ବାପାଙ୍କୁ ହତ୍ୟା କରି ପୋତି ଦେଇଥିଲା ପୁଅ: ୨୩ ଦିନ ପରେ ଧରିଲା ପୋଲିସ

ସିମୁଳିଆ,୧୧।୭(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଅଞ୍ଚଳର ପିତୃହତ୍ୟାକାରୀ ପୁଅ ରମେଶ ଚନ୍ଦ୍ର ବେହେରାକୁ ୨୩ଦିନ ପରେ ପୋଲିସ ହାଇଦ୍ରାବାଦରୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

ପିତୃହନ୍ତା ରମେଶ ନିଜର ଦୋଷ ସ୍ବୀକାର କରିବା ବାଲେଶ୍ୱର ଏସ୍‌ଡିପିଓ ଶଶାଙ୍କ ଶେଖର ବେଉରିଆ ସିମୁଳିଆ ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତ ରମେଶଙ୍କୁ ହତ୍ୟା କରି ପୋତିଦେଇଥିବା ସ୍ଥାନକୁ ନେଇ ପୋଲିସ ଡେମୋ ଦେଖିବା ସହିତ ଅଧିକ ପଚରାଉଚରା କରିଛି। ନିଶାସକ୍ତ ଅବସ୍ଥାରେ ପୁଅ ରମେଶ ନିଜ ବାପାଙ୍କୁ ଠେଙ୍ଗାରେ ପିଠି ଗୋଡ ଭାଙ୍ଗିଦେବା ସହିତ ମୁଣ୍ଡକୁ ପିଟି ଦେବାରୁ ତାଙ୍କ ବାପାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗରସଙ୍ଗ ଅଞ୍ଚଳର ରମେଶ ନିଶାସକ୍ତ ଅବସ୍ଥାରେ ନିଜ ମା’ବାପାଙ୍କୁ ବିଭିନ୍ନ ସମୟରେ ଗାଳିଗୁଳଜ କରି ମାଡ଼ ମାରୁଥିଲେ। ତେବେ ଜୁନ ୧୬ ତାରିଖ ରାତିରେ ରମେଶ ନିଜ ବାପା ପ୍ରଭାକରଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ରମେଶ ରାଗି ଯାଇ ବାପାଙ୍କୁ ଠେଙ୍ଗାରେ ପିଟିଥିଲେ। ପରେ ଘରର ସମସ୍ତ ସଦସ୍ୟ ନିଖୋଜ ହୋଇଯାଇଥିଲେ। ଘରେ ତାଲା ପଡିଥିବା ସହ ଘର ପଛ ପାର୍ଶ୍ୱ ସାରୁ ଖାଲରୁ ପଚା ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ କୁପାରୀ ଯୋଡାଗଡିଆ ଅଞ୍ଚଳରେ ବିବାହ କରିଥିବା ରମେଶଙ୍କ ଭଉଣୀ ମମତାଙ୍କୁ ଏହି ସୂଚନା ଦେଇଥିଲେ।

ମମତାଙ୍କ ଅଭିଯୋଗ କ୍ରମେ ପୋଲିସ ମାଟି ଖୋଳି ବାପା ପ୍ରଭାକରଙ୍କ ମୃତଦେହ ଠାବ କରିଥିଲା। ପରେ ତାଙ୍କ ମା’ ଚମ୍ପାଙ୍କୁ ଠାବ କରିବା ପାଇଁ ପୋଲିସ ଜେଶିବି ଲଗାଇ ବିଭିନ୍ନ ସ୍ଥାନରେ ମାଟି ଖୋଳି ଖୋଜି ଥିଲା। ଘଟଣାର ୩ଦିନ ପରେ ଚମ୍ପା ଅଟୋରେ ଘର ନିକଟରେ ଓହ୍ଲାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ମା’ ଚମ୍ପାଙ୍କ ବୟାନକୁ ଆଧାର କରି ପୋଲିସ ୩ଟି ଟିମ୍‌ ଗଠନ କରି ବୁଧବାର ରମେଶକୁ ହାଇଦ୍ରାବାଦରୁ ଗିରଫ କରିଥିଲା। ତେବେ ବାପା ପ୍ରଭାକରଙ୍କୁ ହତ୍ୟା ପରେ ରମେଶ ମୃତଦେହକୁ ଏକ ଗାତ ଖୋଳି ପୋତି ଦେଇଥିଲେ। ଏହି ଘଟଣା ପଛରେ ଏକାଧିକ ଲୋକଙ୍କ ସହଯୋଗୀ ଥିବା ସ୍ଥାନୀୟ ଲୋକେ ଏବେ ସନ୍ଦେହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?