Posted inଖେଳ

‘ଗାଙ୍ଗୁଲିଙ୍କୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନ ଥିଲା’

ମୁମ୍ବାଇ,୨୩।୧୨: “ବିରାଟ କୋହଲିଙ୍କ ନେତୃତ୍ୱ ଉପରେ ଚୟନକର୍ତ୍ତାଙ୍କ ପାଇଁ ମନ୍ତବ୍ୟ ଦେବା ଲାଗି ସୌରଭ ଗାଙ୍ଗୁଲି କେହି ନୁହଁନ୍ତି। ସେ ବିସିସିଆଇ ସଭାପତି। ଦଳ ଚୟନ ଏବଂ ଅଧିନାୟକଙ୍କ ଉପରେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିବା ଉଚିତ। କାରଣ ଜଣେ କ୍ୟାପଟେନଙ୍କୁ ରଖାଯିବ କି ନାହିଁ, ତାହା ସମ୍ପୂର୍ଣ୍ଣ ରୂପେ ଚୟନ କମିଟି ଉପରେ ନିର୍ଭର କରେ। ଏହା ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ପ୍ରସଙ୍ଗ ନୁହେଁ”। ଏଭଳି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ ତଥା ଚୟନ କମିଟି ମୁଖ୍ୟ ଦୀଲିପ ଭେଙ୍ଗସରକର।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଅଧିନାୟକ କୋହଲି କହିଥିଲେ, ଟେଷ୍ଟ ଦଳ ଚୟନର ଦେଢ଼ ଘଣ୍ଟା ପୂର୍ବରୁ ଚୟନକର୍ତ୍ତା ଫୋନ ଜରିଆରେ ଦିନିକିଆ ଦଳର ଅଧିନାୟକ ହୋଇପାରିବି ନାହିଁ ଜଣାଇଥିଲେ। ତା’ ପୂର୍ବରୁ ବିସିସିଆଇ ଅଧିକାରୀ କିମ୍ବା ଚୟନ କମିଟି ସଦସ୍ୟଙ୍କ ସହ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିଲା । ତାଙ୍କର ଏଭଳି ମନ୍ତବ୍ୟ ଯୋଗୁ ଭାରତୀୟ କ୍ରିକେଟରେ ସୃଷ୍ଟି ହୋଇଛି ବିବାଦୀୟ ସ୍ଥିତି। କାରଣ ପୂର୍ବରୁ କୋହଲିଙ୍କୁ ଟି୨୦ ଦଳର ଅଧିନାୟକ ପଦ ନ ଛାଡ଼ିବା ପାଇଁ ବିସିସିଆଇ ଗୁହାରି କରିଥିଲା ବୋଲି ଗାଙ୍ଗୁଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ…

ଆପାର୍ଟମେଣ୍ଟ ତଳୁ ମିଳିଲା ମୃତଦେହ

ଭୁବନେଶ୍ୱର,୧୩।୭: ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ।…

ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ! ମାତ୍ର ୬୭୩ ଟଙ୍କାରେ ମିଳିବ ଗ୍ୟାସ, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ, ୧୩।୭: ଯଦି ଆପଣ ଛାତ୍ରୀଛାତ୍ର, ଭଡ଼ା ଘରେ ରହୁଛନ୍ତି କିମ୍ବା ଆପଣଙ୍କର କୌଣସି ଛୋଟ କ୍ୟାଫେ ବା ଷ୍ଟଲ ରହିଛି, ତେବେ ଆପଣଙ୍କ ପାଇଁ ଏକ…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri