ବର୍ଜ୍ୟବସ୍ତୁରୁ ଆୟ କରୁଛି ଏସ୍‌ଏମସି

ସମ୍ବଲପୁର,୩ା୪(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟ ପ୍ଳାଣ୍ଟ ଆରମ୍ଭ କରାଯାଇଥିଲା। ପ୍ରାୟ ୩ ବର୍ଷରେ ଏସ୍‌ଏମସି ଅଧୀନ ବିଭିନ୍ନ ଅଞ୍ଚଳରେ ମୋଟ ୯ ଗୋଟି ପ୍ଳାଣ୍ଟ କାର୍ଯ୍ୟକ୍ଷମ ରହିଛି। ଏଭଳି ପରିସ୍ଥିତିରେ ଠେମରା ଓ ଗୁଜାତଳଠାରେ ଆଉ ଦୁଇଟି ପ୍ଳାଣ୍ଟ ନିର୍ମାଣାଧୀନ ରହିଛି। ଖୁବଶୀଘ୍ର ୨ ଗୋଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଯିବ। କାର୍ଯ୍ୟକ୍ଷମ ଥିବା ପ୍ଲାଣ୍ଟରେ ସହରରୁ ସଂଗୃହୀତ ବର୍ଜ୍ୟବସ୍ତରୁ ଖତ ତିଆରି କରି ଏସ୍‌ଏମସି ଟଙ୍କା ମଧ୍ୟ ଆୟ କରୁଛି। ଏପଟେ ପରିବେଶ ସୁରକ୍ଷା ଅନ୍ୟପଟେ ରାଜସ୍ବ ବୃଦ୍ଧିରେ ସହାୟକ ହୋଇପାରୁଛି ଏହି ପ୍ଳାଣ୍ଟ। ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ପ୍ରତିଦିଦ ଶୁଖିଲା ଓ ଓଦା ମିଶି ପ୍ରାୟ ୧୦୦ ଟନ ବର୍ଜ୍ୟବସ୍ତୁ ସଂଗ୍ରହ ହୋଇଥାଏ। ସେଥିମଧ୍ୟରୁ ୫୫ ଟନ ବର୍ଜ୍ୟବସ୍ତୁ ଖତ ହୋଇପାରିବ। ଗୋଟିଏ ପ୍ଳାଣ୍ଟରେ ପ୍ରତିଦିନ ୫ ଟନ ଖତ ତିଆରି କରି ପାରିବାର କ୍ଷମତା ରହିଛି। ଠେମରା ଓ ଗୁଜାତଳ ପ୍ଳାଣ୍ଟର ଭିତ୍ତଭୂମି କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏଥିରେ ଆନୁସଙ୍ଗିକ ମେଶିନ, ବିଦ୍ୟୁତ ଓ ଅନ୍ୟାନ୍ୟ ସାମଗ୍ରୀ କିଣା କାମ ବାକି ରହିଛି। ପ୍ରାୟ ୨ ମାସ ଭିତରେ ଏହି କାମ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଯିବ ବୋଲି ଏସ୍‌ଏମସି ଏନଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି କହିଥିଲେ, ଏସ୍‌ଏମସି ବର୍ଜ୍ୟବସ୍ତୁରୁ ଦୁଇ ପ୍ରକାର ରାଜସ୍ବ ଆଦାୟ କରୁଛି । ଗୋଟିଏ ମୋ ଖତ ଯୋଜନା। ପନିପରିବା ଓଦା ସାମଗ୍ରୀରୁ ଖତ ତିଆରି କରି ବିକ୍ରି କରାଯାଉଛି। ବିଭିନ୍ନ ୱାର୍ଡରେ ମୋ ଖତ ବିକ୍ରୟ କେନ୍ଦ୍ରଗୁଡିକ ରହିଛି। ଏଥିରେ ଏସଏଚଜି ମହିଳାମାନେ ନିୟୋଜିତ ରହିଛନ୍ତି। ଖତ ତିଆରି କରିବାରେ ମଧ୍ୟ ଏସଏଚଜି ମହିଳା ମାନେ କାମ କରୁଛନ୍ତି। ଅନ୍ୟପଟେ ପ୍ଳାଷ୍ଟିକ, ଲୁହା, ଟିଣ, ପଲିଥିନ ଭଳି ୧୬ ପ୍ରକାର ସାମଗ୍ରୀ ବିକ୍ରି କରି ମଧ୍ୟ ରାଜସ୍ବ ଆଦାୟ କରାଯାଉଛି। ବ୍ୟାଟେରିଚାଳିତ ୮୦ ଗୋଟି ଅଟୋ ପ୍ରତିଦିନ ବର୍ଜ୍ୟବସ୍ତୁ ସଂଗ୍ରହରେ ନିୟୋଜିତ ହୋଇଛି। ଆଉ ୩୦ ଗୋଟି ବ୍ୟାଟେରି ଅଟୋ ଖୁବଶୀଘ୍ର ଲୋକର୍ପଣ କରାଯିବ ବୋଲି ସେ କହିଥିଲେ। ଏ ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ ହେଉଛି।
ସୂଚନାଯୋଗ୍ୟ, ସହରର ୬ଟି ସ୍ଥାନରେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏସଏଚଜି ମହିଳମାନେ କମ୍ପୋଷ୍ଟ ପ୍ଳାଣ୍ଟକୁ ତଦାରଖ କରିବା ସହ ପରିଚାଳନା କରିବେ ବୋଲି ସ୍ଥିର କରାଯାଇଛି। ଏହାସହ ୩ ଗୋଟି ମେଟିରିଆଲ ରିକୋଭରି ସେଣ୍ଟର (ଏମଆରଏଫ) ଫେସେଲେଟି ମଧ୍ୟ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଘରୁ ସଂଗ୍ରହ ହେଉଥିବା ବର୍ଜ୍ୟ ବସ୍ତୁକୁ ପୃଥକ ପୃଥକ କରାଯିବ। ଖତ ହେଲା ଭଳି ସାମଗ୍ରୀ ପୃଥକ କରାଯାଇ ଟାଙ୍କିରେ ରଖାଯିବ। ୧୫ ଦିନ ପରେ ତାହା କମ୍ପୋଷ୍ଟ ତିଆରି କରାଯିବ। ତାହା ବଜାରରେ ବିକ୍ରି କରିବାର ସୁବିଧା ରହିଛି। ଫଳରେ ଏଥିରେ ମହିଳମାନେ ଲାଭ ପାଇ ପାରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬ ଟି ସ୍ଥାନରେ ରାସନପୁର, ଚାଅଁାରପୁର, ବାଲିବନ୍ଧା, ଦୁର୍ଗାପାଲି, ବୁର୍ଲା, ହୀରାକୁଦ ପ୍ରକଳ୍ପ ନିର୍ମାଣ ହୋଇଛି। ସେହିପରି ପ୍ଳାଷ୍ଟିକ, ଆଲୁମିନିୟମ, ଲୁହା, କାଚ ଭଳି ସାମଗ୍ରୀକୁ ନଷ୍ଟ କରିବା ପାଇଁ ୩ଟି ସ୍ଥାନରେ ଏମଆରଏଫ ପ୍ଳାଣ୍ଟ ନିର୍ମାଣ ହୋଇଛି। ସବୁ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ରହିଛି। ଗୋଟିଏ ପ୍ଲାଣ୍ଟର ବ୍ୟୟ ଅଟକଳ ପ୍ରାୟ ୭୯ ଲକ୍ଷ ରହିଛି। ପ୍ରତିଦିନ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ଅନ୍ୟ ସମାଗ୍ରୀକୁ ପୃଥକ ପୃଥକ କରାଯିବ। ଯେଉଁ ସାମଗ୍ରୀ କମ୍ପୋଷ୍ଟରେ ପରିଣତ ହେବ ତାହା ରଖାଯାଇ ଖତ ତିଆରି କରାଯିବ। ଏହା ହେବା ଫଳରେ ପରିବେଶ ପ୍ରଦୂଷଣ ମଧ୍ୟ କମିଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨୦ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ ଶିକ୍ଷା

