ମହାକାଶରେ ହେବ ସୋଲାର ଫାର୍ମ

ପ୍ୟାରିସ୍‌,୨୪।୧୧: ବୈଦ୍ୟୁତିକ ଶକ୍ତି ଉତ୍ପାଦନର ପ୍ରମୁଖ ସମ୍ବଳ ହେଉଛି କୋଇଲା। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ କୋଇଲା ସଙ୍କଟ ମୁଣ୍ଡ ଟେକିଛିି। ଏଥିଯୋଗୁ ଭବିଷ୍ୟତରେ ବିଦ୍ୟୁତ୍‌ ଶକ୍ତିର ଘୋର ଅଭାବ ବିଶ୍ୱବାସୀଙ୍କ ପାଇଁ ବିପଦ ସାଜିପାରେ। ଏ ପ୍ରକାର ଅସୁବିଧାକୁ ଦୂର କରିବା ସକାଶେ ୟୁରୋପୀୟ ବୈଜ୍ଞାନିକମାନେ ମହାକାଶରେ ସୋଲାର ଫାର୍ମ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାକୃତିକ ଉତ୍ସ ସୂର୍ଯ୍ୟାଲୋକ ବ୍ୟବହାର ଦ୍ୱାରା ଅଧିକମାତ୍ରାରେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରାଯାଇପାରିବ। ସେହି ବିଦ୍ୟୁତ୍‌ ଶକ୍ତି ପୃଥିବୀବାସୀଙ୍କୁ ଆଲୋକିତ କରିବ ବୋଲି ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ) ଆଶା ବାନ୍ଧିଛି। ଏହି ଲକ୍ଷ୍ୟ ହାସଲ ପାଇଁ ସ୍ପେସ୍‌ରେ ସୋଲାର ଫାର୍ମ ସ୍ଥାପନ ଯୋଜନା ଚାଲିଛି।

ପଡ଼ୁଥିବା ସୂର୍ଯ୍ୟାଲୋକର ୧୦ ଗୁଣା ଆଲୋକ ମହାକାଶରେ ପଡ଼ିଥାଏ। ସୂର୍ଯ୍ୟଙ୍କ ଆଲୋକରୁ ପ୍ରଚୁର ପରିମାଣର ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ସମ୍ଭବ। ଏ ନେଇ ଇଏସ୍‌ଏ ବୈଜ୍ଞାନିକଙ୍କ ଦ୍ୱାରା ଏକ ଅଧ୍ୟୟନ ଆରମ୍ଭ କରାଯିବ। ନିଷ୍କର୍ଷରେ ପହଞ୍ଚିବାକୁ ପାଖାପାଖି ୩ ବର୍ଷ ସମୟ ଲାଗିପାରେ। ଏହି ସୌର ପ୍ରକଳ୍ପ ଦ୍ୱାରା ଜାଏଣ୍ଟ ଅର୍‌ବିଟ୍‌ ସାଟେଲାଇଟ୍‌ଗୁଡ଼ିକ ସୂର୍ଯ୍ୟାଲୋକ ସଂଗ୍ରହ କରି ଏହାକୁ ଲୋ ପାଓ୍ବାର୍‌ ଡେନ୍‌ସିଟି ମାଇକ୍ରୋଓ୍ବେଭ୍‌ରେ ରୂପାନ୍ତରିତ କରିବ। ସୁରକ୍ଷିତ ଭାବେ ବିମ୍‌ ଆକାରରେ ଏହି ମାଇକ୍ରୋଓ୍ବେଭ୍‌ ପୃଥିବୀର ରିସିଭର୍‌ ଷ୍ଟେଶନ୍‌ରେ ପହଞ୍ଚିବ, ଯେଉଁଠାରୁ ବିଦ୍ୟୁତ୍‌ ଉତ୍ପାଦନ କରାଯିବ। ମାଇକ୍ରୋଓ୍ବେଭ୍‌ ଜରିଆରେ ମଣିଷ, ପଶୁ, ପକ୍ଷୀ, ବୃକ୍ଷ ସାଙ୍ଗକୁ ବିମାନ ଚଳାଚଳ ଯେପରି ପ୍ରଭାବିତ ନ ହେବ ସେ ଦିଗକୁ ଦୃଷ୍ଟିରେ ରଖାଯିବ।

ଜେନେରେଟିଂ ସୋଲାର ପାର୍କର ଓଜନ ୧ ଟନ୍‌ରୁ ଅଧିକ ହୋଇପାରେ। ପୃଥିବୀପୃଷ୍ଠରେ ୬ ନିୟୁତ ସୋଲାର ପ୍ୟାନେଲ୍‌ରୁ ୨ ଗିଗାବାଇଟ୍‌ ବିଦ୍ୟୁତ୍‌ ଶକ୍ତି ମିଳୁଥିବାବେଳେ ଗୋଟିଏ ବୃହତ୍‌ ଉପଗ୍ରହ ସମାନ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ ପାଇଁ ସକ୍ଷମ। ଜଳବାୟୁ ପରିବର୍ତ୍ତନ ଯୋଗୁ ଭବିଷ୍ୟତରେ ଯେଉଁ ଶକ୍ତି ସଙ୍କଟ ଦେଖାଯିବା ଆଶଙ୍କା ରହିଛି, ତାହାକୁ ସୋଲାର ପାର୍କ ଦ୍ୱାରା ହିଁ ଦୂର କରାଯାଇ ପାରିବ ବୋଲି ପ୍ରୋଜେକ୍ଟ୍‌ ମୁଖ୍ୟ ସଞ୍ଜୟ ବିଜେନ୍ଦ୍ରନ କହିଛନ୍ତି। ତେବେ ଏଥିଲାଗି ବହୁ ପରିମାଣର ଅର୍ଥ ସାଙ୍ଗକୁ ସରକାରୀ ସହାୟତା ଲୋଡ଼ା। ଇଏସ୍‌ଏ ବ୍ୟତୀତ ଆମେରିକା, ଜାପାନ ମଧ୍ୟ ସ୍ପେସ୍‌ରେ ସୋଲାର ଫାର୍ମ ପ୍ରତିଷ୍ଠା ଲକ୍ଷ୍ୟରେ ଦିଗରେ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?