ବାପାଙ୍କୁ ବଞ୍ଚାଇବାକୁ ଯାଇ ଭାସିଗଲେ ପୁଅ

ରାୟଗଡ଼ା ଅଫିସ, ୧୭।୧୦: ପରିବାର ଓ ସମ୍ପର୍କୀୟଙ୍କ ସହ ଗଜପତି ଜିଲା ପାରଳାଖେମୁଣ୍ଡିରୁ ରାୟଗଡ଼ା ବୁଲିବାକୁ ଆସିଥିଲେ। ସେଠାରେ ମା’ ମଝି ଘରିଆଣୀଙ୍କ ଦର୍ଶନ କରି ଝୁଲାପୋଲ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ବୁଲିବେ ବୋଲି ସମସ୍ତେ ବେଶ୍‌ ଉତ୍ସାହିତ ଥିଲେ। କିନ୍ତୁ କିଛି ଅଲଗା ଥିଲା ବିଧିର ବିଧାନ। ନାଗାବଳୀ ନଦୀରେ ଗୋଡ଼ ଧୋଇବାବେଳେ ଭାସିଗଲେ ବାପ, ପୁଅ। ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳି ନାହିଁ। ନିଖୋଜମାନେ ହେଲେ ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅଧୀନ ଦୁର୍ଗମପେଟା ଗ୍ରାମର କେ. ଶ୍ରୀନିବାସ (୪୦) ଓ ତାଙ୍କ ପୁଅ କେ.ଜିତେନ୍ଦ୍ର।

ସୂଚନା ମୁତାବକ, କେ. ଶ୍ରୀନିବାସ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ପରେ ସେମାନେ ନାଗାବଳୀ ନଦୀ ତଟକୁ ବୁଲାବୁଲି କରିବାକୁ ଯାଇଥିଲେ। ଏହି ସମୟରେ କେ.ଶ୍ରୀନିବାସଙ୍କ ପାଦରେ ବାଲି ଲାଗିଯିବାରୁ ସେ ଧୋଇବାକୁ ନଦୀକୁ ଯାଇଥିଲେ। ଅସାବଧାନତା କାରଣରୁ ସେ ନଦୀ ସ୍ରୋତରେ ଭାସି ଯାଇଥିଲେ। ପୁଅ ଜିତେନ୍ଦ୍ର ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାବେଳେ ସେ ମଧ୍ୟ ଭାସି ଯାଇଥିଲେ। ପାଖରେ ଉପସ୍ଥିତ ଥିବା ଲୋକେ ରାୟଗଡ଼ା ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଖୋଜାଖୋଜି କରିଥିଲେ। କିନ୍ତୁ ଉଭୟଙ୍କ ପତ୍ତା ମିଳିନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ...

ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲ୍‌ଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ...

ଘନୀଭୂତ ହେଉଛି ବାତ୍ୟା ଅମ୍ଫାନ: ଓଡ଼ିଶା ଉପକୂଳ ଦେଇ ଗତି କରିବା ସମ୍ଭାବନା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଗୁରୁବାର ଏହା ଅବପାତ (ଡିପ୍ରେଶନ)ରେ ପରିଣତ...

ରୁପା ଅଳଙ୍କାର ଚୋରି ଘଟଣାରେ ୩ ଗିରଫ

ବ୍ରହ୍ମପୁର ଅଫିସ,୮ା୯-ବଡବଜାର ଥାନା ମାଲସେନାପେଟା ସାହିରେ ଥିବା ଶ୍ରୀ ସାଇ ରିଫାଇନାରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି।...

ନୀଳମାଧବଜୀଉଙ୍କ ଓଢ଼ଣ ଲାଗି ବେଶ

ଖଣ୍ଡପଡା,୩।୧୨(ସ୍ବ.ପ୍ର.)-ସୋମବାର ଓଢଣ ଷଷ୍ଠୀ ତିଥି ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ଓଢଣ ଲାଗି ବେଶ ଆରମ୍ଭ ହୋଇଛି । ମନୁଷ୍ୟ ଶୀତ ଦାଉରୁ ରକ୍ଷାପାଇବା ପାଇଁ...

ମାଛ ଧରିବାକୁ ଯାଇ ଭାସି ଯାଇଥିଲେ ଯୁବକ: ମିଳିଲା ମୃତଦେହ

ପାଟଣା,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ଗ୍ରାମ ଦେଇଯାଇଥିବା ବୈତରଣୀ ନଦୀରେ ମାଛ ଧରିବାକୁ ଯାଇ ସୋମବାର ଜଣେ ଯୁବକ ଭାସି ଯାଇଥିଲେ। ମଙ୍ଗଳବାର...

ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରାଜ୍ୟର ୨୦ ସହରରେ ଶନିବାର ଅନୁଷ୍ଠିତ ହେବ। ୫୩ କେନ୍ଦ୍ରରେ ଦୁଇଟି ସିଟିଂରେ ଅଫ୍‌ଲାଇନ୍‌ ପରୀକ୍ଷା ହେବ। ଏଥିଲାଗି...

ଚିତ୍ରକୋଣ୍ଡାରେ ଡିଜିପି ଅଭୟ: ସମୀକ୍ଷା କଲେ ମାଓବାଦୀ ଗତିବିଧି

ଚିତ୍ରକୋଣ୍ଡା,୮।୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓପ୍ରବଣ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼କୁ ରବିବାର ପୋଲିସ ଡିଜି ଅଭୟ ଗସ୍ତ କରିଛନ୍ତି। ସେ ଗୋରାସେତୁ...

Advertisement
Archives

Model This Week