ଅନୁଗୋଳ ଅଫିସ, ୧୭।୭ – ମହାମାରୀ କରୋନା ଯୋଗୁ ସ୍କୁଲରେ ପଡ଼ିଛି ତାଲା। ୪ ମାସ ହେଲା ଘରେ ବସିଛନ୍ତି ଛାତ୍ରୀଛାତ୍ର। ଏପରି ସ୍ଥିତିରେ ନୂଆ...

ବଣ୍ଡାଘାଟିରେ ଓଲଟିଲା କମାଣ୍ଡର ୨ ମୃତ ୪ ଗୁରୁତର

ମାଲକାନଗିରି-୧oା୬ (ସ୍ବ.ପ୍ର.)-ମାଲକାନଗିରି ଜିଲା ଖଇରପୁଟ ବଣ୍ଡାଘାଟିରେ ଏକ କମାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବରରୁ...

ଅନ୍‌ଲାଇନ ପାଠପଢାରେ ବାଧା ସାଜିଛି ମୋବାଇଲ ନେଟୱାର୍କ: ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରୀଛାତ୍ର 

ପୁରୁଷୋତ୍ତମପୁର,୨୦।୮(ଡି.ଏନ.ଏ.): ସମଗ୍ର ବିଶରେ ମାରାତ୍ମକ ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ମୋବାଇଲ ନେଟୱାର୍କ କମ୍ପାନୀ ଛାତ୍ରୀଛାତ୍ରଙ୍କ ଉପରେ...

ପୁରୀ ବ୍ୟତୀତ ଆଉ କେଉଁଠି ହେବନି ରଥଯାତ୍ରା

ଭୁବନେଶ୍ୱର,୧୦ା୬(ବ୍ୟୁରୋ):  ଚଳିତବର୍ଷ ରଥଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। ଏନେଇ...

ଜେଲରୁ ମୁକୁଳିଲେ ଗର୍ଭବତୀ: ସହଯୋଗର ହାତ ବଢ଼ାଇଲେ ଉପକାରାଗାର ମୁଖ୍ୟ

ଚମ୍ପୁଆ,୨।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ଉପକାରାଗାରରେ ରହୁଥିବା ଝାଡଖଣ୍ଡ ଜୟନ୍ତୀଗଡ ଅଞ୍ଚଳର ଆଦିତ୍ୟ ସିର୍କା ନାମ୍ନୀ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ଶନିବାର ଜାମିନ୍‌ରେ...

ପିଆଜ ପରେ ଆଳୁ ମାଡ: ୨ ଦିନ ମଧ୍ୟରେ ବଢିଲାଣି ୧୦ ଟଙ୍କା

କଟକ ଅଫିସ୍‌, ୧୮।୧୨: ପିଆଜ ପରେ ଏବେ ଆଳୁ ପାଳି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିରେ ଗ୍ରାହକ ଅସନ୍ତୁଷ୍ଟ ଥିବାବେଳେ ଏବେ ଆଳୁ ମୂଲ୍ୟ ଧୀରେ...

ଆଜି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୫।୧୨:ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଜିଲାରେ ମେଡିକାଲ କଲେଜ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୋମବାର ଭଦ୍ରକ ସହର...

ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ।...

Advertisement
Archives

Model This Week