Posted inଫୁରସତ

ଏହି ରାଜ୍ୟର ଦୁଇ ନଦୀରୁ ମିଳିଥାଏ ସୁନା, ଏବେ ସୁନାଖଣି ଥିବା ନେଇ ବଢ଼ିଲା ସମ୍ଭାବନା

ଛତିଶଗଡ଼ର ଜଶପୁରରେ ସୁନାଖଣି ପାଇବାର ସମ୍ଭାବନା ବଢ଼ିବାରେ ଲାଗିଛି। କାରଣ ଏଠାରେ ଥିବା ଦୁଇଟି ନଦୀ ଅବବାହିକାରେ ସୁନାର କଣିକା ଦେଖିବାକୁ ମିଳିଥିଲା। ଏବେ ଏଠାରେ ସର୍ଭେ କରାଯାଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

ଜଶପୁରନଗରରେ ଥିବା ଈବ୍‌ ଏବଂ ସହାୟକ ସୋନାଜୋରୀ ନଦୀର ବାଲିରୁ ସୁନା ବାହାରୁଛି। ବର୍ଷ ବର୍ଷ ଧରି ଝୋରା ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ସୁନାକଣିକା ବାହାର କରିବାର କାମ କରି ଆସୁଛନ୍ତି। ୨୦୧୦ରେ ଏହା ଜାଣିବା ପରେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇ ସର୍ଭେ କରିବାକୁ କହିଥିଲେ। ଖଣିଜ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଘରୋଇ କମ୍ପାନୀକୁ ଏହାର ଦାୟିତ୍ୱ ଦିଆଯାଇଥିଲା। ୬ ମାସ ଧରି ସର୍ଭେ ଚାଲିଥିଲେ ହେଁ କେତେ ମାତ୍ରାରେ ସୁନା ଉପଲବ୍ଧ ରହିଛି। ଖଣି କେଉଁ ସ୍ଥାନରେ ଅଛି ସେ ନେଇ ବିଶେଷ କିଛି ଜଣାପଡ଼ି ନ ଥିଲା। ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ଏବେ ପୁଣି ଥରେ ଜିଲାରେ ସୁନାଖଣି ଥିବାକୁ ନେଇ ପ୍ରମାଣ ମିଳିବା ପରେ ସର୍ଭେ ହେବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।

ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ଝୋରା ଆଦିବାସୀମାନେ ଅଞ୍ଚଳର ନଦୀରୁ ସୁନା ସଂଗ୍ରହ କରିବା ଆରମ୍ଭ କରନ୍ତି। ବାଲିକୁ ଛାଣି ସୁନାକଣିକା ବାହାର କରନ୍ତି। ହେଲେ ସେମାନଙ୍କଠାରୁ ଦଲାଲମାନେ କମ୍‌ ଟଙ୍କା ଦେଇ ସୁନା କ୍ରୟ କରିନେଇଥାନ୍ତି। ଏକ ହଜାର ଟଙ୍କାର ସୁନାକୁ ୪୦୦ରୁ ୫୦୦ ଟଙ୍କାରେ ଲୋକମାନେ ବିକ୍ରି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri