Posted inଖେଳ

ଗୋଟିଏ ମ୍ୟାଚ୍‌ରେ ୬ ଥର ଜୀବନ ଦାନ ପାଇଲେ

କାନାବେରା,୨୬।୯: କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କୁ ଥରେ କି ଦୁଇ ଥରେ ଜୀବନଦାନ ମିଳିବା କଷ୍ଟକର। କିନ୍ତୁ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଭାରତୀୟ ମହିଳା ଦଳର ବ୍ୟାଟ୍ସଓମେନ ସ୍ନେହ ରାଣାଙ୍କୁ ଗୋଟିଏ ମ୍ୟାଚ୍‌ରେ ୬ ଥର ଜୀବନ ଦାନ ମିଳିଥିଲା। ୩୦ ରନ୍‌ର ପାଳିରେ ଅଷ୍ଟ୍ରେଲିଆ ଖେଳାଳିମାନେ ଦୁଇ ଥର ତାଙ୍କ କ୍ୟାଚ୍‌ ହାତଛଡ଼ା କରିଥିଲେ। କେବଳ ଏତିକି ନୁହେଁ ସେ ୩ ଥର ରନ୍‌ ଆଉଟ୍‌ ହେବାରୁ ବଞ୍ଚିତ ହୋଇଥିଲେ। ୪୬ ତମ ଓଭରରେ ନିକୋଲା କାରିଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ରାଣା। କିନ୍ତୁ ତାହାକୁ ନୋ ବଲ ଦର୍ଶାଇ ଥିଲେ ଅମ୍ପୟାର। ଏହାର ପରବର୍ତ୍ତୀ ଓଭରରେ ସେ ଲଗାତାର ୩ ଚୌକା ଲଗାଇଥିଲେ। ଶେଷରେ ୪୯ତମ ଓଭରରେ କାରିଙ୍କ ବଲରେ ଡାରଲିଂଟନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ରାଣା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨ କୋଟି ମୂଳ ମୂଲ୍ୟ ଥିବା ଏହି ଖେଳାଳିଙ୍କ ଉପରେ ଲାଗିପାରେ ୧୦ କୋଟି ଟଙ୍କାର ନିଲାମ

ନୂଆଦିଲ୍ଲୀ,୫ା୧୨: ଆଇପିଏଲ ୨୦୨୪ ନିଲାମୀ ଡିସେମ୍ବର ୧୯ ତାରିଖରେ ଦୁବାଇରେ ହେବାକୁ ଯାଉଛି। ବର୍ତ୍ତମାନ ଏହି ତାରିଖ ଆସିବାକୁ କିଛି ଦିନ ରହିଛି। କିନ୍ତୁ ଏହା...

ରୋହିତଙ୍କ ପରେ କିଏ ହେବ ଟିମ୍‌ ଇଣ୍ଡିଆର ଅଧିନାୟକ? ପୂର୍ବତନ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୫।୧୨: ଆଗାମୀ ଦିନରେ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଦିନିକିଆ ବିଶ୍ୱକପ୍‌ ପରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା...

ହାତକୁ ଦି’ ହାତ ହେଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌, ଆଇପିଏଲ ନିଲାମରେ ହୋଇପାରନ୍ତି କୋଟିପତି

କେପ୍‌ଟାଉନ୍‌,୫।୧୨: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର ଜେରାଲ୍ଡ କୋଟଜି ଡିସେମ୍ବର ୧୦ରୁ ଭାରତ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ବିବାହ କରିଛନ୍ତି। ସେ ତାଙ୍କ...

ଆଇପିଏଲ୍‌ରୁ ଓହରିଯିବାକୁ ଏହି ବୋଲରଙ୍କୁ ନିର୍ଦ୍ଦେଶ

ଲଣ୍ଡନ, ୫ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ଲାଗି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଜୋଫ୍ରା ଆର୍ଚରଙ୍କୁ ନିର୍ଦ୍ଦେଶ ଦେଇଛି। ବାରମ୍ବାର...

ବାଇଜୁସ୍‌କୁ ଏନ୍‌ସିଏଲ୍‌ଟି ନୋଟିସ୍‌

ନୂଆଦିଲ୍ଳୀ, ୫ା୧୨: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌ ପ୍ରେରଣ କରିଛି ଏନ୍‌ସିଏଲ୍‌ଟି। ଅର୍ଥ ପରିଶୋଧ ହୋଇ...

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ୍‌

ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ଉଇକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍‌ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ...

ସୁଖରାମ ଅଧିନାୟକ

ଭୁବନେଶ୍ୱର, ୫।୧୨ (ତପନ ସ୍ବାଇଁ):ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ନଗେଶ ଟ୍ରଫି ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ...

କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‌ ପୁରସ୍କୃତ

ଭୁବନେଶ୍ୱର, ୫।୧୨(ତପନ ସ୍ବାଇଁ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  କିଟ୍‌କୁ ସମ୍ମାନଜନକ ସିଆଇଆଇ ସ୍ପୋଟର୍‌ସ ବିଜନେସ ପୁରସ୍କାର-୨୦୨୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri