ରକ୍ଷାବନ୍ଧନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ବାର୍ତ୍ତା ପଠାଇଲେ ସୁରସାମ୍ରାଜ୍ଞୀ: ମୋଦି ଏଭଳି ରଖିଲେ ଜବାବ

ମୁମ୍ବାଇ,୩।୮: ସମଗ୍ର ଦେଶରେ ସୋମବାର ପବିତ୍ର ରକ୍ଷାବନ୍ଧନ ପାଳିତ ହେଉଛି। ଭାଇଭଉଣୀଙ୍କ ପବିତ୍ର ବନ୍ଧନକୁ ଦର୍ଶାଉଥିବା ରାକ୍ଷୀ ସବୁ ପର୍ବଠାରୁ ଅନ୍ୟତମ। ବର୍ଷକୁ ଥରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଅନେଇ ବସିଥାନ୍ତି। ଆଉ ଭାଇମାନେ ସାରା ଜୀବନ ତାଙ୍କର ରକ୍ଷା କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ ଚଳିତବର୍ଷ କରୋନା ଯୋଗୁ ପ୍ରାୟ ସ୍ଥାନରେ ଏହା ସମ୍ଭବପର ହୋଇପାରିନାହିଁ। ଇତିମଧ୍ୟରେ ରକ୍ଷାବନ୍ଧନ ଅବସରରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ପଠାଇଛନ୍ତି। ଚଳିତ ବର୍ଷ ଭାଇ ମୋଦିଙ୍କ ନିକଟକୁ ରାକ୍ଷୀ ପଠାଇ ପାରି ନ ଥିବାରୁ ଲତା ଦିଦି ତାଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି। ତେବେ ତାଙ୍କର ଏହି ବାର୍ତ୍ତାର ଜବାବ ରଖିଛନ୍ତି ମୋଦି। ସୂଚନାଯୋଗ୍ୟ, ଲତା ଦିଦି ଭିଡିଓ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ପବିତ୍ର ରାକ୍ଷୀ ଅବସରରେ ଭାଇ ମୋଦିଙ୍କୁ ଅଭିବାଦନ ଜଣାଉଛି। ଚଳିତ ବର୍ଷ କରୋନା ଯୋଗୁ ରାକ୍ଷୀ ପଠାଇ ପାରିନାହିଁ। ଦେଶ ପାଇଁ ମୋଦିଙ୍କ ଅତୁଳନୀୟ ଅବଦାନ ରହିଛି, ଯାହା ସମଗ୍ର ଦେଶବାସୀ କେବେ ଭୁଲିପାରିବେ ନାହିଁ। ଆଜିକା ଦିନରେ ଭାରତ ସମସ୍ତ ମହିଳା ଆପଣଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଚାହୁଁଥିବେ, ହେଲେ ଦେଶରେ ବର୍ତ୍ତମାନ ଜାରି ରହିଥିବା ସଙ୍କଟ ଯୋଗୁ ଏହା ସମ୍ଭବପର ନୁହେଁ। କିନ୍ତୁ ଯଦି ସମ୍ଭବ, ରାକ୍ଷୀ ଅବସରରେ ଆମକୁ ପ୍ରତିଜ୍ଞା କର ଯେ, ଦେଶକୁ ଆପଣ ସୁଉଚ୍ଚକୁ ନେବେ। ଅନ୍ୟପଟେ ମୋଦି ମଧ୍ୟ ତାଙ୍କର ଏହି ବାର୍ତ୍ତାରେ ଜବାବ ରଖି କହିଛନ୍ତି, ରକ୍ଷାବନ୍ଧନ ଅବସରରେ ତୁମର ଏହି ଭାବପୂର୍ଣ୍ଣ ବାର୍ତ୍ତା ପ୍ରେରଣା ଦେବା ସହ ଶକ୍ତି ମଧ୍ୟ ଯୋଗାଇବ। କୋଟି କୋଟି ମା’ ଓ ଭଉଣୀମାନଙ୍କ ଆଶୀର୍ବାଦ ସହିତ ଦେଶ ଉଚ୍ଚତାକୁ ଛୁଇଁବ ଓ ନୂତନ ସଫଳତା ହାସଲ କରିବ। ଏଥିସହ ମୋଦି ଲତା ଦିଦିଙ୍କ ସୁସ୍ଥ ଓ ଦୀର୍ଘାୟୁ ପାଇଁ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଗର ଶ୍ରଫ୍‌ଙ୍କ ଗର୍ଲଫ୍ରେଣ୍ଡଙ୍କୁ ଡେଟ୍‌ କରିସାରିଛନ୍ତି ଏହି ଅଭିନେତା,ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ବଲିଉଡ୍‌ ହେଉ କି ଟେଲି ପରଦା, ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେଭଳି ଜଣେ ହେଲେ...

୬ ଦିନ ପୂର୍ବରୁ ଶୀତ ଅଧିବେଶନ ଶେଷ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଚାଇନା ସହ ସୀମା ବିବାଦ ଉପରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବିକୁ ନେଇ ବାରମ୍ବାର ମୁଲତବୀ ମଧ୍ୟରେ ଧାର୍ଯ୍ୟ ସମୟର ୬...

ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଲେ ସ୍ତ୍ରୀ

ଚେନ୍ନାଇ,୧୪।୧୧: ତାମିଲନାଡୁର ପୁଦୁକୋଟ୍ଟଇ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଛନ୍ତି ସ୍ତ୍ରୀ। କୃପାକୁଡିର ଦ୍ରାବିଡ କଲୋନୀରେ...

୫୦ ଥର ମୋ ଘର ନେଇଗଲେ ବି ମୁଁ ଓ୍ବାୟନାଡ-ଭାରତର ଲୋକଙ୍କ ସମସ୍ୟା ପ୍ରସଙ୍ଗରେ କହିବି: ରାହୁଲ…

ଓ୍ବାୟନାଡ,୧୧।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ୱାୟନାଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି,. ମୋ...

ପ୍ରେମିକାଙ୍କଠୁ ଧୋକା ଖାଇବା ପରେ ନିଜ ଚା’ ଦୋକାନର ଏମିତି ନାଁ ରଖିଲେ ପ୍ରେମିକ, ଲୋକେ କରୁଛନ୍ତି ପ୍ରଶଂସା

ଭୋପାଳ,୩୧ା୭: ମଧ୍ୟପ୍ରଦେଶର ବୈତୁଲରେ ଆଜିକାଲି ଏକ ଚା’ ଦୋକାନ ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ଚା’ ଦୋକାନର ଅଦ୍ଭୁତ ନାମକରଣକୁ ନେଇ ଚାରିଆଡ଼େ ଚର୍ଚ୍ଚା...

କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ: ଆଇସିୟୁରେ ଥିଲେ ୭୦ ରୋଗୀ

ଗାନ୍ଧୀନଗର,୧୨।୫: ଗୁଜରାଟର ଭବନଗରରେ ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୨ ଟା ସମୟରେ ହୋଟେଲର ତୃତୀୟ ମହଲାର ଏକ କୋଠରୀରେ ନିଆଁ...

ପୁଣି ୪୩ଟି ଆପ୍‌ସ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୪।୧୧: ପୁଣି ୪୩ ମୋବାଇଲ ଆପ୍‌ସ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଧାରା ୬୯ଏ ଅନୁଯାୟୀ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା,...

ସପ୍ତମ ରାଉଣ୍ଡରେ ୨୫,୦୦୦ ଭୋଟରେ ଆଗୁଆ ମମତା…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ...

Advertisement
Archives

Model This Week