କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ତେବେ ମତ୍ସ୍ୟଜୀବୀ ଏହି କଟକଣାକୁ ମାନୁନାହାନ୍ତି। ଗତ ୨୬ ଦିନ ମଧ୍ୟରେ ୧୯ଟି ଟ୍ରଲର କଟକଣାକୁ ଅଣଦେଖା କରି ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଛନ୍ତି। ବନବିଭାଗ ପକ୍ଷରୁ ପ୍ରାୟ ୪୦ରୁ ଊଦ୍ଧ୍ୱର୍ର୍ ମତ୍ସ୍ୟଜୀବୀଙ୍କୁ ଗିରଫ ସହିତ ବୋଟ ଓ ସାମଗ୍ରୀକୁ ଜବତ କରାଯାଇଛି। ଏହାସହ ଅଲିଭ ରିଡଲେଙ୍କ ପ୍ରଜନନ ସ୍ଥଳ ଭାବେ ପରିଚିତ ଅଗରନାଶୀ, ବାବୁବାଲି, ସାତଭାୟା ଆଦି ଅଞ୍ଚଳର ତଟକ୍ଷୟ ସମସ୍ୟା ବଢ଼ାଇଛି। ଶିକାରୀଙ୍କ ଲୋଭ ଏହି ବିରଳ ଜୀବଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପରିବେଶବିତ୍‌ ଦୋଳଗୋବିନ୍ଦ ଜେନା କହିଛନ୍ତି, ନିଷିଦ୍ଧାଞ୍ଚଳରେ ମାଛ ଧରା ବ୍ୟବସାୟ ସମ୍ପ୍ରତି ଅନୁପ୍ରବେଶକାରୀଙ୍କ ଅକ୍ତିଆରକୁ ଚାଲିଯାଇଛି। ଗତ ମାସକ ମଧ୍ୟରେ ଧରାପଡିଥିବା ବୋଟ ଓ ଟ୍ରଲରଗୁଡିକ ମଧ୍ୟରୁ ୮୦ପ୍ରତିଶତ ବାଲେଶ୍ୱର ଓ ଭ୍ରଦ୍ରକ ଜିଲାର। କଟକଣା ସମୟରେ ମାଛ ପ୍ରଜନନ ସମୟ ସହିତ ମାଛ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥାଏ। ଅଧିକ ମାଛ ଧରିବା ଲୋଭରେ ଏମାନେ ନିଷିଦ୍ଧାଞ୍ଚଳକୁ ପ୍ରବେଶ କରୁଛନ୍ତି। ଅଶୋକ କୁମାର ସ୍ବାଇଁ କହିଛନ୍ତି, ଗହୀରମଥାର ପରିବେଶ ଏବେ ବିଗିଡିଯାଇଛି। ତଟକ୍ଷୟ ସମସ୍ୟାର ସମାଧାନ ପ୍ରତି କାହାରି ନଜର ରହୁନାହିଁ। ସେହିପରି ଏହି ଅଞ୍ଚଳରେ ଏବେ ବନ୍ୟ ଓ ସାମୁଦ୍ରିକ ଜୀବ ଶିକାରୀଙ୍କ ସଂଖ୍ୟା ଅଧିକ ହୋଇଛି। ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କଇଁଛଙ୍କ ସୁରକ୍ଷା ସମ୍ପର୍କରେଏକକୁଳା ଫରେଷ୍ଟର ନିର୍ମଳ ଚନ୍ଦ୍ର ନାୟକ କହିଛନ୍ତି, ନିଷିଦ୍ଧାଞ୍ଚଳ କଟକଣାକୁ ଚଳିତ ବର୍ଷ କଡାକଡି କରାଯାଇଛି।

ସୂଚନାଯୋଗ୍ୟ, ବିଶ୍ୱରେ ଅଲିଭ ରିଡଲେଙ୍କ ସଂଖ୍ୟା କମ ଥିବାରୁ ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିଅନ ଅଫ କନଜରଭେଶନ ଅଫ ନେଚର) ରେଡ ଡାଟା ବୁକରେ ଏହି ଜୀବ ସ୍ଥାନ ପାଇଛି। ଏହାର ସୁରକ୍ଷା ପାଇଁ ୧୯୭୨ ମସିହା ବନ୍ୟଜନ୍ତୁ ସଂରକ୍ଷଣ ଆଇନ, ଓଡ଼ିଶା ମେରାଇନ ଫିସର ରେଗୁଲେଶନ ଆକ୍ଟ ୧୯୮୨ରେ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବୋଟ ଓ ଟ୍ରଲର ଚଳାଚଳକୁ କଟକଣା ଅଛିି। ଚଳିତ ବର୍ଷ ଏହି କଟକଣାକୁ ଗୁରୁତ୍ୱ ଦେଇ ପାଳନ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିଲିମିଟେସନ ବିଲ୍‌କୁ ନେଇ ବଡ଼ କଥା କହିଲେ ପ୍ରସନ୍ନ ଆଚାର୍ଯ୍ୟ: ନବୀନଙ୍କ …

ଭୁବନେଶ୍ୱର୨୮।୧୧: ଡିଲିମିଟେସନ ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

ଆକାଶ ଅମ୍ବାନୀଙ୍କ ଗୋଟିଏ ଫୋନ କଲ୍‌ରେ ବଦଳିଗଲା ରୋହିତ ଶର୍ମାଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ଘଟିଲା

ମୁମ୍ବାଇ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ରାଜି ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ଆଇପିଏଲ୍‌ରେ…

ମୋଦି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମାୟାବତୀ

ନୂଆଦିଲ୍ଲୀ,୨୮।୧୧: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ନେଇ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?