ଜନ୍ମଦିନରେ ବାସନ ମାଜିଲେ ସୋନୁ

ମୁମ୍ବାଇ: ସାଉଥ୍ ସିନେମାରୁ ବଲିଉଡ୍ ପର୍ଯ୍ୟନ୍ତ ଯାତ୍ରା କରିଥିବା ସୋନୁ ସୁଦଙ୍କ ପାଇଁ ଜୁଲାଇ ୩୦ ହେଉଛି ଏକ ସ୍ମରଣୀୟ ଦିନ । ଆଜି ସେ ପାଳନ କରୁଛନ୍ତି ତାଙ୍କର ୪୮ ତମ ଜନ୍ମଦିନ । ଅଭିନେତା ଭାବେ ତାଙ୍କର ଯେତିକି ପରିଚୟ ରହିଛି ତା’ଠାରୁ ଏବେ ଅଧିକ ପରିଚିତ ଗରିବଙ୍କ ଦେବଦୂତ ଭାବେ । ଉଦାର ହୃଦୟର ଏହି ବ୍ୟକ୍ତି ଜଣକ ଏବେ ଘରେ ଘରେ ବେଶ୍ ପରିଚିତ । ତେବେ ଜନ୍ମ ଦିନରେ ସୋନୁ କାହିଁକି ବାସନ ମାଜୁଛନ୍ତି ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଆସିଛି । ଅସଲ କଥା ହେଲା ସୋନୁ ଓ ଫରହା ଖାଁ ଉକ୍ତ ଭିଡିଓରେ ନଜର ଆସୁଥିବା ବେଳେ ଏହି ମଜାଦାର ଭିଡିଓରେ ଫରହା ସୋନୁଙ୍କୁ କହୁଛନ୍ତି ଜନ୍ମ ଦିନରେ ବାସନ ମାଜ । ଫରହା ଏହି ଭିଡିଓଟି ଶେୟାର କରିବା ସହ ଲେଖିଛନ୍ତି ତୁମେ ମୋର ଜଣେ ଭଲ ବନ୍ଧୁ । ଜନ୍ମଦିନରେ ବାସନ ମାଜ । ହାପି ବାର୍ଥ ଡେ ସୋନୁ । ତୁମ ସହ ଶୁଟ୍ କରି ଭଲ ଲାଗିଲା । ତୁବେ ଆହୁରି ଉପରକୁ ଯାଅ, ଲଭ ୟୁ । ପୁଣି ଫରହା କହିଛନ୍ତି ଦେଖ ସୋନୁ ତୁମ ଜନ୍ମଦିନରେ ମୁଁ ତୁମ ପାଇଁ କେତେସବୁ ରୋଷେଇ କରିଛି । ଅନ୍ୟପଟେ ସୋନୁ କହୁଛନ୍ତି ଏତେସବୁ ଆଇଟମ କରନି ବାସନ କିଏ ଧୋଇବ । ଯାହା ହେଉ ଏହି ମଜାଦାର ଭିଡିଓ ମାଧ୍ୟମରେ ଫରହା ଖାଁ ବନ୍ଧୁ ସୋନୁ ସୁଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ବି ଦର୍ଶକେ ଏହାକୁ ଦେଖି ଖୁବ୍ ମଜା ନେଇଛନ୍ତି । ସୂଚନାଯୋଗ୍ୟ, ଫରହା ଓ ସୋନୁ ଫିଲ୍ମ ‘ହାପି ନ୍ୟୁ ଇୟର’ରେ ଏକାଠି କାମ ଥିବାବେଳେ ନିକଟରେ ଏମାନେ ଆଉ ଏକ ମ୍ୟୁଜିକ ଭିଡିଓରେ ବି କାମ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri