ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଆସନ୍ତା ଅଗଷ୍ଟ ୨୩ରୁ ଆରମ୍ଭ ହେବ ଏକକ ପିଜି ପରୀକ୍ଷା। ଏନେଇ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତି ଅନୁସାରେ, ନାମଲେଖା ପାଇଁ ଆଶାୟୀ ଛାତ୍ରୀଛାତ୍ରମାନେ ଅଗଷ୍ଟ ୨ରୁ ୧୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିବେ। ଅଗଷ୍ଟ ୨୦ରୁ ଆଶାୟୀମାନେ ସେମାନଙ୍କ ଆଡମିଟ୍‌ କାର୍ଡ www.samsodisha.gov.in ଓ୍ବେବସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ ଓ ୨୨ରେ ପ୍ରଥମ ପର୍ଯ୍ୟାୟ ସିଟି ଆଲଟ୍‌ମେଣ୍ଟ ହେବ। ଅକ୍ଟୋବର ୨୨ରୁ ୨୮ ମଧ୍ୟରେ ନାମଲେଖା ହେବ। ନଭେମ୍ବର ୪ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ପ୍ରବେଶିିକା ପରୀକ୍ଷା ସମ୍ପର୍କିତ ଅଧିକ ତଥ୍ୟ ଉକ୍ତ ଓ୍ବେବସାଇଟ୍‌ରୁ ଜାଣିପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ରେ ସରିଯାଉଛି କର୍ତ୍ତବ୍ୟ

ଛେଣ୍ଡିପଦା,୩୦।୫(ସ୍ବ.ପ୍ର.) ମଜୁରି ନ ଦେଇ ଖାଲି ହାତରେ ମାଲିକ ବିଦା କରିଦେବା ପରେ ଓଡ଼ିଶା ସରକାରଙ୍କ ଭରସାରେ ସେମାନେ ତେଲଙ୍ଗାନାରୁ ଚାଲିବା ଆରମ୍ଭ କରିଥିଲେ। ବହୁ...

ରାଜ୍ୟ ସରକାରଙ୍କ ୬ ମାସିଆ ରଣକୌଶଳ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନାକୁ ନେଇ ଏବେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। କୋଭିଡ୍‌ ୧୯ ଭାଇରସ୍‌ ସଂକ୍ରମଣ ଏଡ଼ାଇବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ...

୭୫ ମିଟର ବାହାରେ ହେବ ଅଢ଼େଇ ମିଟର ରାସ୍ତା

ପୁରୀ ଅଫିସ,୪।୩: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି। ଗୁରୁବାର ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ବରିଷ୍ଠ ଅଧିକାରୀ ଓ...

କରୋନା ଛଡ଼ାଇନେଲା ଜୀବିକା

ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ ରହିଛି। ପୂର୍ବରୁ ଲକ୍‌ଡାଉନ ସମୟରେ କେବଳ ୪ଘଣ୍ଟା...

କୁକୁଡ଼ା ଫାର୍ମ ପ୍ରଦୂଷଣ ବିବାଦ ବଢ଼ିଲା

ଭାପୁର, ୩।୪ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ସଦର ବ୍ଲକ ମହୁଲପୁଞ୍ଜି ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଶୁକ୍ରବାର...

ଟ୍ରାଫିକ ଟ୍ରେନିଂ ପାର୍କର ପଞ୍ଚମ ବର୍ଷ ପୂର୍ତ୍ତି ପାଳିଲା ହୋଣ୍ଡା

ଭୁବନେଶ୍ୱର,୨୭-୬: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ (ଏଚ୍‌ଏମ୍‌ଏସ୍‌ଆଇ) ଭୁବନେଶ୍ୱର ଏବଂ କଟକସ୍ଥିତ ଟ୍ରାଫିକ ଟ୍ରେନିଂ ପାର୍କର ପଞ୍ଚମ ବର୍ଷ ପୂର୍ତ୍ତି ପାଳନ...

ମୌସୁମୀ ଅଧିବେଶନ: ୨୯ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର,୨୪।୬(ବ୍ୟୁରୋ): ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିନ ସାଢେ ୧୧ଟାରେ ଏହି ବୈଠକ ବସିବ।...

ରାଜ୍ୟରେ ୩,୬୩୬ ଜନଶୂନ୍ୟ ଗ୍ରାମ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ୩,୬୩୬ଟି ଜନଶୂନ୍ୟ ଗ୍ରାମ ତଥା ବସତି ରହିଛି। ଏହାମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୧୨ଟି ମାନବଶୂନ୍ୟ ଗ୍ରାମ ରହିଛି। ଏହାତଳକୁ ବାଲେଶ୍ୱରରେ ୨୯୭,...

Advertisement
Archives

Model This Week