ମା’ ସମ୍ମୁଖରେ ପୁଅକୁ ହାଣିଦେଲେ

ବଲାଙ୍ଗୀର ଅଫିସ,୧୭ା୮: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଭିତରେ ମଙ୍ଗଳବାର ସକାଳୁ ଏକ ହତ୍ୟାକାଣ୍ଡ ଘଟିଛି। ମା’ ସମ୍ମୁଖରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ୨ ଦୁର୍ବୃତ୍ତ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମୃତକ ହେଲେ ସୁଦପଡା ନିବାସୀ ଅଜୟ ଦୋରା ଓରଫ୍‌ ଅଜୁ (୨୫)।
ହସ୍ପିଟାଲ କ୍ୟାମ୍ପସ ଚକ୍ଷୁ ଓପିଡି ସେଣ୍ଟର ସମ୍ମୁଖରେ ମୃତ ଅଜୁଙ୍କ ପିତା ରାଧେକୃଷ୍ଣ ଦୋରା ଗତ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଠେଲାରେ ଇଡଲି ବିକ୍ରି କରିଥାନ୍ତି। ପ୍ରତିଦିନ ସକାଳୁ ଏହି ସ୍ଥାନକୁ ଅଜୁଙ୍କ ପିତା, ମାତା ଜୟନ୍ତୀ ଓ ବଡଭାଇ ରାଜୁ ଆସି ଇଡଲି ବିକ୍ରି କରିଥାନ୍ତି। ମଙ୍ଗଳବାର ଭୋର ୫ଟା୧୫ରେ ଅଜୁ ଏକ ସ୍କୁଟିରେ ତାଙ୍କ ମା ଜୟନ୍ତୀଙ୍କୁ ବସାଇ ନିକଟସ୍ଥ ସୁଦପଡାରୁ ହସ୍ପିଟାଲ ଅଭିମୁଖେ ଆସୁଥିଲେ। ନୂଆକରି ତିଆରି ହୋଇଥିବା ଅକ୍ସିଜେନ୍‌ ସେଣ୍ଟର ରାସ୍ତାରୁ ପୁରୁଣା ଡାଇରିଆ ୱାର୍ଡ ତଥା ସିକ୍ୟୁରିଟି ଅଫିସ ସମ୍ମୁଖ ଦେଇ ସେ ହସ୍ପିଟାଲରେ ପଶିଥିଲେ। ଏତିକିବେଳେ ସିକ୍ୟୁରିଟି ଅଫିସ ସମ୍ମୁଖ ବୁଲାଣିରେ ଛପି ରହିଥିବା ମୁଖାପିନ୍ଧା ଦୁଇ ଦୁର୍ବୃତ୍ତ ଅଜୁଙ୍କୁ ଏକ ଖଣ୍ଡାରେ ଚୋଟ ମାରିଥିଲେ। ଏଥିରେ ସ୍କୁଟିରୁ ଅଜୁ ଓ ତାଙ୍କ ମା’ ଛିଟିକି ପଡିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଅଜୁ ଛଟପଟ ହେଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଆଉ ଏକ ଚୋଟ ମାରିଥିଲେ। ଜୟନ୍ତୀ ପୁଅକୁ ବଞ୍ଚାଇବାକୁ ଯିବାବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସେଠାରେ ଥିବା କେତେକ ଲୋକ ମା, ପୁଅଙ୍କୁ କାଜୁଆଲଟି ଓ୍ବାର୍ଡକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଅଜୁଙ୍କୁ ମୃତ ଘୋଷିତ କରିଥିଲେ। ଜୟନ୍ତୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଇଡଲି ଠେଲା ଲଗାଇବାକୁ ନେଇ ବଚସା କାରଣରୁ ହୋଇଥିବା କୁହାଯାଉଛି। ତେବେ ଏହି ହତ୍ୟାକାଣ୍ଡ ପଛରେ କଫ୍‌ ସିରପ ବ୍ୟବସାୟ ଏବଂ ପୂର୍ବଶତ୍ରୁତା ରହିଥିବା ଅନୁମାନ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଟାଉନ୍‌ ଥାନାରେ ଏ ନେଇ ଏକ ମାମଲା (୪୧୨/୨୨) ରୁଜୁ କରାଯାଇଛି। ହସ୍ପିଟାଲ କ୍ୟାମ୍ପସରେ ଏଭଳି ଏକ ହତ୍ୟାକାଣ୍ଡ ପରେ ହସ୍ପିଟାଲ ଷ୍ଟାଫ୍‌, ରୋଗୀ, ରୋଗୀ ପରିଜନ ଓ ସହରବାସୀ ଭୟଭୀତ ହୋଇପଡିଛନ୍ତି। ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ ହୋଇଥିବା ସଦର ଏସଡିପିଓ ତୋଫାନ ବାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri