ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଆସିଲେ ଭାବି ସ୍ତ୍ରୀ ଧନଶ୍ରୀ

ମୁମ୍ବାଇ, ୧୧।୮: ଭାରତୀୟ କ୍ରିକେଟ୍‌ ଦଳର ଲେଗ୍‌-ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ଜୀବନ ସାଥୀ ବାଛି ସାରିଛନ୍ତି। ଭାରତର ଜଣାଶୁଣା ୟୁଟ୍ୟୁବ ଷ୍ଟାର୍‌ ତଥା କୋରିୟଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ ଚହଲ। ଗତ ଅଗଷ୍ଟ ୮ରେ ଚହଲ ଓ ଧନଶ୍ରୀଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇସାରିଛି। ନିର୍ବନ୍ଧ ବେଳର କିଛି ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଚହଲ ତାଙ୍କ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲେ। ନିର୍ବନ୍ଧ ପରେ ଏହି ଯୋଡ଼ି ପ୍ରଥମ ଥର ଲାଗି ସର୍ବସାଧାରଣ ସ୍ଥାନରେ ଏକାଠି ଦେଖିବାକୁ ମିଳିଛନ୍ତି। ଭାବି ସ୍ବାମୀ ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଧନଶ୍ରୀ ମଙ୍ଗଳବାର ମୁମ୍ବାଇ ବିମାନ ବନ୍ଦର ଆସିଥିଲେ। ଚହଲଙ୍କୁ ବିମାନ ବନ୍ଦରରେ ଛାଡ଼ିବା ପରେ ଧନଶ୍ରୀ କାର୍‌ ନେଇ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା।


ପ୍ରକାଶଯୋଗ୍ୟ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ସେପ୍ଟମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। କିଛିଦିନ ମଧ୍ୟରେ ଆଇପିଏଲ୍‌ର ସମସ୍ତ ଦଳ ୟୁଏଇ ଅଭିମୁଖେ ପର୍ଯ୍ୟାୟକ୍ରମେ ଗସ୍ତ କରିବେ। ଆଇପିଏଲ୍‌ ପୂର୍ବରୁ ଚହଲ ନିଜ ପ୍ରଶଂସକଙ୍କୁ ଖୁସି ଖବର ଭେଟି ଦେଇଥିଲେ। ଆଇପିଏଲ୍‌ରେ ଚହଲ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳରେ ଖେଳୁଛନ୍ତି। ସେ ଆଇପିଏଲ୍‌ରେ ୮୩ ମ୍ୟାଚ୍‌ ଖେଳି ୧୦୦ ଉଇକେଟ୍‌ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଜନ୍ମଦିନରେ ବଡ ଉପହାର ଭେଟି ଦେଲେ ସିନ୍ଧୁ

ବାସେଲ, ୨୫।୮: ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବ୍ୟାଡମିଣ୍ଟନର ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି...

ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍‌, କୁନି ଝିଅ ମୁଣ୍ଡରେ ବାଜିଲା ବଲ୍‌: ଆଉ ତା’ପରେ

ଅକଲାଣ୍ଡ,୧୫।୧: ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୋଫି ଡିଭାଇନ ସୁପର ସ୍ମାସ ଟି -୨୦ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମାତ୍ର ୩୬ ବଲରେ ଶତକ ହାସଲ...

ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ଜଣାଇଲେ ବିରାଟ!

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ...

ଭାରତ ବିପକ୍ଷରେ ସର୍ବାଧିକ ଓପନିଂ ପାର୍ଟନରଶିପ୍‌

ମୁମ୍ବାଇ,୧୫।୧- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ଓ ଡେଭିଡ ଓ୍ବାର୍ନରଙ୍କ ୨୫୮ ରନ୍‌ର ଓପନିଂ ଭାଗୀଦାରି ଭାରତ ବିପକ୍ଷ ଦିନିକିଆରେ ଯେ କୌଣସି ଦଳ ପାଇଁ...

ଗିନିଜ୍‌ ରେକର୍ଡରେ କଳାହାଣ୍ଡିର ଯୋଗବ୍ୟାସ

କେସିଙ୍ଗା, ୧୨।୧୧ (ଡି.ଏନ.ଏ.): ଓଡ଼ିଶାର ୩ୟ ଏଭରେଷ୍ଟ ପର୍ବତାରୋହୀ ଭାବେ କଳାହାଣ୍ଡି ଜିଲା କେସିଙ୍ଗାର ଯୋଗବ୍ୟାସ ଭୋଇ ଗିନିଜ୍‌ ରେକଡର୍ର ଅଧିକାରୀ ହୋଇଛନ୍ତି। ସେ ୧...

ଡି ଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ; କୋଲକାତା ସାମ୍ନାରେ ୧୯୫ ରନ୍‌ ଟାର୍ଗେଟ୍‌ ରଖିଲି ଆର୍‌ସିବି

ଶାରଜା, ୧୨।୧୦: ଚଳିତ ଆଇପିଏଲ୍‌ର ୨୮ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା...

ଏମିତି ଶଟ୍‌ ମାରିଲେ ବ୍ୟାଟ୍ସମ୍ୟାନ୍‌: ସନ୍ୟାସ ଘୋଷଣା କଲେ ରାଜସ୍ଥାନର ବୋଲର୍‌ !

ମୁମ୍ବାଇ,୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନ୍‌ରେ ଭଲ ପ୍ରଦର୍ଶନ କରିଆସୁଛି ରାଜସ୍ଥାନ ରୟାଲ୍ସ। ହେଲେ ଏବେ ଏହାର ଜଣେ ଖେଳାଳି ବଡ଼ ଘୋଷଣା କରି...

ଟି୨୦ ଟିମ୍‌ରୁ ଇଶାନଙ୍କୁ ବାହାର କରିବା ସମୟ ଉପନୀତ !

ନୂଆଦିଲ୍ଲୀ,୨୮।୧: କ୍ରମାଗତ ଭାବେ ନିରାଶାଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଟିମ୍‌ର ଯୁବ ଓପନର୍‌ ଇଶାନ କିଶନ। ବାଲାଂଦେଶ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ସେ ଦ୍ୱିଶତକ ମାରିଥିଲେ...

Advertisement
Archives

Model This Week