ହାତୀ ମୃତ୍ୟୁ ରୋକିବ ସୌର ତାରବାଡ଼

 

 

ଯୋଡ଼ା,୯।୧୦(ଡି.ଏନ୍‌.ଏ.):କେନ୍ଦୁଝର ବନଖଣ୍ଡର ଚମ୍ପୁଆ ରେଞ୍ଜ ଅଧୀନ ତଥା ଯୋଡ଼ା ବନପାଳ ଅନ୍ତର୍ଗତ ଯୁରୁଡ଼ି କ୍ରେଚ୍‌ ହଟିଂ ରେଲ୍‌ୱେ କ୍ରସିଂ ନିକଟରେ ହାତୀଙ୍କୁ ସୁରକ୍ଷା ଉଦ୍ଦେଶ୍ୟରେ ଏକ ଝୁଲନ୍ତା ସୌର ତାରବାଡ଼ (ହ୍ୟାଙ୍ଗି ସୋଲାର ଫେନ୍ସିଂ) ବ୍ୟବସ୍ଥା କରାଯାଇଛି। ଏହାକୁ ଶନିବାର କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଉପସ୍ଥିତିରେ ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ଉଦ୍‌ଘାଟନ କରିଛନ୍ତି। ରେଲ୍‌ୱେ କ୍ରସିଂକୁ ଲାଗି ବାମେବାରି-ଯୋଡ଼ା ରାଜ୍ୟ ରାଜପଥ ରହିଛି। ରାଜପଥ ସଂଲଗ୍ନ ଜଙ୍ଗଲରୁ ହାତୀମାନେ ଯାତାୟାତ କରୁଥିବା ବେଳେ ଉକ୍ତ ରେଲୱେ କ୍ରସିଂ ଦେଇ ରେଳଧାରଣା ମଧ୍ୟକୁ ଚାଲିଯାଆନ୍ତି। ଫଳରେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ହାତୀଙ୍କ ଜୀବନହାନି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିବା ଡିଏଫ୍‌ଓ ପ୍ରକାଶ କରିଛନ୍ତି।
ପକ୍ଷରୁ ସୂଚନା ଯେ, ଏହି ପାଇଲଟ ପ୍ରୋଜେକ୍ଟ ବୈତରଣୀ (କ) ସଂରକ୍ଷିତ ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ସୋଲାର ଫେନ୍ସିଂ ମାଧ୍ୟମରେ ପ୍ରାୟ ୧୦ହଜାର ଭୋଲ୍ଟ୍‌ର କରେଣ୍ଟ ୨୪ଘଣ୍ଟା ପ୍ରବାହିତ ହେବ। ଏହା ସଂସ୍ପର୍ଶରେ ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀ ଆସିଲେ ସେମାନଙ୍କୁ ଏକ ପ୍ରକାରର କରେଣ୍ଟ୍‌ ଲାଗିବ। ଫଳରେ ସେମାନେ ସତର୍କ ହୋଇ ଆଗକୁ ଯିବାକୁ ଭୟ କରିବେ। ଏତଦ୍‌ବ୍ୟତୀତ କରେଣ୍ଟ ଲାଗିଲେ ସ୍ବୟଂ ଚାଳିତ ସାଇରନ ମଧ୍ୟ ବାଜିବ। ବ୍ୟବସ୍ଥା ଦ୍ବାରା ହାତୀ ସମେତ ବନ୍ୟପ୍ରାଣୀଙ୍କ ଜୀବନ ନିରାପଦ ରହିବ। ପ୍ରୋଜେକ୍ଟ ଓଡ଼ିଶାରେ ପ୍ରଥମ ଥର ବୋଲି ଡିଏଫ୍‌ଓ ଧନରାଜ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୌର ତାରବାଡ଼ ବ୍ୟବସ୍ଥା କ୍ରେଚ୍‌ ହଟିଂଠାରୁ ବେହେରା ହଟିଂ ପର୍ଯ୍ୟନ୍ତ କରାଯାଇଥିବା ଚମ୍ପୁଆ ରେଞ୍ଜ ଅଧିକାରୀ ସଞ୍ଜୀବ ରାଉତ ସୂଚନା ଦେଇଛନ୍ତି।
ସମାରୋହରେ କେନ୍ଦୁଝର ଡିଏଫ୍‌ଓଙ୍କ ସମେତ ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ, ଏସିଏଫ୍‌ ଅଶୋକ ଦାସ, ଘନଶ୍ୟାମ ମହାନ୍ତ, ଚମ୍ପୁଆ ରେଞ୍ଜ୍‌ ଅଧିକାରୀ ରାଉତ, ଯୋଡ଼ା ଫରେଷ୍ଟର ଅନିରୁଦ୍ଧ ପଣ୍ଡା, ଚମ୍ପୁଆ ଫରେଷ୍ଟର ପିଅନ ନାଏକ, ବାମେବାରି ଫରେଷ୍ଟର ରତ୍ନାକର ମହାନ୍ତ, ବାଲିବନ୍ଧ ଫରେଷ୍ଟର ବୁଲୁ ନାହାକ, ଫରେଷ୍ଟ ଗାର୍ଡ ନିଲମ ମହାନ୍ତ, ମାଞ୍ଚିନ ମାରାଣ୍ଡି, ବିନୋଦ ବିହାରୀ ବେହେରାଙ୍କ ସମେତ ଯୋଡ଼ା ସେକ୍ସନର ବନ ସ୍କ୍ବାଡ୍‌ ଉପସ୍ଥିତ ଥିଲେ। ଏହା ସହିତ ଓଡ଼ିଶା ଖଣି ନିଗମର ରିଜିଓନାଲ ମ୍ୟାନେଜର ଅବନୀକାନ୍ତ ପ୍ରଧାନଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଗତ ମେ ୧୯ରେ ବେହେରା ହଟିଂ ଠାରେ ରେଳ ଦୁର୍ଘଟଣାରେ ୩ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ରେଳ ମନ୍ତ୍ରଣାଳୟକୁ ରେଳ ଗାଡ଼ିର ଗତିକୁ ଘଣ୍ଟା ପ୍ରତି ୨୦ରୁ ୩୦କି.ମି. ବେଗରେ ଚଳାଇବା ପାଇଁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri