Posted inଖେଳ

ବିସିସିଆଇକୁ ଅନୁରୋଧ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୬।୧: ଶ୍ରୀଲଙ୍କା କ୍ରିକେଟ ଦଳର ଆଗାମୀ ଭାରତ ଗସ୍ତ କାର୍ଯ୍ୟସୂଚୀରେ ସମ୍ଭବତଃ ପରିବର୍ତ୍ତନ ହୋଇପାରେ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଗସ୍ତ ଦୁଇଟି ଟେଷ୍ଟ ମ୍ୟାଚ୍‌ ସହ ଆରମ୍ଭ ହେବାର ଥିଲା। ପରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳାଯାଇଥାନ୍ତା। କିନ୍ତୁ ଏହି ଗସ୍ତ ଟି୨୦ ସିରିଜ୍‌ ସହ ଆରମ୍ଭ ହୋଇପାରେ। ଏଥିଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିଛି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)।

“ଟେଷ୍ଟ ପରିବର୍ତ୍ତେ ଟି୨୦ ସିରିଜ୍‌ରୁ ଗସ୍ତ ଆରମ୍ଭ କରିବାକୁ ବିସିସିଆଇକୁ ଅନୁରୋଧ କରିଛି ଏସ୍‌ଏଲ୍‌ସି। ଭାରତ ଆସିବା ପୂର୍ବରୁ ଅଷ୍ଟ୍ରେଲିଆ ସହ ଏକ ଟି୨୦ ସିରିଜ୍‌ ଖେଳିବ ଶ୍ରୀଲଙ୍କା। ପୂର୍ବରୁ ବବଲରେ ଥିବା ଖେଳାଳିଙ୍କୁ ପ୍ରଥମେ ପଠାଇବା ସେମାନଙ୍କ ପାଇଁ ସହଜ ହେବ” ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି।

ଯଦି ବିସିସିଆଇ ଏହି ଅନୁରୋଧକୁ ରଖା କରେ, ତେବେ ଟେଷ୍ଟ ସିରିଜ୍‌ ଲାଗି ଭେନ୍ୟୁ ଚୟନ କରିବାକୁ ବିସିସିଆଇକୁ ଯଥେଷ୍ଟ ସମୟ ମିଳିବ। ଦେଶରେ କୋଭିଡ୍‌-୧୯ ପରିସ୍ଥିତି କାରଣରୁ ଟେଷ୍ଟ ସିରିଜ୍‌ ଲାଗି ଭେନ୍ୟୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରାଯାଇନାହିଁ।

କାର୍ଯ୍ୟସୂଚୀ ଅନୁଯାୟୀ, ଟି୨୦ ସିରିଜ୍‌ର ୩ ମ୍ୟାଚ୍‌ ମୋହାଲି, ଧର୍ମଶାଲା ଓ ଲକ୍ଷ୍ନୌରେ ଖେଳାଯିବାର ଅଛି। ସେହିଭଳି ଦୁଇଟି ଟେଷ୍ଟ ମ୍ୟାଚ୍‌ ବେଙ୍ଗାଲୁରୁ ଓ ମୋହାଲିରେ ଖେଳାଯିବାର ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତିମ ଓଭରରେ ବଦଳାଇ ଦେଲେ ମ୍ୟାଚ୍‌ର ଭାଗ୍ୟ

ଦୁବାଇ,୨୧।୯: ଅନ୍ତିମ ଓଭରରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ଦରକାର ଥାଏ ୪ ରନ୍‌। ଯୁବ ପେସର କାର୍ତ୍ତିକ ତ୍ୟାଗିଙ୍କ ସାମ୍ନାରେ ଥିଲେ ନିକୋଲାଶ ପୁରନ...

କ୍ରିକେଟରେ ଡକଓ୍ବର୍ଥ ଲୁଇସ୍‌ ନିୟମ କେବଠୁ ହୋଇଥିଲା ଆରମ୍ଭ

ବର୍ଷା ପ୍ରଭାବିତ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍‌ରେ ଫଳାଫଳ ବାହାର କରିବା ପାଇଁ ଏକ ନିୟମ ବ୍ୟବହାର କରାଯାଏ। ଏହାକୁ ଡକଓ୍ବର୍ଥ ଲୁଇସ୍‌ ନିୟମ କୁହାଯାଏ।...

ଗଣିତରେ ୧୦୦ରୁ ଏତିକି ନମ୍ବର ରଖୁଥିଲେ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି...

ମହାକାଶକୁ ବ୍ୟାଟ୍‌ ପଠାଇଲେ ଯୁବରାଜ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ଟିମ ଇଣ୍ଡିଆର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଏକ ବ୍ୟାଟ ମହାକାଶକୁ ପଠାଯାଇଛି। ଶନିବାର ଏକ ଭିଡିଓ ଶେୟାର କରି ସେ ଏ ବିଷୟରେ...

ବାପାଙ୍କଠାରୁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି: ଲଥାମ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୫।୭ (ପି.ଟି.)- ନ୍ୟୁଜିଲାଣ୍ଡ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ କହିଛନ୍ତି ୧୯୯୨ ବିଶ୍ୱକପ୍‌ରେ ତାଙ୍କ ବାପା ରଡ୍‌ ଲଥାମ ଯାହା ହାସଲ କରିଥିଲେ ଚଳିତ...

ଫିଫା ର଼୍ୟାଙ୍କିଙ୍ଗ: ଭାରତକୁ ୧୦୧ତମ ସ୍ଥାନ

ନୂଆଦିଲ୍ଲୀ, ୧୪।୬ (ପି.ଟି.)-ଶୁକ୍ରବାର ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତ ୧୦୧ତମ ସ୍ଥାନ ବଜାୟ ରଖିଛି।...

ଚିନ୍ତାରେ ଭାରତୀୟ ଟିମ୍‌: ପନ୍ତଙ୍କ ପରେ ଜାଡେଜା ଗଲେ ଡାକ୍ତରଖାନା

ସିଡନୀ,୯।୧: ଭାରତୀୟ ଦଳ ପାଇଁ ଗୋଟିଏ ପରେ ଗୋଟିଏ ଖରାପ ଖବର ଆସିବାରେ ଲାଗିଛି। ଷ୍ଟାର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିବା...

ଡିଫେନ୍ସ ଉପରେ କୋଚ୍‌ ଗ୍ରାହମ ଜୋର ଦେଉଛନ୍ତି: ବୀରେନ୍ଦ୍ର

ବେଙ୍ଗାଲୁରୁ,୧୫।୩(ପି.ଟି.)- ଏକ ଭଲ ତଥା ଦୃଢ ଡିଫେନ୍ସ ମ୍ୟାଚ୍‌ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ଭାରତୀୟ ହକି କୋଚ୍‌ ଗ୍ରାହମ ରିଡ ବିଶ୍ୱାସ...

Advertisement
Archives

Model This Week