Posted inଫୁରସତ

ପ୍ରକୃତି ସଂରକ୍ଷଣ ପାଇଁ ଆଶାର କିରଣ ସାଜିଛି ସ୍ମାର୍ଟ ପାର୍କ

ପ୍ରକୃତି ସମସ୍ତ ପ୍ରାଣୀଙ୍କ ପାଇଁ ପୃଥିବୀପୃଷ୍ଠରେ ବହୁବିଧ ସୁବିଧା ସୁଯୋଗ ଖଞ୍ଜି ଦେଇଛି। ଖାଇବାଠାରୁ ଆରମ୍ଭ କରି ଦେହ ଖରାପ ହେଲେ ଔଷଧର ବ୍ୟବସ୍ଥା ମଧ୍ୟ ରହିଛି। ବିଭିନ୍ନ ଔଷଧୀୟ ବୃକ୍ଷଲତା ପ୍ରାକୃତିକ ଉପାୟରେ ଜୀବଜଗତକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ପ୍ରକୃତି ବିନା ଜୀବନ୍ତ ପୃଥିବୀର ପରିକଳ୍ପନା କରିବା ହାସ୍ୟାସ୍ପଦ। ପ୍ରକୃତିର ଉପଯୁକ୍ତ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରତିବର୍ଷ ଜୁଲାଇ ୨୮ରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ। ପ୍ରତିବର୍ଷ ଏହି ଦିବସର ଭିନ୍ନ ଭିନ୍ନ ବାର୍ତ୍ତା ରହିଥାଏ। ଚଳିତ ୨୦୨୧ ବର୍ଷ ପାଇଁ ଏହାର ବାର୍ତ୍ତା ହେଉଛି,‘ଜଙ୍ଗଲ ଏବଂ ଜୀବିକା: ମନୁଷ୍ୟ ଏବଂ ଗ୍ରହକୁ ଜୀବିତ ରଖିବା’( ଫରେଷ୍ଟ ଆଣ୍ଡ୍‌ ଲାଇଭ୍‌ଲିହୁଡ୍‌: ସସ୍‌ଷ୍ଟେନିଂ ପିପୁଲ୍‌ ଆଣ୍ଡ୍‌ ପ୍ଲାନେଟ୍‌)।
ପ୍ରକୃତି ସଂରକ୍ଷଣ ସଭିଁଙ୍କର ଏକ ନୈତିକ କର୍ତ୍ତବ୍ୟ। ସଂରକ୍ଷଣ ଆନ୍ଦୋଳନ ଦ୍ୱାରା ପୃଥିବୀର ବିଭିନ୍ନ ସଚରାଚର ପ୍ରଜାତିଗୁଡ଼ିକୁ ବିଲୁପ୍ତ ହେବାରୁ ରକ୍ଷା କରିବା। ସେହିପରି ପ୍ରତି ପ୍ରଜାତିର ପ୍ରାକୃତିକ ବାସସ୍ଥାନର ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର ସହିତ ଇକୋସିଷ୍ଟମ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ଏବଂ ଜୈବ ବିବିଧତାକୁ ସୁରକ୍ଷା ଉପରେ ଧ୍ୟାନ ଦେବା ଲାଗି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ସଚେତନତା ସୃଷ୍ଟି କରିଥାଏ। ସଂରକ୍ଷଣ ବାୟୋସେଣ୍ଟ୍ରିଜିମ, ଆନ୍ଥ୍ରୋପୋସେଣ୍ଟ୍ରିଜିମ, ଇକୋସେଣ୍ଟ୍ରିଜିମ ଏବଂ ଭାବପ୍ରବଣତା ଦ୍ୱାରା ପରିଚାଳିତ ହୋଇପାରିଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଥାନ୍ତି।
ପରିବେଶ ସୁରକ୍ଷା ହେଉଛି ବ୍ୟକ୍ତିବିଶେଷ, ସଂଗଠନ ଏବଂ ସରକାରଙ୍କ ଦ୍ୱାରା ପ୍ରାକୃତିକ ପରିବେଶକୁ ସୁରକ୍ଷା କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଏହାର ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ସମ୍ପଦ ଏବଂ ପ୍ରାକୃତିକ ପରିବେଶକୁ ସଂରକ୍ଷଣ କରିବା ତଥା ଆବଶ୍ୟକ ସ୍ଥଳେ ପୁନରୁଦ୍ଧାର କରିବା। ଜନସଂଖ୍ୟା ବୃଦ୍ଧି,ଦ୍ରୁତ ଶିଳ୍ପାୟନ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରଭାବରୁ ପ୍ରାକୃତିକ ପରିବେଶ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି।
ତେବେ ସ୍ମାର୍ଟ ପାର୍କ ପରିଯୋଜନା ଦ୍ୱାରା ପ୍ରାକୃତିକ ପରିବେଶର ସଂରକ୍ଷଣ ସହଜରେ କରାଯାଇ ପାରୁଛି। ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଏହା ଏକ ଆଶାର କିରଣ ପାଲଟିଛି। ୨୦୧୭ରେ ଦୁଇଟି ଦାତବ୍ୟ ଅନୁଷ୍ଠାନ ଶ୍ୟାଡୋ ଭିଭ୍‌ ଏବଂ ଇଣ୍ଟରନେଟ୍‌ ଅଫ ଲାଇଫର ମିଳିତ ସହଯୋଗରେ ସ୍ମାର୍ଟ ପାର୍କ ପରିଯୋଜନା କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସଂସ୍ଥା ବ୍ରିଟେନରେ ଏକ ପଞ୍ଜୀକୃତ ଚାରିଟି ଏବଂ ନେଦରଲାଣ୍ଡରେ ଏକ ସୋସିଆଲ ଏଣ୍ଟରପ୍ରାଇଜ ମଡେଲ ସୀମିତ କମ୍ପାନୀ ସହିତ କାର୍ଯ୍ୟ କରୁଛି। ଆଗାମୀ ଦିନରେ ପୃଥିବୀର ସମସ୍ତ ଅଞ୍ଚଳରେ ଏହା କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛି। ସ୍ମାର୍ଟ ପାର୍କର ଲକ୍ଷ୍ୟ ହେଉଛି ସମଗ୍ର ବିଶ୍ୱରେ ଆଣ୍ଟି-ପୋଚିଂ ଏବଂ ପାର୍କ ପରିଚାଳନାରେ ସାହାଯ୍ୟ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର ଉପଲବ୍ଧ କରାଇବା। ଏହା ମାଧ୍ୟମରେ ସେନ୍ସର ଏବଂ ଟେକ୍ନୋଲୋଜିର ଏକ ନେଟଓ୍ବର୍କ ମାଧ୍ୟମରେ ସଂରକ୍ଷିତ ପାର୍କର ପ୍ରାକୃତିକ ସମ୍ପଦକୁ ମନିଟରିଂ କରାଯାଇଥାଏ। ୨୦୧୭ରେ ରୁୱାଣ୍ଡାର ଆକାଗେରା ଜାତୀୟ ଉଦ୍ୟାନ ସ୍ମାର୍ଟ ପାର୍କ ଟେକ୍ନୋଲୋଜି ସଫଳତାର ସହିତ କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ପାର୍କ ରେଞ୍ଜରମାନଙ୍କ ସହାୟତାରେ ଜଙ୍ଗଲୀ ପ୍ରାଣୀ, ପରିଦର୍ଶକ ଏବଂ ଯନ୍ତ୍ରପାତି ଉପରେ ନଜର ରଖାଯାଇ ପାରୁଛି। ଏହି ପଦ୍ଧତି ପୃଥିବୀର ସମସ୍ତ ଅଞ୍ଚଳରେ କାର୍ଯ୍ୟକାରୀ କରାଗଲେ ପ୍ରକୃତି ସଂରକ୍ଷଣ ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri