Posted inଫୁରସତ

ଭୟରେ ବିମାନ ବିକିଦେଲେ

ସେଣ୍ଟ ଲୁଇସ: ଆମେରିକାର ପ୍ରସିଦ୍ଧ ପପ୍‌ ସିଙ୍ଗର ଟେଲର୍‌ ସ୍ବିଫ୍ଟ ପୁଣି ଚର୍ଚ୍ଚାରେ ଅଛନ୍ତି। ନିଜ ପାଖେ ଥିବା ଦୁଇଟି ପ୍ରାଇଭେଟ ଜେଟ୍‌ ବିମାନ ମଧ୍ୟରୁ ଗୋଟିଏକୁ ସେ ବିକ୍ରି କରିଛନ୍ତି। ଟେଲରଙ୍କ ପ୍ରାଇଭେଟ ଜେଟ୍‌ ବ୍ୟବହାର ନେଇ ଜଣା ପଡ଼ିବା ପରେ ତାଙ୍କୁ ଅଡ଼ୁଆର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଧନୀ ଏବଂ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ବିମାନକୁ ଟ୍ରାକିଂ କରିବାରେ ଖ୍ୟାତି ଅର୍ଜନ କରିଥିବା ୨୧ ବର୍ଷୀୟ ଜ୍ୟାକ୍‌ ସ୍ବିନ, ଟେଲରଙ୍କର ପ୍ରାଇଭେଟ ଜେଟ ବ୍ୟବହାରକୁ ନେଇ ସବିଶେଷ ତଥ୍ୟ ପ୍ରଘଟ କରିଥିଲେ। ସେଣ୍ଟ ଲୁଇସ ସହରର ଗୋଟିଏ ପାଖରୁ ଆଉ ଏକ ପାଖ ପର୍ଯ୍ୟନ୍ତ ୧୩ ମିନିଟ ଧରି ଟେସର୍‌ ନିଜ ପ୍ରାଇଭେଟ ଜେଟ୍‌ରେ ଉଡ଼ିବାର ତଥ୍ୟ ସାମ୍‌ନାକୁ ଆସିବା ପରେ ତାଙ୍କ ବିରୋଧରେ ସମାଲୋଚନା ଆରମ୍ଭ ହୋଇଥିଲା। କାର୍‌ ଯୋଗେ ମାତ୍ର ୩୦ ମିନିଟରେ ଯିବା ଆସିବା ସମ୍ଭବ ହେଉଥିବା ବେଳେ ଏଥିପାଇଁ ଟେଲରଙ୍କ ଦ୍ୱାରା ୧୩ ମିନିଟ ଧରି ନିଜ ପ୍ରାଇଭେଟ ଜେଟ୍‌ ବିମାନ ବ୍ୟବହାର କରାଯିବାକୁ ଅନେକ ନାପସନ୍ଦ କରିଛନ୍ତି। ଏଭଳି ଜେଟ୍‌ ବ୍ୟବହାର ଦ୍ୱାରା ଜଳବାୟୁ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ପରିବେଶବିତ୍‌। ଲଗାତାର ଭାବେ ଟେଲର୍‌ ଓ ତାଙ୍କର ଜେଟ୍‌ ବିମାନ ବ୍ୟବହାରକୁ ନେଇ ଜ୍ୟାକ୍‌ ସ୍ବିନୀ ଟ୍ରାକିଂ କରୁଥିବାରୁ ନିଜର ସୁରକ୍ଷା ପ୍ରତି ବିପଦ ଥିବା ମନେକରି ଟେଲର ନିଜର ଏକ ପ୍ରାଇଭେଟ ଜେଟକୁ ବିକ୍ରି କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri