ଭୁବନେଶ୍ୱର୨୮।୧୧: ଡିଲିମିଟେସନ ବିଲ୍କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହି ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି।
ପ୍ରସନ୍ନ କହିଛନ୍ତି, ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଓଡ଼ିଶାର ସ୍ୱାର୍ଥକୁ ସର୍ବଦା ଗୁରୁତ୍ୱ ଦେଇ ବିଜୁ ଜନତା ଦଳ କାର୍ଯ୍ୟ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଡିଲିମିଟେସନ ବିଲ୍କୁ ନେଇ ଦେଶର ରାଜନୀତି ସରଗରମ ରହିଥିବା ବେଳେ ଓଡ଼ିଶାରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କି ନିଷ୍ପତ୍ତି ନେବେ, ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢ଼ିଛି।

