ଦୁନିଆରେ ପ୍ରଥମ, AI ପାର୍ଟନରଙ୍କୁ ବିବାହ କରିବେ ମହିଳା, ଜାଣନ୍ତୁ ଏହି ‘ହାଇବ୍ରିଡ କପୁଲ’ଙ୍କ ବିଷୟରେ…

ମାଦ୍ରିଦ,୧୬।୨: ବିବାହ ପାଇଁ ଜଣେ ପୁରୁଷ ଓ ଜଣେ ମହିଳା ଲୋଡା ପଡିଥାଏ। ହେଲେ କେବେ ଏଆଇକୁ ବିବାହ କରିବା ଶୁଣିଛନ୍ତି କି? ସେ ବି ଏକ ଛବି ଅର୍ଥାତ୍‌ ହୋଲଗ୍ରାମକୁ। ଦୁନିଆରେ ପ୍ରଥମ ଥର ଏପରି ଏକ ଘଟଣା ହେବାକୁ ଯାଉଛି। ଯେଉଁଠି ସ୍ପେନରେ ଜଣେ ମହିଳା ଏଆଇ (ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ରେ ପ୍ରସ୍ତୁତ ପାର୍ଟନରଙ୍କୁ ବିବାହ କରିବେ। ଏମାନେ ବିଶ୍ୱର ପ୍ରଥମ ହାଇବ୍ରିଡ କପୁଲ ଭାବେ ଜଣେ ମାଂସରକ୍ତରେ ତିଆରି ମଣିଷ ଜଣେ ଏଆଇ ଭର୍ଚୁଆଲ ପୁରୁଷଙ୍କୁ ବିବାହ କରିବାକୁ ଯାଉଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା! ହେଲେ ଏହା ସତ।

ଆର୍ଟିଷ୍ଟ ଆଲିସିଆ ଫ୍ରାମିସ ଏଆଇ ହୋଲୋଗ୍ରାମକୁ ବିବାହ କରିବେ। ଯାହା ପୂର୍ବରୁ ସାଇନ୍ସ ଫିକଶନ ଫିଲ୍ମରେ ଦେଖିବାକୁ ମିଳୁଥିଲା ଏବେ ତାହା ସତ ହେବାକୁ ଯାଉଛି। ହାଇବ୍ରିଡ କପୁଲ ନାମକ ଏକ ଇନଷ୍ଟା ଆକାଉଣ୍ଟ ଏହି ପାର୍ଟନରଙ୍କ ଫଟୋ ପୋଷ୍ଟ କରିଛି।
ଭବିଷ୍ୟତରେ ହେବାକୁ ଥିବା ବିବାହ ଓ ରିଲେଶନଶିପ୍‌ରେ ଏହା ବଡ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।
wionews ଅନୁସାରେ, ଆଲିସିଆ ନିଜ ବିବାହର ଭେନ୍ୟୁ ବୁକ୍‌ କରିସାରିଛନ୍ତି। ଏବେ ସେ ତାଙ୍କ ବିବାହ ପାଇଁ ଡ୍ରେସ୍‌ ପ୍ରସ୍ତୁତ କରୁଛନ୍ତି। ଆଲିସିଆଙ୍କ କହିବା ମୁତାବକ, ତାଙ୍କ ଏଆଇ ପାର୍ଟନରଙ୍କ ନାଁ ଆଲେକ୍ସ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

କୋରାପୁଟରୁ କେସିଙ୍ଗା ଦେଇ ଚାଲିବ ନୂତନ ଟ୍ରେନ, ରେଳ ମନ୍ତ୍ରୀ ଓ ଏମପିଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କେସିଙ୍ଗା,୧୩ା୫:(ତୁମେଶ୍ୱର ସାହୁ): କେସିଙ୍ଗାରୁ ସିଧା ଭୁବନେଶ୍ୱରକୁ ଟ୍ରେନ ନଥିବାରୁ ବହୁବାର କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଓ ଜେଡ ଏସ ଏସର ସଦସ୍ୟ ଡ଼ାହେମସାଗର…

ଚାଇନାରେ ପହଞ୍ଚୁ ପହଞ୍ଚୁ ଟ୍ରମ୍ପଙ୍କ ଘୋର ଅପମାନ! ସ୍ବାଗତ କରିବାକୁ ଆସିଲେନି…

ବେଜିଂ,୧୩।୫: ଚାଇନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅପମାନ। ଦୁଇ ଦିନିଆ ସରକାରୀ ଗସ୍ତରେ ଚାଇନାରେ ପହଞ୍ଚିଥିବା ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଚାଇନା ରାଷ୍ଟ୍ରପତି ଶି…

ସାନଖେମୁଣ୍ଡିରେ ଭାଜପା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କ୍ଷୁଦ୍ର ପୋଲର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri