Posted inଖେଳ

ପରାଜୟ ପରେ ବଡ଼ ନିଷ୍ପତ୍ତି ନେଲେ ଡିକକ୍‌

ସେଞ୍ଚୁରିଆନ,୩୧।୧୨: ପ୍ରଥମ ଟେଷ୍ଟରେ ଭାରତ ଠାରୁ ମିଳିଥିବା ୧୧୩ ରନ୍‌ର ପରାଜୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକାର ଉଇକେଟକିପର ବ୍ୟାଟର କୁଇଣ୍ଟନ ଡିକକ୍‌। ମ୍ୟାଚ୍‌ର କିଛି ଘଣ୍ଟା ପରେ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଡିକକ୍‌ଙ୍କ ଏଭଳି ନିଷ୍ପତ୍ତି ସମ୍ପର୍କରେ ଗୁରୁବାର ଏକ ବିବୃତି ଜାରି କରିଛି କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)।

“ ମୋ ଭବିଷ୍ୟତ ସମ୍ପର୍କରେ ଖୁବ୍‌ ଚିନ୍ତା କରିବା ପରେ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରୁଛି। ଜୀବନରେ ଏବେ ମୋ ପାଇଁ ଯାହା ଆଗ, ତାହାକୁ ମୁଁ ଗୁରୁତ୍ୱ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସାଶା ଓ ମୁଁ ଆମର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛୁ। ମୋ ପରିବାର ମୋ ପାଇଁ ସବୁ କିଛି। ଜୀବନର ଏକ ରୋମାଞ୍ଚକର ଅଧ୍ୟାୟ ଆରମ୍ଭ ହେବାକୁ ଯାଉଥିବାରୁ ମୁଁ ସେମାନଙ୍କ ସହ ସମୟ ବିତାଇବାକୁ ଚାହୁଁଛି” ବୋଲି ଡିକକ୍‌ କହିଛନ୍ତି।

ମୁଁ ଟେଷ୍ଟ କ୍ରିକେଟକୁ ଭଲ ପାଏ। ଆଉ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିବାରୁ ମୁଁ ଗର୍ବିତ। ମୋ କ୍ୟାରିୟରରେ ସବୁ କିଛିର ମଜା ନେଇଛି। କିନ୍ତୁ ମୋତେ ଏବେ ସେଭଳି କିଛି ମିଳିଛି, ଯାହାକୁ ମୁଁ ସବୁଠୁ ଅଧିକ ଭଲ ପାଏ ବୋଲି ଡିକକ୍‌ ବିବୃତିରେ କହିଛନ୍ତି।

୨୯ ବର୍ଷୀୟ ବାମହାତୀ ବ୍ୟାଟର କ୍ୟାରିୟରରେ ଦେଶ ପାଇଁ ୫୪ ଟେଷ୍ଟ ଖେଳିଛନ୍ତି। ସେଥିରେ ୬ ଶତକ ଓ ୨୨ ଅର୍ଦ୍ଧଶତକ ସହ ୩୩୦୦ ରନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri