ଘରୋଇ କ୍ଷୀର କମ୍ପାନୀର ବିଷାକ୍ତ ପାଣି ଯୋଗୁ ଫସଲ କ୍ଷତି, ବ୍ୟାପୁଛି ଚର୍ମରୋଗ

ଗୋପ,୩।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ- କୋଣାର୍କ ରାସ୍ତାର ଶାରଡ଼ା ଛକ ନିକଟରେ ଥିବା ଏକ ଘରୋଇ କ୍ଷୀର କମ୍ପାନୀର ଜଳ ଓ ବାୟୁ ପ୍ରଦୂଷଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏପରି ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରରେଗ୍ରାମବାସୀ ଆସନ୍ତା ୫ ତାରିଖରେ କମ୍ପାନୀ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ୨୦୧୧ରେ ଶାରଡ଼ା ଛକ ନିକଟରେ ଗୋଟିଏ ଘରୋଇ କମ୍ପାନୀ କ୍ଷୀର ଉତ୍ପାଦନ କମ୍ପାନୀ ଖୋଲିଥିଲା। କମ୍ପାନୀ ଖୋଲିବା ସମୟରେ ବିଭିନ୍ନ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରାଯିବାରୁ ସାଧାରଣରେ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା। କ୍ଷୀର କମ୍ପାନୀ ଚାଲିବା ପରେ କମ୍ପାନୀ ପକ୍ଷରୁ ଏକ ସରକାରୀ କାଡା ନାଳରେ କମ୍ପାନୀରୁ ନିର୍ଗତ ହେଉଥିବା ପ୍ରଦୂଷିତ ଜଳ ଛଡ଼ାଯିବାରୁ ଚାରିଆଡ଼େ ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଦୈନନ୍ଦିନ ପୁରୀ, କୋଣାର୍କକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଏହି ଅଭିଯୋଗ ଆଣିଥିଲେ। କମ୍ପାନୀ ନିକଟରେ ଥିବା ଶାରଡ଼ା ଗ୍ରାମବାସୀ ଏହାକୁ ବିରୋଧ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ନିର୍ଗତ କେମିକାଲଯୁକ୍ତ ଜଳକୁ ଅନ୍ୟତ୍ର ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ। ନିର୍ଗତ କେମିକାଲଯୁକ୍ତ ଜଳରେ ଶହଶହ ଏକର ଜମିରେ ଧାନଚାଷ ହୋଇପାରୁ ନ ଥିବା ସମୟରେ ନିକଟ ଗଁାରେ ଚର୍ମରୋଗ ବ୍ୟାପିବା, କମ୍ପାନୀ ପକ୍ଷରୁ ଛଡ଼ା ଯାଉଥିବା ଧୂଅଁାରେ ନଡ଼ିଆ ଗଛ ସହିତ ବିଭିନ୍ନ ଫଳ ଫୁଲ ଗଛ ନଷ୍ଟ ହେଉଛି। କେମିକାଲ ପାଣି ପିଇ ଗୋରୁ, ଛେଳି, ମେଣ୍ଢାଙ୍କ ମୃତ୍ୟୁ ଘଟିବା ସହ ପେଟ ରୋଗରେ ସ୍ଥାନୀୟ ଅଞ୍ଚଳର ଲୋକେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଏପରିକି କମ୍ପାନୀ ବେଆଇନ ଭାବେ ଦିନକୁ ୩ ଲକ୍ଷ ଲିଟରରୁ ଅଧିକ ପିଇବା ପାଣି ନେଉଥିବାରୁ ପାଣି ସମସ୍ୟା ଉତ୍କଟ ହେଉଛି ବୋଲି ଅଭିଯୋଗ ରହିଛି। କମ୍ପାନୀ ସମସ୍ତ ନିୟମକୁ ଉଲ୍ଲଂଘନ କରି ଏପରି କରୁଥିବାବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ସେଥିପାଇଁ ଗ୍ରାମ ସଭାପତି ତ୍ରିଲୋଚନ ଜେନା, ସମ୍ପାଦକ ଲିଙ୍ଗରାଜ ଖୁଣ୍ଟିଆ, ଧନଞ୍ଜୟ ବେହେରାଙ୍କ ନେତୃତ୍ୱରେ ଶହ ଶହ ଗ୍ରାମବାସୀ କମ୍ପାନୀ ସମ୍ମୁଖରେ ଧାରଣା ଦେବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁରୀ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ଘରୋଇ କ୍ଷୀର କମ୍ପାନୀର ଜଣେ ଅଧିକାରୀଙ୍କୁ ପଚାରିବାରେ, ଅଭିଯୋଗ ସମ୍ପର୍କରେ ସେ ଜାଣି ନ ଥିବାବେଳେ ଅଭିଯୋଗ ଆସିଲେ ଦେଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ଛେଳି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଶୋଇଥିବା ବେଳେ ମାଆ ସହିତ ୭ ବର୍ଷର ପୁଅକୁ କାମୁଡିଲା ରଣା ସାପ, ଛଟପଟ ହୋଇ ଚାଲିଗଲା ଜୀବନ

ଗଜପତି,୭।୮(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri