Posted inଜାତୀୟ

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟ ହୁଏ, ତେବେ ଏହାର ତଦନ୍ତରେ ସିମ୍‌ ଧାରକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିପାରେ। ଦୂରସଞ୍ଚାର ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୧ରେ ଜାରି ଆଡଭାଇଜରିରେ ସିମ୍‌ କାର୍ଡ ବ୍ୟବହାର ଓ ନିୟମକୁ ନେଇ ଲୋକଙ୍କୁ ସଚେତନ କରାଯାଇଛି । ଫର୍ଜି ଆଇଡିରେ ସିମ୍‌ କିଣିବା-ବିକ୍ରି କରିବା କିମ୍ବା ମୋବାଇଲର IMEI ନମ୍ବରରେ ହେରଫେର କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ଦୂରସଞ୍ଚାର ବିଭାଗ ଛତିଶଗଡ଼ରେ ସାମ୍ନାକୁ ଆସିଥିବା ଏକ ସାଇବର ଠକେଇ ଘଟଣା ପରେ ଏହି ଆଡଭାଇଜରି ଜାରି କରିଛି । ରିପୋର୍ଟ ଅନୁସାରେ, ଜଣେ ସିମ୍‌ ବିକ୍ରେତା ଏଜେଣ୍ଟ ଲୋକଙ୍କ ଡକ୍ୟୁମେଣ୍ଟର ଅପବ୍ୟବହାର କରି ସେମାନଙ୍କ ଅଜାଣତରେ ୨୫ଟି ଫର୍ଜି ସିମ୍‌ ଆକ୍ଟିଭେଟ୍‌ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ DoT ଏଜେଣ୍ଟଙ୍କୁ ବ୍ଲାକ୍‌ଲିଷ୍ଟ କରିଥିବା ବେଳେ ରି-ଭେରିଫିକେସନ୍‌ରେ ବିଫଳ ହୋଇଥିବା ୨୫ଟି ନମ୍ବରକୁ ବନ୍ଦ କରାଯାଇଥିଲା। ଦୂରସଞ୍ଚାର ବିଭାଗ ଲୋକଙ୍କୁ ନିଜ ନାଁରେ ନିଆଯାଇଥିବା ସିମ୍‌ ଅନ୍ୟକୁ ବିକ୍ରି, ଭଡ଼ାରେ ଦେବା କିମ୍ବା ବ୍ୟବହାର କରିବାକୁ ଦେବାରୁ ଦୂରେଇ ରହିବାକୁ କହିଛି। କାରଣ ସେହି ସିମ୍‌ରୁ ଯଦି ସାଇବର ଅପରାଧ ହୁଏ, ତେବେ ସିମ୍‌ ଯେଉଁ ବ୍ୟକ୍ତିଙ୍କ ନାଁରେ ରହିଛି, ତାଙ୍କ ବିରୋଧରେ ମଧ୍ୟ ଆଇନଗତ ତଦନ୍ତ କିମ୍ବା ପଦକ୍ଷେପ ହୋଇପାରେ।

ଆଡଭାଇଜରିରେ ମୋବାଇଲ୍‌ର IMEI ନମ୍ବରକୁ ନେଇ ମଧ୍ୟ ଚେତାବନୀ ଦିଆଯାଇଛି। ମୋବାଇଲ୍‌ର IMEI ନମ୍ବରରେ ହେରଫେର କିମ୍ବା ପରିବର୍ତ୍ତନ କରାଯାଇଥିଲେ ସେହି ଡିଭାଇସ୍‌ ବ୍ୟବହାର କରିବା ବେଆଇନ ହୋଇପାରେ। ଏହା ସହ ଏଭଳି ଆପ୍‌ କିମ୍ବା ୱେବସାଇଟ୍‌ ବ୍ୟବହାର କରିବା ମଧ୍ୟ ଅପରାଧ, ଯାହା ମାଧ୍ୟମରେ କଲ୍‌ କରିବା ବେଳେ ଅନ୍ୟ କାହାର ମୋବାଇଲ୍‌ ନମ୍ବର ପ୍ରଦର୍ଶିତ ହୋଇପାରେ। ଭାରତରେ ସାଧାରଣତଃ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ସିମ୍‌ କାର୍ଡ ରହିପାରିବ। ତେବେ ଜମ୍ମୁ-କଶ୍ମୀର, ଆସାମ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହି ସୀମା ୬ଟି ସିମ୍‌। ନୂଆ ସିମ୍‌ ଜାରି କରିବା ପୂର୍ବରୁ ଟେଲିକମ୍‌ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ନାଁରେ ପୂର୍ବରୁ କେତେ ମୋବାଇଲ୍‌ ନମ୍ବର ସକ୍ରିୟ ଅଛି, ତାହା ଯାଞ୍ଚ କରନ୍ତି।

ସରକାର ଅଗଷ୍ଟ ୨୩ରୁ ଡିଜିଟାଲ୍‌ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମରେ ଏକ ନୂଆ ଫିଚର୍‌ ଯୋଡ଼ିଛନ୍ତି। ଏହା ଅନୁସାରେ, ନିର୍ଦ୍ଧାରିତ ସୀମାଠାରୁ ଅଧିକ ସିମ୍‌ ଥିବା ବ୍ୟକ୍ତିଙ୍କ ଫଟୋ ପୋର୍ଟାଲ୍‌ରେ ଦେଖାଯିବ। ଏହା ମାଧ୍ୟମରେ ସିମ୍‌ ବିକ୍ରେତା ଓ ଡିଲରମାନେ ଏଭଳି ଗ୍ରାହକଙ୍କୁ ଚିହ୍ନଟ କରିପାରିବେ ଏବଂ ସୀମା ପୂରଣ ହୋଇସାରିଥିଲେ ନୂଆ ସିମ୍‌ ଜାରି ରୋକାଯାଇପାରିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?