସ୍ପତି କହିପାରିଥାଆନ୍ତେ। ସେହି ସୁଯୋଗ ବିରୋଧୀଙ୍କୁ ଦେଲେ ନାହିଁ। ଯେହେତୁ ଯେଉଁମାନଙ୍କୁ ବିଧାନସଭାରୁ ବହିଷ୍କାର କରିବାକୁ ବିରୋଧୀ ଦାବି କରିଥିଲେ, ସେମାନେ ସବୁ ବାଚସ୍ପତି ଜିତିକି ଆସିଥିବା ଦଳକୁ ଭୋଟ୍‌ ଦେଇଥିଲେ। ତେଣୁ ବାଚସ୍ପତି ସେମାନଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରିବେନି ବୋଲି ଜଣାଥିଲା। ଯେଉଁମାନେ କ୍ରସ୍‌ ଭୋଟିଂ କଲେ ସେମାନେ ବିଚାରଧାରା ବାହାରକୁ ଯାଇ ଶାସକ ଦଳକୁ ଭୋଟ୍‌ ଦେଲେ। ଘୋଡ଼ା ବେପାରରେ ମଧ୍ୟ ଲାଭବାନ ହେଲେ। ତେଣୁ ସେମାନେ ୨ ପ୍ରକାର ଭୁଲ୍‌ କରିଥିବା ଭକ୍ତ କହିଛନ୍ତି।
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ବିଧାୟକମାନେ ବିଭିନ୍ନ ଦଳରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସୁଛନ୍ତି। ସମସ୍ତେ ଦଳୀୟ ନିର୍ଦ୍ଦେଶକୁ ମାନିବା ଦରକାର। ହେଲେ ଗତ ରାଜ୍ୟ ସଭା ନିର୍ବାଚନରେ ବିଜେଡିର ୮ ବିଧାୟକ ଦଳ ବିରୋଧରେ ଯାଇ ଭୋଟ୍‌ ଦେଲେ। ସମ୍ବିଧାନର ଅନୁଚ୍ଛେଦ ୧୦ର ନିୟମ ଅନୁଯାୟୀ କ୍ରସ୍‌ ଭୋଟିଂ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତିଙ୍କୁ ଆବେଦନ ପତ୍ର ଦେଇଥିଲେ। ବାଚସ୍ପତି କହୁଛନ୍ତି ଆବେଦନ ପତ୍ରରେ ଭୁଲ୍‌ ଥିଲା। ଯଦି କିଛି ଭୁଲ୍‌ ଥିଲା ବାଚସ୍ପତି ପରାମର୍ଶ ଦେଇପାରିଥାଆନ୍ତେ। ମାତ୍ର ତାହା ନ କରି ବିରୋଧୀଙ୍କ ଆବେଦନକୁ ଖାରଜ କରିବା କେତେ ଠିକ୍‌।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିରୋଧୀ ଆଉଥରେ ପାଠ ପଢ଼ିବାର ଆବଶ୍ୟକତା ଅଛି। ଆଣ୍ଟି ଡିଫେକ୍ସନ ଆଇନ ବାବଦରେ ଏବେ ମଧ୍ୟ ବିରୋଧୀ ଅନଭିଜ୍ଞ। କେଉଁମାନଙ୍କ ବିରୋଧରେ ହ୍ବିପ୍‌ ଅବମାନନା ଲାଗୁ ହେବ ସେ ବାବଦରେ ବିରୋଧୀଙ୍କୁ ପୁନଃ ଅଧ୍ୟୟନ ଓ ଚିନ୍ତନ କରିବାର ଆବଶ୍ୟକତା ଅଛି। ସବୁ କଥାରେ ବାଚସ୍ପତିଙ୍କୁ ଦାୟୀ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପୂଜାରୀ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ୪ ରାଜ୍ୟ ସଭା ଆସନ ଲାଗି ନିକଟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେଡିର ୮ ଏବଂ କଂଗ୍ରେସର ୩ ଜଣ ଭାଜପା ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିଲେ; ଯେଉଁଥିଲାଗି ସେମାନେ ଦଳରୁ ନିଲମ୍ବିତ ହୋଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧୦ ଅନୁଯାୟୀ କ୍ରସ୍‌ ଭୋଟିଂ କରିଥିବା ବିଧାୟକମାନଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରିବା ଲାଗି ଉଭୟ ବିଜେଡି ଏବଂ କଂଗ୍ରେସ ବାଚସ୍ପତିଙ୍କୁ ଆବେଦନ କରିଥିଲେ। ଆବେଦନ କରିବାର ୩ ମାସ ମଧ୍ୟରେ ବାଚସ୍ପତି ଏହା ଉପରେ ନିଷ୍ପତ୍ତି ନେବା କଥା। ସେହିକ୍ରମରେ ବିଜେଡି ଓ କଂଗ୍ରେସର ଆବେଦନକୁ ସମୟ ଭିତରେ ବାଚସ୍ପତି ଖାରଜ କରିଦେଇଛନ୍ତି। ବିଜେଡିର ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ୍‌ ବିଶ୍ୱାଳ, ନବ କିଶୋର ମଲିକ, ରମାକାନ୍ତ ଭୋଇ, ଚକ୍ରମଣି କହଁର ଏବଂ ସୁବାସିନୀ ଜେନା କ୍ରସ୍‌ ଭୋଟିଂ କରିଥିଲେ। ସେହିପରି କଂଗ୍ରେସର ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ ଏବଂ ରମେଶ ଜେନା କ୍ରସ୍‌ ଭୋଟିଂ କରି ଦଳରୁ ନିଲମ୍ବିତ ହୋଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?