Posted inଖେଳ

ସଞ୍ଜୁ ସାମସନଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୦।୧: ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦଳରୁ ବିଦା କରିଛି। ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଆଗାମୀ ଆଇପିଏଲ ପାଇଁ ଦିଆଯାଇଛି ନେତୃତ୍ୱ ଦାୟିତ୍ୱ। ସ୍ମିଥଙ୍କ ସମେତ ଗତବର୍ଷ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା କେତେକ ଖେଳାଳିଙ୍କୁ ମଧ୍ୟ ବିଦା କରିଛି ରାଜସ୍ଥାନ ଫ୍ରାଞ୍ଚାଇଜ।

ବିସିସିଆଇର ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଫ୍ରାଞ୍ଚାଇଜ ବୁଧବାର ସୁଦ୍ଧା ଦଳରୁ ବିଦା ହେଇଥିବା ଓ ବଜାୟ ରଖୁଥିବା ଖେଳାଳିଙ୍କ ତାଲିକା ଦାଖଲ କରିଛନ୍ତି।

ରାଜସ୍ଥାନ ପକ୍ଷରୁ ଆଇପିଏଲ ପଦାର୍ପଣ କରିଥିବା ସଞ୍ଜୁ ୮ ବର୍ଷ ହେଲା ସମାନ ଦଳ ପାଇଁ ଖେଳୁଛନ୍ତି। ୨୦୨୧ ସିଜନରେ ଦଳର ନେତୃତ୍ୱ ନେବା ପାଇଁ ସେ ଉପଯୁକ୍ତ ଖେଳାଳି ବୋଲି ରାଜସ୍ଥାନ ଫ୍ରାଞ୍ଚାଇଜ ମାଲିକ ମନୋଜ ବାଦଲେ କହିଛନ୍ତି। ସ୍ମିଥଙ୍କ ସହ ଫ୍ରାଞ୍ଚାଇଜର ଚୁକ୍ତି ୨୦୨୦ ଅକ୍ଟୋବରରେ ଶେଷ ହୋଇଥିଲା

ଏହାବାଦ୍‌ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଗ୍ଲେନ ମ୍ୟାକ୍ସଓ୍ବେଲ, ଶେଲଡନ କଟ୍ରେଲ, ମୁଜବୀ ଉର ରେହମାନ, ଜିମି ନିଶାମଙ୍କୁ ଛାଡ଼ିଥିବାବେଳେ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୭ ଜଣ ଖେଳାଳିଙ୍କୁ ରିଲିଜ କରିଛି। ଆଉ ସିଏସ୍‌କେ ବରିଷ୍ଠ ସ୍ପିନର ହରଭଜନ ସିଂ, କେଦାର ଯାଦବ, ପିୟୂଷ ଚାଓ୍ବାଲା ଓ ମୁରଲି ବିଜୟଙ୍କୁ ଛାଡ଼ି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ଆଇପିଏଲ ଦଳ ସହ କୋଟାକର ସହଭାଗିତା

ଭୁବନେଶ୍ୱର, ୧।୧୦(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ‌(ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, କୋଲକାତା ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ...

ଶେଷ ମ୍ୟାଚ୍‌ ପୂର୍ବରୁ ହାଇଦ୍ରାବାଦକୁ ବଡ ଝଟ୍‌କା

ମୁମ୍ବାଇ,୧୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉ ଦଳ ପାଇଁ...

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିପାରିବେ ଏହି ଦିବାରାତ୍ର ମ୍ୟାଚ୍‌

ଅହମ୍ମଦାବାଦ,୨୩।୨: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌...

ଆବୁଧାବି ଗ୍ରାଁ ପ୍ରି: ହାମିଲଟନ ଚାମ୍ପିୟନ

ଆବୁଧାବି, ୨।୧୨ (ଏଏଫିପି)- ମର୍ସିଡିଜ ଡ୍ରାଇଭର ବ୍ରିଟେନର ଲୁଇସ୍‌ ହାମିଲଟନ ଏଠାରେ ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ଫର୍ମୁଲା-୧ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ...

ବିଜୟ ପରେ ବି ଖୁସି ନାହାନ୍ତି ପନ୍ତ

ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଶମ ବିଜୟ ହାସଲ କରିଛି। ତେବେ ଏହି ମ୍ୟାଚ ଜିତିବା...

ସୁଶୀଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୧୬ା୫: ଦୁଇଥର ଅଲିମ୍ପିକ ପଦକ ବିଜୟୀ ରେସ୍‌ଲର ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛନ୍ତି। କେବଳ...

ଇମିଲିଆ ରୋମାଗ୍ନା ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ଇମୋଲା (ଇଟାଲି), ୧୯ା୪-ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଇମିଲିଆ ରୋମାଗ୍ନା ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି କାର୍‌ ରେସ୍‌ ଜିତିଛନ୍ତି। ଚଳିତବର୍ଷ ଏହା ତାଙ୍କର ପ୍ରଥମ ଏବଂ...

ଅଧିକ ରନ୍‌ ଦେବା ପରେ ବି ଏହି କାରଣ ପାଇଁ ସ୍ପିନରଙ୍କୁ ବୋଲିଂ ଦେଲେ କୋହଲି

ପୁଣେ,୨୬।୩ : ଇଂଲଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଶୋଚନୀୟ ପରାଜୟ ଭୋଗ କରିବାକୁ ପଡ଼ିଛି। ଏହି ପରାଜୟ ଦଳର ପାଇଁ ଦୁଇ...

Advertisement
Archives

Model This Week