ଅକ୍ସିଜେନ ସିଲିଣ୍ଡର ବଦଳରେ ସିଏନ୍‌ଜି ସିଲିଣ୍ଡର

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। କିଛି ସମୟର ବ୍ୟତିକ୍ରମ ପରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବେକାବୁ ହେବାରେ ଲାଗିଛି। କରୋନା କାଳ ମଧ୍ୟରେ ଦେଶରେ କଳାବଜାରି ମଧ୍ୟ ବୃଦ୍ଧି ପାଇଛି। କରୋନା ଚିକିତ୍ସାରେ ବ୍ୟବହାର କରାଯାଉଥିବା ମେଡିସିନ୍‌, ଇଞ୍ଜେକ୍ସନ, ଅକ୍ସିଜେନ ଓ ଉପକରଣର କଳାବଜାରି ହେଉଥିବା ଘଟଣା ଅନେକ ଥର ନଜରକୁ ଆସିଛି। କେଉଁଟା ଅସଲି ଓ ନକଲି ତାହା ଜାଣିବା ଏବେ କଷ୍ଟକର ହୋଇପଡ଼ିଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାହଦର ଜିଲାର ଜଗତପୁରୀରେ। ସୂଚନାଯୋଗ୍ୟ, ଜଗତପୁରୀରେ ରହୁଥିବା ମୋହିତ ଅରୋରାଙ୍କ ପିତା କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ଅକ୍ସିଜେନର ଆବଶ୍ୟକତା ପଡ଼ିଥିଲା। ତେଣୁ ମୋହିତ ଅକ୍ସିଜେନର ଖାଲି ସିଲିଣ୍ଡିର କିଣିବାକୁ ବାହାରିଥିଲେ। ସେହି ସମୟରେ ସୋସିଆଲ ମିଡିଆରେ ଶାସ୍ତ୍ରୀ ପାର୍କର ଯମୁନା ଖାଦରରେ ରହୁଥିବା ମହମ୍ମଦ ଶକିଲ ଅକ୍ସିଜେନ ସଲିଣ୍ଡର ବିକ୍ରି କରୁଥିବା ନେଇ ସେ ଜାଣିବାକୁ ପାଇଥିଲେ। ସୋସିଆଲ ମିଡିଆରେ ଦିଆଯାଇଥିବା ନମ୍ବରରେ ମୋହିତ ମହମ୍ମଦଙ୍କୁ ସମ୍ପର୍କ କରିଥିଲେ। ଖାଲି ସିଲିଣ୍ଡର ପାଇଁ ମହମ୍ମଦ ମୋହିତଙ୍କୁ ୧୦ହଜାର ଟଙ୍କା ମାଗିଥିଲେ। ମୋହିତ ତାଙ୍କୁ ଟଙ୍କା ଦେଇ ସିଲିଣ୍ଡର ନେବା ପରେ ସେଥିରେ ଅକ୍ସିଜେନ ଭରିବାକୁ ଯାଇଥିଲେ। ହେଲେ ସେଠାରେ ଏହା ଅକ୍ସିଜେନ ସିଲିଣ୍ଡର ନୁହେଁ ବରଂ ସିଏନ୍‌ଜି ସିଲିଣ୍ଡର ବୋଲି ଜାଣିବାକୁ ପାଇଥିଲେ। ଯେଉଁଥିରେ ଅକ୍ସିଜେନ ଭର୍ତ୍ତି କରାଯାଇପାରିବନାହିଁ। ଏନେଇ ମୋହିତ ଜଗତପୁରୀ ଥାନାରେ ଅଭିଯୋଗ କରିବା ସହ ମହମ୍ମଦଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ମହମ୍ମଦଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ତେବେ ୧୫ଶହ ଟଙ୍କାରେ ସିଏନ୍‌ଜି ସିଲିଣ୍ଡର କିଣି ମୋହିତଙ୍କୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ପୋଲିସ ସମ୍ମୁଖରେ ମହମ୍ମଦ ସ୍ବୀକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ସ୍ବାମୀଙ୍କୁ ସିବିଆଇ ମାରିଦେଇଛି

କୋଲକାତା,୧୫ା୧୨: ଗତ ମାର୍ଚ୍ଚ ୨୧ରେ ପଶ୍ଚିମବଙ୍ଗସ୍ଥିତ ବୀରଭୂମ ଜିଲା ରାମପୁରହାଟରେ ଅଭାବନୀୟ ଘଟଣା ଘଟିଥିଲା। ବୋରତୁଲ ଗ୍ରାମରେ ଭୋରରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁ...

୧୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି...

ରାହୁଲଙ୍କୁ ଗୋଲାପ ଦେଲେ ସ୍ବରା

ନୂଆଦିଲ୍ଲୀ,୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଗୁରୁବାର ଉଜୈନରେ ପହଞ୍ଚିଛି। କଂଗ୍ରେସ ଏହି ଯାତ୍ରାରେ ସାମିଲ ହେବା ପାଇଁ ବଲିଉଡ୍‌ ଅଭିନେତ୍ରୀ...

ସାବରିମାଲା ପ୍ରସାଦରେ ହଲାଲ ଗୁଡ଼ ବିବାଦ, ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୧: ସାବରିମାଲା ମନ୍ଦିରରେ ପ୍ରସାଦ ଏବଂ ନୈବେଦ୍ୟ ପାଇଁ ବ୍ୟବହୃତ ହେଉଥିବା ଅଶୁଦ୍ଧ ହଲାଲ ଗୁଡ଼ ବିବାଦରେ କେରଳ ହାଇକୋର୍ଟ ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ...

ସର୍ବପ୍ରଥମେ ୨ ଜିଲାରୁ ହଟିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଏହା ଏପ୍ରିଲ...

ବିଞ୍ଝାରପୁର ବ୍ଲକରେ ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ

ବିଞ୍ଝାରପୁର,୧୨।୫(ଡି.ଏନ.ଏ)-ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ୧୦ଦିନ ବ୍ୟବଧାନ ପରେ ମଙ୍ଗଳବାର ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ...

କରୋନା ସଚେତନତା କଲା ଯୁବକ ସଂଘ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକସ୍ଥିତ ନିଳକଣ୍ଠେଶ୍ୱର ୟୁନାଇଟେଡ୍‌ ୟୁଥ୍‌ କ୍ଲବର ସଦସ୍ୟମାନେ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ କରୋନା ସଚେତନତା କରାଇଥିବାର ଦେଖାଯାଇଛି।...

ତୁଷାରପାତ: ଅଟଳ ଟନେଲରେ ଅଟକିଲେ ୨ ହଜାର ପର୍ଯ୍ୟଟକ

ମାନାଲି, ୩୧ା୧୨: ପ୍ରବଳ ତୁଷାରପାତ ଯୋଗୁ ହିମାଚଳପ୍ରଦେଶର ରେହତଙ୍ଗ ପାସ୍‌ରେ ଥିବା ଅଟଳ ଟନେଲରେ ପ୍ରାୟ ୫୦୦ ଗାଡ଼ିରେ ୨,୦୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଦୀର୍ଘ ସମୟ...

Advertisement
Archives

Model This Week