ମହଙ୍ଗା ପଡ଼ିଲା ପୋଲିସ ଭ୍ୟାନରେ ଚୋରା କାଠ ଚାଲାଣ

ପାରଳାଖେମୁଣ୍ଡି,୪।୧୧: ଗଜପତି ଜିଲାରେ ପୋଲିସ ଭ୍ୟାନ୍‌ ଯୋଗେ କାଠ ଚୋରା ଚାଲାଣ ମାମଲାରେ ଅଟକ ଥିବା ୪ ପୋଲିସ କର୍ମଚାରୀଙ୍କୁ ବନ ବିଭାଗ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି ରିଜର୍ଭ ପୋଲିସ ତୃତୀୟ ବାଟାଲିୟନର ଯବାନ ତସମନ୍ତ ଆଚାର୍ଯ୍ୟ, ଚିନ୍ମୟ ବେହେରା, ପ୍ରଭାତ ମହାକଡ଼ ଏବଂ ଗାଡି ଡ୍ରାଇଭର ଶ୍ରୀଧର ମହାପାତ୍ର। ୧୯୭୨ ଫରେଷ୍ଟ ଆକ୍ଟ ୫୬ ଓ ୧୯୮୦ ଓଟିଇଟି ଆକ୍ଟ ୪, ୧୨, ୧୪ ଓ ୨୧ ଧାରା ଅନୁସାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ।

ସୂଚନା ଯୋଗ୍ୟ, ମଙ୍ଗଳବାର ଭୋର୍‌ରେ ବନ ବିଭାଗର କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ପୋଲିସ ଭ୍ୟାନକୁ ସନ୍ଦେହ କରି ଅଟକାଇଥିଲେ। ବନ କର୍ମଚାରୀ ଯାଞ୍ଚ ବେଳେ ଭ୍ୟାନ୍‌ରେ ମୂଲ୍ୟବାନ ସାଇଜ୍‌ ଶାଗୁଆନ କାଠ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। କାଠ ସହ ଗାଡ଼ି ଓ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରିକୁ ପ୍ରତିବାଦ କରିବାରୁ ହାଣିଦେଇ ଚାଲିଗଲେ

କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ସାହିରେ ଶନିବାର ବିଳମ୍ବିତ ରାତିରେ ଭୁଜାଲି ମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା...

ଠାକୁରାଣୀଙ୍କ ଯାତ୍ରା ବେଳେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ହିଞ୍ଜିଳିକାଟୁ,୧୭ା୧୧(ଡି.ଏନ୍‌.ଏ): ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ାଠାରେ ମା’ କାଳୁଆ ଯାତ୍ରା ଉଦ୍‌ଯାପନୀ ଦିବସରେ ବୁଧବାର ଠାକୁରାଣୀଙ୍କ ଘଟ ପରିକ୍ରମା ବେଳେ ୨ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।...

ପୋଲିସଙ୍କୁ ମିଳିବ କରୋନା ସୁରକ୍ଷା ତାଲିମ

କଟକ ଅଫିସ୍‌, ୯।୫: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣ ଯୋଗୁ ରାଜ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା...

ସୋନପୁର ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୋନପୁର,୧୨।୭(ନି.ପ୍ର.): ସୋନପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ଘୋଷଣା କରିଛନ୍ତି...

କନିଷ୍ଠ ଡାକ୍ତରଙ୍କ ବିରୋଧରେ ଅଧ୍ୟକ୍ଷଙ୍କ ଏତଲା

ବ୍ରହ୍ମପୁର ଅଫିସ,୯।୫: ଏମକେସିଜି ମେଡିକାଲ କଲେଜ ଓ ହସ୍ପିିଟାଲର ଏମବିବିଏସ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ର଼୍ୟାଗିଂ ଘଟଣା ଏବେ ଥାନାରେ ପହଞ୍ଚିଛି। ର଼୍ୟାଗିଂ କରାଯିବା ନେଇ...

ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ଯିବ ଭିତରକନିକା

ବାରଙ୍ଗ,୧୮ା୫(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଘଡିଆଳ କୁମ୍ଭୀର ଭିତରକନିକାକୁ ଯିବ। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଏମାନଙ୍କ ବାସସ୍ଥାନ, ଖାଦ୍ୟ ଓ...

ନକଲି ସାର୍ଟିଫିକେଟ୍‌ରେ ଚାକିରି ଘଟଣା: ଆଉ ୫ ଅଟକ, ୨ କାର୍‌ ଜବତ

ବ୍ରହ୍ମପୁର ଅଫିସ,୨୬ା୪: ନକଲି ସାର୍ଟିଫିକେଟରେ ଚାକିରି ଘଟଣା ଏବେ ସାରା ଓଡ଼ିଶାରେ ଚହଳ ପକାଇଛି। ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ...

ବାବୁସାନ୍‌ଙ୍କୁ ଜେରା

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଆଜି ବାବୁସାନ୍‌ ମହାନ୍ତିଙ୍କ ଜନ୍ମଦିନ। ତେବେ ଜନ୍ମଦିନରେ ବାବୁସାନ୍‌ ଶନିବାର ଖାଳବେଳ ଥାନାରେ ପହଞ୍ଚତ୍ଛନ୍ତି। ମା’ ଅପରାଜିତା ମହାନ୍ତିଙ୍କ ସହ ସେ ଥାନାରେ ପହଞ୍ଚିଥିବା...

Advertisement
Archives

Model This Week