ଓଡ଼ିଶାରେ ଦେଖାଗଲା ଧୂମକେତୁ ‘ସି/୨୦୨୩ ଏ-୩’

ଭୁବନେଶ୍ୱର, ୨।୧୦(ବନ୍ଦନା ସେଠୀ):ଅକ୍ଟୋବର ୧ ମଙ୍ଗଳବାର ଭୋର୍‌ ସମୟରେ ଓଡ଼ିଶା ସମେତ ଦେଶର କେତେକ ସ୍ଥାନରେ ‘ସି/୨୦୨୩ ଏ-୩’ ଧୂମକେତୁ ଦେଖାଦେଇଛି। ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହୋଇଥିବା ଏହି ଧୁମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‌ରେ ଦେଖାଜ୍‌ଯାଇଥିଲା। ‘ସି/୨୦୨୩ ଏ-୩’ଧୂମକେତୁ ଅକ୍ଟୋବର ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ଖାଲି ଆଖିକୁ ଦେଖାଯିବାର ସମ୍ଭାବନା ରହିଛି। ଅକ୍ଟୋବର ୧୨ତାରିଖରେ ଏହା ପୃଥିବୀର ପ୍ରାୟ ୭କୋଟି କିଲୋମିଟର ଦୂର ନିକଟତମ ଅବସ୍ଥାକୁ ଆସିବ। ସେହିପରି ୧୫ ତାରିଖ ସା ୬ଟା ୧୫ ସମୟରେ ପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୬ଡିଗ୍ରୀ ଉପରେ ଏହା ଦୃଶ୍ୟମାନ ହେବ। ପରେ ଧୀରେଧୀରେ ତଳୁଆ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ। ପରବର୍ତ୍ତୀ ଦିନଗୁଡ଼ିକରେ ସେହି ଏକା ସମୟ ଅର୍ଥାତ୍‌ ସା ୬ଟା ୧୫ରେ ପୂର୍ବଦିନ ଠାରୁ ପ୍ରାୟ ୪ଡିଗ୍ରୀ ଉପରେ ଦେଖାଯିବ। ସେହିପରି ପୂର୍ବଦିନ ତୁଳନାରେ ଅସ୍ତ ହେବାକୁ ୧୦ରୁ ୧୨ ମିନିଟ ଅଧିକ ସମୟ ନେବ। ଏହିପରି ଦିନ ପରେ ଦିନ ଧୀରେଧୀରେ ଏହା ଉପରକୁ ଉପରକୁ ଦେଖାଯାଇ ୨୦ ତାରିଖରେ ୩୬ଡିଗ୍ରୀ ଉପରେ ପହଞ୍ଚତ୍ବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ଜଳତା କମିକମି ଯିବ ଏବଂ ୨୦ତାରିଖ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ। ‘ସି/୨୦୨୩ ଏ-୩’ ଧୂମକେତୁ ୮୦ହଜାର ବର୍ଷ ପରେ ପୁନର୍ବାର ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଧୂମକେତୁଟି ଖାଲି ଆଖିକୁ ଏକ ତାରା ଓ ତା’କୁ ଲାଗି ରହିଥିବା ମେଘ ଭଳିଆ ଛୋଟ ଝାପ୍ସା ଲାଞ୍ଜଟିଏ ଭଳି ଦେଖାଯିବ ବୋଲି ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ଭୋର୍‌ ସମୟରେ ଦୃଶ୍ୟମାନ ହୋଇଥିବା ଧୂମକେତୁର ଚିତ୍ର ରାକେଶ କୁମାର ରାଉଳ ଖୋର୍ଦ୍ଧା-ନୟାଗଡ଼ ରାସ୍ତାରୁ ଉତ୍ତୋଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri