ମା’ ବାପାଙ୍କ ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଛି ପୁଅ

ରାଉରକେଲା ଅଫିସ, ୮ା୬: ରାଉରକେଲା ବେଦବ୍ୟାସର ଗୋପାପାଳୀ ଝରାପଡ଼ାର ଜଣେ ୧୭ବର୍ଷର ବାଳକ ଦୁର୍ବଳ ଅବସ୍ଥାରେ ନିଜ ମା’ ବାପାଙ୍କ ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଛନ୍ତି। କ୍ରିିଷ୍ଣା ଝରା ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରି ମରି ବଂଚୁଛନ୍ତି। ଆର୍ଥିକ ଅଭାବରୁ କ୍ରିଷ୍ଣାଙ୍କ ଚିକିତ୍ସା ହୋଇ ପାରୁନାହିଁ। ଶୀରର ଚର୍ମ ଝଡ଼ୁଥିବା ବେଳେ ହାଡ଼ ପୋପରା ହେବାକୁ ବସିଲାଣି। କ୍ରିଷ୍ଣାଙ୍କ ପରିବାର କହିଲେ ମା’ ଗୁରୁବାରୀ(୩୭) ବାପା ମୁକୁନ(୫୧)। ଖାଦ୍ୟ ଅଭାବରୁ ଦୀର୍ଘବର୍ଷରୁ ମୁକୁନୁ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ଗୁରୁବାରୀ ମୁକୁନଙ୍କ ଦେଖାଶୁଣା କରୁଛନ୍ତି। କ୍ରିଷ୍ଣା ଦୈନିକ ଭିକ୍ଷାବୃତ୍ତି କରି ଯାହା ଦି ପଇସା ଆଣୁଛନ୍ତି ସେଥିରେ ପରିବାରର ଦୁଇଓଳି ପେଟପୁରା ଖଇବା ବ୍ୟବସ୍ଥା ହୋଇପାରୁନାହିଁ। ଏପଟେ ମୁଣ୍ଡ ଗୁଞ୍ଜିବା ପାଇଁ ନିଜର ବୋଲି ଘର ଖଣ୍ଡିଏ ନାହିଁ। ଜଣେ ବ୍ୟକ୍ତିଙ୍କ ଭଙ୍ଗା ଦଦରା ତାଳଛପର ମାଟି ଘରେ ଦୀର୍ଘ ୨୫ ବର୍ଷ ହେଲା ଜୀବନ ବିତାଇ ଆସୁଛନ୍ତି। ସରକାରୀ ଯୋଜନା କହିଲେ କେବଳ ମାସିକ ୧୫କେଜି ରାସନ ଚାଉଳ। ଏହାବ୍ୟତିତ ପରିବାରକୁ ଅନ୍ୟ କୌଣସି ପ୍ରକାରର ସରକାରୀ ସହାୟତା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ପରିବାରଟି ଦରିଦ୍ର ସୀମାରେଖ ତଳେ ଥିଲେ ସୁଦ୍ଧା ଏଏଓ୍ବାଇ ସ୍କିମରେ ସାମିଲ କରାଗଲା ନାହଁ। ପୂର୍ବରୁ ଯେଉଁ ଦାରିଦ୍ର ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଥିଲେ ସେମାନଙ୍କୁ ହିଁ ଏହାର ଲାଭ ମିଳିବ। ବର୍ତ୍ତମାନ ନୂଆଁ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବା ବନ୍ଦ ହୋଇଯାଇଛି। ଏମିତିକି ଏପର୍ଯ୍ୟନ୍ତ ରୋଗାଗ୍ରସ୍ତ କ୍ରିଷ୍ଣାର ଆଧାରକାର୍ଡ ମଧ୍ୟ ହୋଇପାରିନାହିଁ। ତୁରନ୍ତ ଗରିବ ଅସହାୟ ପରିବାର ପାଇଁ ସରକାର ଓ ପ୍ରଶାସନଙ୍କ ତରଫରୁ ଆବଶ୍ୟକୀୟ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏନେଇ ଆର୍‌ଏମ୍‌ସି ବିଏସ୍‌ଏସ୍‌ଓ ଚେତାବନୀ ବଡେଇଙ୍କୁ ପଚାରିବାରୁ, ଏ ବିଷୟ ନିଶ୍ଚିତ ଭାବେ ସମ୍ବେଦନଶୀଳ। ଗୁରୁବାର ଉକ୍ତ ପରିବାର ପାଖକୁ ଯାଇ ତାଙ୍କ ପାଖରୁ ପ୍ରାମାଣିକ ପତ୍ର ସଂଗ୍ରହ କରିବୁ। ଏହାପରେ ଆରଜିଏଚ୍‌ରେ ଅଜଣାରୋଗର ପୀଡ଼ିତ ପିଲାର ରୋଗ ସମ୍ପର୍କିତ ନିଦାନ ଖୋଜବୁ। ପରିବାରର ଯୋଗ୍ୟତା ମୁତାବକ ସରକାରୀ ଯୋଜନା ପ୍ରଦାନ ପାଇଁ ସମସ୍ତ ପ୍ରକାରର ସହଯୋଗ କରାଯିବା ବୋଲି କହିଥିଲେ। ଏସିଏସ୍‌ଓ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ , ବର୍ତ୍ତମାନ ଆଉ ଏଏଓ୍ବାଇ ଯୋଜନାରେ ସାମିଲ କରିବା ଅସମ୍ଭବ। ପିଲାର ଆଧାରକାର୍ଡ ହେଲେ ତାଙ୍କ ନାଁରେ ରାସନ ଆଡ୍‌ କରାଯିବ ବୋଲି ଦର୍ଶାଇଥିଲୋ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?