Posted inଫୁରସତ

ପ୍ରକୃତି ସଂରକ୍ଷଣ ପାଇଁ ଆଶାର କିରଣ ସାଜିଛି ସ୍ମାର୍ଟ ପାର୍କ

ପ୍ରକୃତି ସମସ୍ତ ପ୍ରାଣୀଙ୍କ ପାଇଁ ପୃଥିବୀପୃଷ୍ଠରେ ବହୁବିଧ ସୁବିଧା ସୁଯୋଗ ଖଞ୍ଜି ଦେଇଛି। ଖାଇବାଠାରୁ ଆରମ୍ଭ କରି ଦେହ ଖରାପ ହେଲେ ଔଷଧର ବ୍ୟବସ୍ଥା ମଧ୍ୟ ରହିଛି। ବିଭିନ୍ନ ଔଷଧୀୟ ବୃକ୍ଷଲତା ପ୍ରାକୃତିକ ଉପାୟରେ ଜୀବଜଗତକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ପ୍ରକୃତି ବିନା ଜୀବନ୍ତ ପୃଥିବୀର ପରିକଳ୍ପନା କରିବା ହାସ୍ୟାସ୍ପଦ। ପ୍ରକୃତିର ଉପଯୁକ୍ତ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରତିବର୍ଷ ଜୁଲାଇ ୨୮ରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ। ପ୍ରତିବର୍ଷ ଏହି ଦିବସର ଭିନ୍ନ ଭିନ୍ନ ବାର୍ତ୍ତା ରହିଥାଏ। ଚଳିତ ୨୦୨୧ ବର୍ଷ ପାଇଁ ଏହାର ବାର୍ତ୍ତା ହେଉଛି,‘ଜଙ୍ଗଲ ଏବଂ ଜୀବିକା: ମନୁଷ୍ୟ ଏବଂ ଗ୍ରହକୁ ଜୀବିତ ରଖିବା’( ଫରେଷ୍ଟ ଆଣ୍ଡ୍‌ ଲାଇଭ୍‌ଲିହୁଡ୍‌: ସସ୍‌ଷ୍ଟେନିଂ ପିପୁଲ୍‌ ଆଣ୍ଡ୍‌ ପ୍ଲାନେଟ୍‌)।
ପ୍ରକୃତି ସଂରକ୍ଷଣ ସଭିଁଙ୍କର ଏକ ନୈତିକ କର୍ତ୍ତବ୍ୟ। ସଂରକ୍ଷଣ ଆନ୍ଦୋଳନ ଦ୍ୱାରା ପୃଥିବୀର ବିଭିନ୍ନ ସଚରାଚର ପ୍ରଜାତିଗୁଡ଼ିକୁ ବିଲୁପ୍ତ ହେବାରୁ ରକ୍ଷା କରିବା। ସେହିପରି ପ୍ରତି ପ୍ରଜାତିର ପ୍ରାକୃତିକ ବାସସ୍ଥାନର ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର ସହିତ ଇକୋସିଷ୍ଟମ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ଏବଂ ଜୈବ ବିବିଧତାକୁ ସୁରକ୍ଷା ଉପରେ ଧ୍ୟାନ ଦେବା ଲାଗି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ସଚେତନତା ସୃଷ୍ଟି କରିଥାଏ। ସଂରକ୍ଷଣ ବାୟୋସେଣ୍ଟ୍ରିଜିମ, ଆନ୍ଥ୍ରୋପୋସେଣ୍ଟ୍ରିଜିମ, ଇକୋସେଣ୍ଟ୍ରିଜିମ ଏବଂ ଭାବପ୍ରବଣତା ଦ୍ୱାରା ପରିଚାଳିତ ହୋଇପାରିଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଥାନ୍ତି।
ପରିବେଶ ସୁରକ୍ଷା ହେଉଛି ବ୍ୟକ୍ତିବିଶେଷ, ସଂଗଠନ ଏବଂ ସରକାରଙ୍କ ଦ୍ୱାରା ପ୍ରାକୃତିକ ପରିବେଶକୁ ସୁରକ୍ଷା କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଏହାର ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ସମ୍ପଦ ଏବଂ ପ୍ରାକୃତିକ ପରିବେଶକୁ ସଂରକ୍ଷଣ କରିବା ତଥା ଆବଶ୍ୟକ ସ୍ଥଳେ ପୁନରୁଦ୍ଧାର କରିବା। ଜନସଂଖ୍ୟା ବୃଦ୍ଧି,ଦ୍ରୁତ ଶିଳ୍ପାୟନ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରଭାବରୁ ପ୍ରାକୃତିକ ପରିବେଶ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି।
ତେବେ ସ୍ମାର୍ଟ ପାର୍କ ପରିଯୋଜନା ଦ୍ୱାରା ପ୍ରାକୃତିକ ପରିବେଶର ସଂରକ୍ଷଣ ସହଜରେ କରାଯାଇ ପାରୁଛି। ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଏହା ଏକ ଆଶାର କିରଣ ପାଲଟିଛି। ୨୦୧୭ରେ ଦୁଇଟି ଦାତବ୍ୟ ଅନୁଷ୍ଠାନ ଶ୍ୟାଡୋ ଭିଭ୍‌ ଏବଂ ଇଣ୍ଟରନେଟ୍‌ ଅଫ ଲାଇଫର ମିଳିତ ସହଯୋଗରେ ସ୍ମାର୍ଟ ପାର୍କ ପରିଯୋଜନା କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସଂସ୍ଥା ବ୍ରିଟେନରେ ଏକ ପଞ୍ଜୀକୃତ ଚାରିଟି ଏବଂ ନେଦରଲାଣ୍ଡରେ ଏକ ସୋସିଆଲ ଏଣ୍ଟରପ୍ରାଇଜ ମଡେଲ ସୀମିତ କମ୍ପାନୀ ସହିତ କାର୍ଯ୍ୟ କରୁଛି। ଆଗାମୀ ଦିନରେ ପୃଥିବୀର ସମସ୍ତ ଅଞ୍ଚଳରେ ଏହା କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛି। ସ୍ମାର୍ଟ ପାର୍କର ଲକ୍ଷ୍ୟ ହେଉଛି ସମଗ୍ର ବିଶ୍ୱରେ ଆଣ୍ଟି-ପୋଚିଂ ଏବଂ ପାର୍କ ପରିଚାଳନାରେ ସାହାଯ୍ୟ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର ଉପଲବ୍ଧ କରାଇବା। ଏହା ମାଧ୍ୟମରେ ସେନ୍ସର ଏବଂ ଟେକ୍ନୋଲୋଜିର ଏକ ନେଟଓ୍ବର୍କ ମାଧ୍ୟମରେ ସଂରକ୍ଷିତ ପାର୍କର ପ୍ରାକୃତିକ ସମ୍ପଦକୁ ମନିଟରିଂ କରାଯାଇଥାଏ। ୨୦୧୭ରେ ରୁୱାଣ୍ଡାର ଆକାଗେରା ଜାତୀୟ ଉଦ୍ୟାନ ସ୍ମାର୍ଟ ପାର୍କ ଟେକ୍ନୋଲୋଜି ସଫଳତାର ସହିତ କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ପାର୍କ ରେଞ୍ଜରମାନଙ୍କ ସହାୟତାରେ ଜଙ୍ଗଲୀ ପ୍ରାଣୀ, ପରିଦର୍ଶକ ଏବଂ ଯନ୍ତ୍ରପାତି ଉପରେ ନଜର ରଖାଯାଇ ପାରୁଛି। ଏହି ପଦ୍ଧତି ପୃଥିବୀର ସମସ୍ତ ଅଞ୍ଚଳରେ କାର୍ଯ୍ୟକାରୀ କରାଗଲେ ପ୍ରକୃତି ସଂରକ୍ଷଣ ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?