Posted inଖେଳ

ଷ୍ଟାର ଭାରତୀୟ ବ୍ୟାଟରଙ୍କ କାନରେ ବାଜିଲ ବଲ

ରାଙ୍ଗିଓରା(ନ୍ୟୁଜିଲାଣ୍ଡ),୧।୩: ଷ୍ଟାର ଭାରତୀୟ ଓପନର ସ୍ମ୍ରିତି ମନ୍ଧାନା ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ କନକଶନର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ବାମ କାନ ପାଖରେ ଟିସୁ ଜନିତ ସମସ୍ୟା କାରଣରୁ ତାଙ୍କୁ ଏବେ ଅବଜରଭେଶନରେ ରଖାଯାଇଛି।

ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକୀୟ ବୋଲର ଶାବନିମ ଇସମାଇଲଙ୍କ ବାଉନ୍ସର ମନ୍ଧାନାଙ୍କ କାନ ପାଖରେ ବଲ ବାଜିଥିଲା। ଏହାପରେ ସେ ଗ୍ରାଉଣ୍ଡରୁ ଚାଲିଯାଇଥିଲେ। ଏହି ମ୍ୟାଚ୍‌କୁ ଭାରତୀୟ ଦଳ ୨ ରନ୍‌ରେ ଜିତି ନେଇଛି।

ଏକ ଆଇସିସି ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟ ମନ୍ଧାନା ଦଳୀୟ ଡାକ୍ତରଙ୍କ ଅବଜରଭେଶନରେ ଅଛନ୍ତି। ତାଙ୍କ ମୁଣ୍ଡରେ ବଲ ବାଜିବା ପରେ ପ୍ରଥମେ ତାଙ୍କୁ ଫିଟ୍‌ ଘୋଷିତ କରାଯାଇଥିଲା। କିନ୍ତୁ ଗୋଟିଏ ଓଭର ପରେ ଦଳୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ରିଟାଏର୍ଡ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ହକି ଦଳର ଆଉଟଡୋର ଟ୍ରେନିଂ ଆରମ୍ଭ

ବେଙ୍ଗାଲୁରୁ, ୪।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ ମାସର ବିରାମ ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ...

ପ୍ରଶଂସକ ଚାହାନ୍ତି ପାକିସ୍ତାନରେ ଖେଳୁ ଭାରତ

ଲାହୋର,୨୩ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୩ଠାରୁ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳାଯାଇ ନାହିଁ। ଅନ୍ତିମ ଥର ୨୦୦୮ରେ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍‌...

ଯାହା ଗତ ୧୫ ଦିବାରାତ୍ର ଟେଷ୍ଟରେ ହୋଇ ନ ଥିଲା, ତାହା ମୋଟେରା ଟେଷ୍ଟର ପ୍ରଥମ ଦିନରେ ହେଲା ସମ୍ଭବ

ଅହମଦାବାଦ,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୋଲିଂ ଯାଦୁରେ ଇଂଲଣ୍ଡ ୧୧୨...

ଧୋନୀ ନ ଖେଳିଲେ, ମୁଁ ଖେଳିବି ନାହିଁ

ଚେନ୍ନାଇ,୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ନ ଖେଳିଲେ ମୁଁ ବି ଖେଳିବି ନାହିଁ। ଏଭଳି ବୟାନ ଦେଇଛନ୍ତି...

ଆଇସିସି ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଉଠିଲେ ଜାସନ ହୋଲ୍‌ଡର

ଦୁବାଇ ୧୫ା୭ (ପି.ଟି.)-ଆଇସିସି ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜ ବୋଲର ଜାସନ ହୋଲ୍‌ଡର ତାଙ୍କ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ସବୁଠାରୁ...

ଏକମାତ୍ର ଟେଷ୍ଟ: ଦୃଢ଼ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୮।୯- ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆଫଗାନିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର...

ଖସିଲା ରୋହିତଙ୍କ ମାନ୍ୟତା

ଦୁବାଇ,୨୮।୭: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ପରେ ଆଇସିସି ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଅଧିନାୟକ ବିରାଟ କୋହଲି...

ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର ନୂଆ ସୀମିତ ଓଭର ଅଧିନାୟକ ହେଲେ ନିକୋଲାସ୍‌

ଆଣ୍ଟିଗୁଆ,୪।୫: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌ର ନୂତନ ସୀମିତ ଓଭର ଅଧିନାୟକ ହୋଇଛନ୍ତି ନିକୋଲାସ ପୁରନ୍‌। ଏବେ ସେ ଦିନିକିଆ ଏବଂ ଟି୨୦ ଅନ୍ତର୍ଜାତୀୟ ଦଳର ନେତୃତ୍ୱ...

Advertisement
Archives

Model This Week