ରାଖୀ ବାନ୍ଧିବା ପୂର୍ବରୁ ଚାଲିଗଲା ଭଉଣୀର ଜୀବନ

ରାଇରଙ୍ଗପୁର,୨୨ା୮(ଡି.ଏନ.ଏ.): ଗାଧୋଇ ସାରି ଘରକୁ ଫେରିଥିଲେ ବଡ଼ ଭାଇ ହାତରେ ରାଖୀ ବାନ୍ଧି ଥାଆନ୍ତେ। ହେଲେ ନିୟତିର ନିଷ୍ଠୁର ନିୟମ ତାଙ୍କୁ ପରିବାରଠାରୁ ସବୁଦିନ ପାଇଁ ଦୁରେଇ ଦେଲା । ରାଖୀ ବାନ୍ଧିବା ଆଗରୁ ନଈରେ ବୁଡ଼ି ଚାଲିଗଲା ସାନ ଭଉଣୀର ଜୀବନ। ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ କୁଡୁନ୍ଦା ଗ୍ରାମରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁ କନ୍ୟା ଜଣକ ହେଲେ ପ୍ରାଣବନ୍ଧୁ ଟୁଡ଼ୁଙ୍କ ସାଢ଼େ ତିନିବର୍ଷର ଝିଅ ସାଉଁରୀ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୪/୨୧) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ସକାଳେ ମା’ ଓ ବଡ଼ ଭାଇ ଚିତ୍ତରଞ୍ଜନଙ୍କ ସହ ସାଉଁରୀ ଘର ପାଖ ଖଡ଼ଖାଇ ନଦୀକୁ ଗାଧୋଇବା ସକାଶେ ଯାଇଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ମା’ ଓ ବଡ଼ ଭାଇ ଚେଷ୍ଟା କରି ମଧ୍ୟ ତାଙ୍କୁ ଉଦ୍ଧାର କରି ପାରି ନ ଥିଲେ। ଖବରପାଇ ଗ୍ରାମବାସୀ ପହଞ୍ଚି ନଦୀଜଳରୁ ସାଉଁରୀକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଦେଶକୁ ନିଶାମୁକ୍ତ କରିବା ପାଇଁ ଶାହଙ୍କ ପ୍ରୟାସ ଆରମ୍ଭ; ନିଶାଦ୍ରବ୍ୟ ବିରୋଧରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ଭାରତକୁ ନକ୍ସଲବାଦରୁ ସଫଳତାର ସହିତ ମୁକ୍ତ କରିବା ପରେ, ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଏବେ ଦେଶକୁ ନିଶାମୁକ୍ତ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri