ବନ୍ୟପ୍ରାଣୀଙ୍କ ଚଳପ୍ରଚଳରେ ବାଧକ ସ୍ଲରି ପାଇପ ଲାଇନ୍‌

କେନ୍ଦୁଝର,୧୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ନିକଟ ଏନ୍‌ଏଚ୍‌-୨୦ ବାଇପାସ ରାସ୍ତାର କଡ଼ରେ ସିଦ୍ଧମଠରୁ ଶିରିଶପାଳ ମଧ୍ୟରେ ଏବେ ସ୍ଲରି ପାଇପ ବିଛାଇବା କାମ ଚାଲିଛି। ଉକ୍ତ କାମ ନେଇ ସଂସ୍ଥା ଟ୍ରେଞ୍ଚ୍‌ ଖୋଳି ଖୋଲା ଛାଡ଼ି ଦେଉଥିବାରୁ ଉକ୍ତ ସ୍ଥାନ ଅସୁରକ୍ଷିତ ହୋଇପଡ଼ିଛି। ଜଙ୍ଗଲ ରାସ୍ତାରେ କାମ ହେଉଥିବାରୁ ରାତିରେ ବନ୍ୟପ୍ରାଣୀଙ୍କ ଅତିକ୍ରମ ଓ ଚଳପ୍ରଚଳ ପାଇଁ ସମସ୍ୟା ଉପୁଜୁଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, ଯୋଡ଼ା ଖଣି ଅଞ୍ଚଳରୁ ପାରାଦୀପକୁ ଏକ କମ୍ପାନୀ ଲୁହାପଥର ଗୁଣ୍ଡ ପରିବହନ କରିବାକୁ ଏହି ସ୍ଲରି ପାଇପ ବିଛାଇବା କାମ କରୁଛି। ଏହି ସ୍ଲରି ପାଇପ ଜାତୀୟ ରାଜପଥ କଡ଼, ଜଙ୍ଗଲ ଦେଇ ପାଇପ ବିଛା ହେଉଥିବାରୁ ବନ୍ୟପ୍ରାଣୀଙ୍କ ଯାତାୟାତରେ ବାଧା ସୃଷ୍ଟି କରୁଛି। ଏ ନେଇ ବନ ବିଭାଗ ପକ୍ଷରୁ ତଦାରଖ କରାଯାଉ ନ ଥିବାରୁ ନୀତିନିୟମ ଉଲ୍ଲଂଘନ କରି ଅନେକ ସମୟରେ ଦିନରାତି କାମ କରାଯାଉଛି। ସିଦ୍ଧମଠରୁ ଶିରିଶପାଳ ମଧ୍ୟରେ ଗାତ (ଟ୍ରେଞ୍ଚ) ଖୋଳି ପାଇପ ବିଛା କାମ ସରିଛି। ମାତ୍ର ସେସବୁ ଗାତକୁ ମାଟି ପକାଇ ପୋତା ଯାଇ ସମତୁଲ କରାଯାଉନାହିଁ। କାମ କରୁଥିବା ସଂସ୍ଥା ଗୋଟିଏ ସ୍ଥାନରେ ଟ୍ରେଞ୍ଚ ଖୋଳି ପାଇପ ବିଛାଇବା ପରେ ସେ ସ୍ଥାନକୁ ସମତୁଲ କରି ଅନ୍ୟ ସ୍ଥାନରେ କାମ କରିବା କଥା। କିନ୍ତୁ ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ତରବରିଆ ଭାବେ ଦୀର୍ଘ ବାଟ ପର୍ଯ୍ୟନ୍ତ ଟ୍ରେଞ୍ଚ ଖୋଳି କାମ କରୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ଫଳରେ ଉନ୍ମୁକ୍ତ ଟ୍ରେଞ୍ଚ୍‌ ଯୋଗୁ ବନ୍ୟପ୍ରାଣୀ ତଥା ଗୃହପାଳିତ ପ୍ରାଣୀଙ୍କ ଚଳପ୍ରଚଳରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ଉକ୍ତ ଅଞ୍ଚଳରେ ଏବେ ହାତୀପଲ ଚଳପ୍ରଚଳ କରୁଥିବାରୁ ଉକ୍ତ ଖାଲରେ ପଡ଼ି ଆହତ ହେବା ଆଶଙ୍କା ରହିଛି। କାମ କରୁଥିବା ସଂସ୍ଥା ଖାମଖିଆଲ ଭାବରେ ଏଭଳି ଖନନ କରି ପାଇପ ବିଛାଉଥିବା ବେଳେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସଦର ରେଞ୍ଜ ଅଧିକାରୀ ଅଜିତ୍‌ ଦାସ କହିଛନ୍ତି, ସେ ନିଜେ ଯାଇ ଅନୁଧ୍ୟାନ କରିବେ। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri