ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ନିଜର ପକ୍ଷ ରଖିଥିଲେ ସୁରଜ। ହେଲେ ସେତିକିରେ କଥା ସରିନାହିଁ। ଏବେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ନାଁ ନେଉଥିବା ଲୋକଙ୍କ ନାମରେ ସେ ମାମଲା ରୁଜୁ କରିଛନ୍ତି। ସେମାନଙ୍କ ମଧ୍ୟରେ କିଛି ୟୁଟ୍ୟୁବର ଏବଂ ମିଥ୍ୟା ଖବର ଲେଖିଥିବା କିଛି ଲୋକଙ୍କ ନାମ ସାମିଲ ଅଛି।

ସୁରଜ କହିଛନ୍ତି, ଏଭଳି ମିଥ୍ୟା ଖବର କହୁଥିବା ଲୋକମାନେ ତାଙ୍କ ବିରୋଧରେ ଅଭିଯୋଗକୁ ପ୍ରମାଣ କରନ୍ତୁ। ସେମାନେ ତାଙ୍କୁ ମାନସିକ ଭାବେ କ୍ଷତି ପହଞ୍ଚାଉଛନ୍ତି। ତେଣୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।

ପୂର୍ବରୁ ଏକ ସାକ୍ଷାତକାରରେ ଭାଜପା ନେତା ନାରାୟଣ ରାଣେ ତାଙ୍କ ଉପରେ ଲଗାଇଥିବା ଅଭିଯୋଗ ମିଥ୍ୟା ବୋଲି କହିଥିଲେ। ଏଥିରେ ସତ୍ୟତା ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର ରାଶ

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri