ମା’ଙ୍କ ଶବଦାହ ପାଇଁ ମନା କରିଦେଲା ପୁଅ

ବରଗଡ଼ ଅଫିସ୍‌,୧୧।୯: ନୂଆଁଖାଇରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ି ଥିବାବେଳେ ବରଗଡ଼ ସହର ପୁରୁଣା ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଝୁମ୍ପୁଡ଼ିପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସତ୍କାର ପାଇଁ କେହି ଆତ୍ମୀୟ ସ୍ବଜନ ନ ପହଞ୍ଚିବାରୁ ଏଠାରେ ମୃତା ମଳି ମିର୍ଦ୍ଧା(୬୦)ଙ୍କ ମୃତଦେହ ଦୀର୍ଘ ୧୫ଘଣ୍ଟା ଧରି ପଡ଼ି ରହିଥିଲା। ଖବର ପାଇ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ନୂଆଁଖାଇ ପାଳନ ଛାଡ଼ି ମୃତାଙ୍କ ଘରେ ପହଞ୍ଚିଥିଲେ। ପରେ ମୃତଦେହ ସ୍ଥାନୀୟ ଜୀରାନଦୀ କୂଳକୁ ନେଇ ସତ୍କାର କରିଥିଲେ ।

ପ୍ରକାଶ ଯେ, ମୃତା ବୃଦ୍ଧା ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ। ଶୁକ୍ରବାର ସନ୍ଧ୍ୟା ୬ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁଶଯ୍ୟାରେ ତାଙ୍କ ସ୍ବାମୀ ମୁକୁନ୍ଦ ଏବଂ ଝିଅ ସଞ୍ଜୁ ଉପସ୍ଥିତ ଥିଲେ । ମଳିଙ୍କ ମୃତ୍ୟୁ ପରେ ଅନ୍ୟତ୍ର ରହୁଥିବା ତାଙ୍କ ପୁଅଙ୍କୁ ସୂଚନା ଦିଆଯାଇଥିଲା । ମାତ୍ର ମାଆଙ୍କ ମୃତ୍ୟୁଖବର ପାଇବା ସତ୍ତ୍ବେ ନୂଆଁଖାଇ ଆଳ ଦେଖାଇ ସେ ଆସି ପାରିବେ ନାହିଁ ବୋଲି କହିଥିବା ମୃତା ମଳିଙ୍କ ଝିଅ ସଞ୍ଜୁ କହିଛନ୍ତି । ଏହାପରେ ସ୍ଥାନୀୟ ଲୋକେ ସଂକଳ୍ପ ପରିବାରକୁ ସୂଚନା ଦେଇଥିଲେ । ଖବର ପାଇ ଶନିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଅନୁଷ୍ଠାନର ବିକାଶ ଅଗ୍ରୱାଲ, ଜି. ରମେଶ, ନିଧାନ ଦନ୍ତା, ସନ୍ତୋଷ ଦନ୍ତା, ସନ୍ତୋଷ ସାହୁ ପ୍ରମୁଖ ମୃତାବୃଦ୍ଧାଙ୍କ ଘରକୁ ପହଞ୍ଚିଥିଲେ ଏବଂ ମୃତଦେହ ନେଇ ଜୀରାନଦୀ କୂଳ ସ୍ବର୍ଗଦ୍ୱାରରେ ଦାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri