ରୁଷିଆ ଆତଙ୍କବାଦର ପୃଷ୍ଠପୋଷକ

କିଭ୍‌,୨୪ା୧୧: ୟୁରୋପୀୟ ପାର୍ଲାମେଣ୍ଟ ବୁଧବାର ରୁଷିଆକୁ ‘ଆତଙ୍କବାଦର ପୃଷ୍ଠପୋଷକ ରାଷ୍ଟ୍ର’ ଘୋଷଣା କରିଛି। ୟୁକ୍ରେନ୍‌ରେ ମସ୍କୋ ଲଗାତର ବର୍ବର ଆକ୍ରମଣ କରିବା ସହ ମାନବ ଅଧିକାର ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି ପାର୍ଲାମେଣ୍ଟ ଦର୍ଶାଇଛି। ୫୯୬ ସଦସ୍ୟ ବିଶିଷ୍ଟ ୟୁରୋପୀୟ ପାର୍ଲାମେଣ୍ଟରେ ଏହି ପ୍ରସ୍ତାବ ସପକ୍ଷରେ ୪୯୪ ଆଇନପ୍ରଣେତା ଭୋଟ ଦେଇଥିବାବେଳେ ୫୮ ଏହା ବିରୋଧରେ ମତ ଦେଇଥିଲେ। ୪୪ ସଦସ୍ୟ ମତଦାନରୁ ବିରତ ରହିଥିଲେ।

ଉଲ୍ଲେଖ କରାଯାଇଛି ଯେ, ରୁଷୀୟ ସଂଘ ପକ୍ଷରୁ ୟୁକ୍ରେନୀୟ ନାଗରିକମାନଙ୍କ ଉପରେ ଲଗାତର ଆକ୍ରମଣ କରାଯାଉଛି। ସାଧାରଣ ଲୋକଙ୍କ ଧନଜୀବନକୁ ଟାର୍ଗେଟ କରାଯାଉଛି। ମାନବାଧିକାର ସମ୍ପର୍କିତ ଅନ୍ତର୍ଜାତୀୟ ଆଇନର ଏଭଳି ଉଲ୍ଲଂଘନ ଆତଙ୍କବାଦୀ କାର୍ଯ୍ୟ ସହ ସମାନ। ତେବେ ଏହି ସଂକଳ୍ପନାମା ସପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କ୍ଷମତା ୟୁରୋପୀୟ ପାର୍ଲାମେଣ୍ଟର ନ ଥିବାରୁ ଏହାକୁ ପ୍ରତୀକାମତ୍କ ପଦକ୍ଷେପ ବୋଲି କୁହାଯାଉଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି ୟୁରୋପୀୟ ପାର୍ଲାମେଣ୍ଟର ଏହି ଘୋଷଣାକୁ ସ୍ବାଗତ କରିଛନ୍ତି। ଟୁଇଟରରେ ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ ସମେତ ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାରର ନୀତି ଯାଗୁ ରୁଷିଆକୁ ସବୁ ସ୍ତରରେ ଏକଘରକିଆ କରି ଉତ୍ତରଦାୟୀ କରାଯିବା ଜରୁରୀ। ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଅନୁରୂପ ସଂକଳ୍ପନାମା ନିଜ ନିଜ ପାର୍ଲାମେଣ୍ଟରେ ଗୃହୀତ କରିବା ଉଚିତ। ପ୍ରକାଶ ଯେ, ୟୁରୋପୀୟ ସଂଘ (ଇୟୁ), ଆମେରିକା ଓ ବ୍ରିଟେନ ରୁଷିଆ ଉପରେ କଠୋର କଟକଣା ଜାରି କରିସାରିଛନ୍ତି। ଆମେରିକା କଂଗ୍ରେସର ଉଭୟ ଗୃହ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ତାଲିକାରେ ରଖିବା ପାଇଁ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଅନୁରୋଧ କରିଥିଲେ ହେଁ ସେ ମନା କରିଦେଇଛନ୍ତି। ଆମେରିକା ମତରେ ବର୍ତ୍ତମାନ କ୍ୟୁବା, ଉତ୍ତର କୋରିଆ, ଇରାନ ଓ ସିରିଆ ହେଉଛନ୍ତି ଆତଙ୍କବାଦକୁ ପ୍ରୋତ୍ସାହନକାରୀ ରାଷ୍ଟ୍ର। ଇୟୁର ୪ ସଦସ୍ୟ ଲିଥୁଆନିଆ, ଲାଟ୍‌ଭିଆ, ଏଷ୍ଟୋନିଆ ଏବଂ ପୋଲାଣ୍ଡ ରୁଷିଆକୁ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ରାଷ୍ଟ୍ର ଘୋଷଣା କରିଥିବା ୟୁରୋପିଆନ୍‌ ପାର୍ଲାମେଣ୍ଟାରି ରିସର୍ଚ୍ଚ ସର୍ଭିସ୍‌ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?