ଚାକିରି ସହ ଘର ଯୋଗାଇଦେବେ ସୋନୁ

 

ମୁମ୍ବାଇ: ରିୟଲ ଲାଇଫର ହିରୋ ପାଲଟିଥିବା ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ। ସାରା ଦେଶରେ କରୋନା ଭାଇରସ ମହାମାରୀ ଅନେକଙ୍କ ରୋଜଗାର ଛଡାଇ ନେଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଆଉ ଏହି ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଯେତେବେଳେ ପ୍ରବାସୀମାନେ ପାଦରେ ଚାଲି ଚାଲି ନିଜ ଗାଁକୁ ଫେରୁଥିଲେ ସେତେବେଳେ ସୋନୁ ସେମାନଙ୍କୁ ଘରେ ପହଞ୍ଚାଇବାକୁ ବସ୍‌ ବ୍ୟବସ୍ଥା କରି ଆସିଥିଲେ ଚର୍ଚ୍ଚାକୁ। ଏହାପରେ ଯିଏ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ସାହାଯ୍ୟ ମାଗିଛନ୍ତି ପ୍ରାୟ ସବୁକ୍ଷେତ୍ରରେ ସେ ସହଯୋଗର ହାତ ବଢାଇଛନ୍ତି। ଏମିତିକି କେତେକଙ୍କ ପାଇଁ ରୋଜଗାର ମଧ୍ୟ ଯୋଗାଇ ଦେଇଛନ୍ତି ସୋନୁ। ସେ ତାଙ୍କ ୪୭ ତମ ଜନ୍ମଦିନରେ ଘୋଷଣା କରିଥିଲେ କି ସେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବେ। ଏଥିପାଇଁ ସେ ‘ପ୍ରବାସୀ ରୋଜଗାର’ ନାମକ ଏକ ଆପ୍‌ ମଧ୍ୟ ଲଞ୍ଚ କରିଥିଲେ। ଏପର୍ଯ୍ୟନ୍ତ ପ୍ରାୟ ୫୮ ଜଣ ପ୍ରବାସୀଙ୍କୁ ସେ ରୋଜଗାର ଯୋଗାଇ ଦେଇଥିବା କୁହାଯାଏ। ହେଲେ ଏଥର ସେ ଯେଉଁ କାମ କରିଛନ୍ତି ତାହା ସବୁଠାରୁ ବଡ଼ ବୋଲି ଆଲୋଚନା ହେଉଛି। ସୋନୁ ନଏଡ଼ାରେ ୨୦ ହଜାର ପ୍ରବାସୀଙ୍କୁ ଘର ଯୋଗାଇ ଦେବାକୁ କହିଛନ୍ତି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଘର ତିଆରି କରିବା କାମ ‘ନ୍ୟାଶନାଲ ଆସୋସିଏଶନ ଫର ଏଲିବେଶନ କଣ୍ଟ୍ରାକ୍ଟର’ର ଅଧ୍ୟକ୍ଷ ଲଳିତ ଠୁକରାଲଙ୍କ ସହ ମିଶି ୨୪ ଘଣ୍ଟା କାମ କରାଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଥରେ ସୋନୁ ଶେୟାର କରିଥିଲେ କି ଗୋଟିଏ ଦିନରେ ୧,୧୩୭ ଇମେଲ, ୧୯,୦୦୦ ଫେସବୁକ, ୪,୮୧୨ ଇନଷ୍ଟାଗ୍ରାମ, ୬,୭୪୧ ଟୁଇଟର ମେସେଜ ଜରିଆରେ ଲୋକେ ତାଙ୍କୁ ସହାୟତା ମାଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri