Posted inଖେଳ

ଷ୍ଟାର ଭାରତୀୟ ବ୍ୟାଟରଙ୍କ କାନରେ ବାଜିଲ ବଲ

ରାଙ୍ଗିଓରା(ନ୍ୟୁଜିଲାଣ୍ଡ),୧।୩: ଷ୍ଟାର ଭାରତୀୟ ଓପନର ସ୍ମ୍ରିତି ମନ୍ଧାନା ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ କନକଶନର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ବାମ କାନ ପାଖରେ ଟିସୁ ଜନିତ ସମସ୍ୟା କାରଣରୁ ତାଙ୍କୁ ଏବେ ଅବଜରଭେଶନରେ ରଖାଯାଇଛି।

ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକୀୟ ବୋଲର ଶାବନିମ ଇସମାଇଲଙ୍କ ବାଉନ୍ସର ମନ୍ଧାନାଙ୍କ କାନ ପାଖରେ ବଲ ବାଜିଥିଲା। ଏହାପରେ ସେ ଗ୍ରାଉଣ୍ଡରୁ ଚାଲିଯାଇଥିଲେ। ଏହି ମ୍ୟାଚ୍‌କୁ ଭାରତୀୟ ଦଳ ୨ ରନ୍‌ରେ ଜିତି ନେଇଛି।

ଏକ ଆଇସିସି ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟ ମନ୍ଧାନା ଦଳୀୟ ଡାକ୍ତରଙ୍କ ଅବଜରଭେଶନରେ ଅଛନ୍ତି। ତାଙ୍କ ମୁଣ୍ଡରେ ବଲ ବାଜିବା ପରେ ପ୍ରଥମେ ତାଙ୍କୁ ଫିଟ୍‌ ଘୋଷିତ କରାଯାଇଥିଲା। କିନ୍ତୁ ଗୋଟିଏ ଓଭର ପରେ ଦଳୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ରିଟାଏର୍ଡ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଜାଣି ପିଛା କରିଥିଲେ: ମାଡ଼ଖାଇ ଫରେଷ୍ଟ ଡ୍ରାଇଭର ଗୁରୁତର

ସିମୁଳିଆ,୧୯।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା କୁପାରି ଫରେଷ୍ଟ ଡ୍ରାଇଭର ଆତ୍ମାରାମ ଷେଣ୍ଢ(୨୯) ରବିବାର ଦୁବୃର୍ତ୍ତମାନଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୂରାଇ ଦେଲେ ପ୍ରଧାନଶିକ୍ଷକ: ସ୍କୁଲରେ ହାଇଡ୍ରାମା 

କଳିଙ୍ଗନଗର,୧୯।୪(ଶୁଭାଶିଷ ରାଉତ ):ପିଲାଙ୍କ ପ୍ୟାଣ୍ଟ ଭିତରେ ପ୍ରଧାନଶିକ୍ଷକ ପୂରାଇ ଦେଲେ  ବିଛୁଆତି।  ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲରେ ହୋଇଥଲା ହାଇଡ୍ରାମା। ସ୍କୁଲକୁ ଆସି ପ୍ରଧାନଶିକ୍ଷକଙ୍କୁ…

ପୁଣି ଥରେ ମା’ ହେବେ ଦୀପିକା ପାଦୁକୋନ, ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କହିଲେ…

ମୁମ୍ବାଇ: ବଲିଉଡ ଷ୍ଟାର୍‌ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଦ୍ୱିତୀୟ ଥର ମା-ବାପା ହେବାକୁ ଯାଉଛନ୍ତି। ଉଭୟ କପଲ ଏନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।…

ଶ୍ୱଶୁରଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ: ଅଞ୍ଚଳରେ ଚାଞ୍ଚଲ୍ୟ

କଲ୍ୟାଣସିଂହପୁର,୧୯।୪ (ଦୀପକ କୁମାର ପରିଡା ): ଶ୍ୱଶୁରଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଗୁମ୍ମା ଗାଁରେ ଶନିବାର…

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ: ଧକ୍କା ହେଲା ୨ ବାଇକ୍, ଶିକ୍ଷକ ମୃତ

ଟିକିରି,୧୯।୪(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନୂତନ ମେଡିକାଲ ସାମ୍ନାରେ ଅପରାହ୍ନ ପ୍ରାୟ ୪ଟାରେ ଏକ ବାଇକ୍‌କୁ ପଛପଟୁ ଆଉ…

ଗାଁରେ ପଶି ଘର ଭାଙ୍ଗିଲା, ଚାଉଳ ଖାଇଲା ଦନ୍ତା 

ଦେବଗଡ,୧୯।୪(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଦନ୍ତାହାତୀ ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜଳଗହଳିପୂର୍ଣ୍ଣ ସଙ୍ଘାପୋଶି ଗ୍ରାମରେ ପଶି ଆତଙ୍କରାଜ ଚଲାଇବାସହ ଏକ ଘର ଭାଙ୍ଗି…

ଅସହ୍ୟ ତାତି, ଜନଜୀବନ କଲବଲ: ଛାତ୍ରୀଛାତ୍ରଙ୍କୁ ଗ୍ରୀଷ୍ମକଷ୍ଟ, ବଢ଼ୁଛି ଅସନ୍ତୋଷ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ): ତାତି ବଢୁଛି। ଗୁଳୁଗୁଳି ବି ହେଉଛି। ସକାଳ ୯ଟାରୁ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରହିଛି। ଏହା ଅସହ୍ୟ…

ଚାଷୀଙ୍କ ଦୁଃଖ: ମିଳିଲାନି ଟୋକନ, ଚିକିତ୍ସା ପାଇଁ କମ୍ ଦରରେ ଧାନ ବିକିଲେ ଚାଷୀ

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) :  ଧାନବିକ୍ରି ପଞ୍ଜିକରଣରୁ ବାଦ୍ ପଡିଥିବା ଯୋଗୁଁ ବରଗଡ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri