Posted inଖେଳ

ଜେରେମିଙ୍କୁ ରୌପ୍ୟ ପଦକ

ଜିଞ୍ଜୁ(କୋରିଆ),୮ା୫(ପି.ଟି.): କୋରିଆର ଜିଞ୍ଜୁରେ ଅନୁଷ୍ଠିତ ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଭାରତର ଜେରେମି ଲାଲରିନ୍ନୁଙ୍ଗାଙ୍କୁ ରୌପ୍ୟ ପଦକ ମିଳିଛି। ସେ ସ୍ନାଚ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ସୁଦ୍ଧା କ୍ଲିନ୍‌ ଆଣ୍ଡ ଜର୍କରେ ଇଭେଣ୍ଟ ଫିନିଶ କରିବାରେ ସଫଳ ହୋଇ ନ ଥିଲେ। ରବିବାର ଏସିଆନ୍‌ ଚାମ୍ପିୟନଶିପ୍‌ରେ କ୍ଲିନ୍‌ ଆଣ୍ଡ ଜର୍କରେ ନିଜର ୩ଟି ଯାକ ପ୍ରୟାସରେ ସେ ବିଫଳ ରହିଥିଲେ। ୧୨ ଜଣ ଭାରୋତ୍ତୋଳକଙ୍କ ମଧ୍ୟରେ ଜେରେମି ଏକମାତ୍ର ଖେଳାଳି ଥିଲେ, ଯିଏ ନିଜର ଇଭେଣ୍ଟ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ୬୭ କିଗ୍ରାର ଅଣ ଅଲିମ୍ପିକ୍‌ ବର୍ଗରେ ଅଂଶଗ୍ରହଣ କରୁଥିବା ୨୦୨୨ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ୨୦ ବର୍ଷୀୟ ଜେରେମି ସ୍ନାଚ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ରୌପ୍ୟ ପଦକ ହାସଲ କରିଥିଲେ। ତେବେ କ୍ଲିନ୍‌ ଆଣ୍ଡ ଜର୍କରେ ସେ ତିନୋଟି ଯାକ ପ୍ରୟାସରେ ବିଫଳ ହୋଇଥିଲେ। ପ୍ରଥମ ଦୁଇ ପ୍ରୟାସରେ ସେ ୧୬୫ କିଗ୍ରା ଓଜନ ଉଠାଇବାରେ ବିଫଳ ହୋଇଥିଲେ। ତୃତୀୟ ପ୍ରୟାସରେ ଓଜନ ବଢାଇ ୧୬୮ କିଗ୍ରା ଉଠାଇବାକୁ ପ୍ରୟାସ କରିଥିଲେ। ୟୁଥ୍‌ ଅଲିମ୍ପିକ୍ସ ଚାମ୍ପିୟନ ଖେଳାଳି ଜଣଙ୍କ କିନ୍ତୁ ଓଜନ ଉଠାଇବାରେ ବିଫଳ ହୋଇଥିଲେ। ତେବେ ଉଭୟ ସ୍ନାଚ୍‌ ଓ କ୍ଲିନ୍‌ ଆଣ୍ଡ ଜର୍କରେ ଜେରେମି ମାତ୍ର ଦୁଇ ଥର ସଫଳତାର ସହ ବାର ବେଲ୍‌ ଉଠାଇ ପାରିଥିଲେ। ମୋ ତରଫରୁ ମୁଁ ସମସ୍ତ ପ୍ରୟାସ କରିଥିଲେ ହେଁ ଏହା ମୋର ଦିନ ନ ଥିଲା ବୋଲି କହିଛନ୍ତି ଜେରେମି। ଦୁଇଥର ପ୍ରୟାସ ବିଫଳ ହେବା ପରେ ଜାତୀୟ ରେକର୍ଡ ପାଇଁ ଚେଷ୍ଟା କରିଥିଲି। ଅଭ୍ୟାସ ସମୟରେ ଆରାମରେ ଏହି ଓଜନ ଉଠାଉଥିବା ବେଳେ ଆଜିର ଇଭେଣ୍ଟରେ ବିଫଳ ହୋଇଥିଲି। ଏହା ମୋ ଦିନ ନ ଥିଲା ବୋଲି ମିଜୋରାମର ଏହି ଭାରୋତ୍ତୋଳକ ପ୍ରକାଶ କରିଥିଲେ। ଚାଇନାର ହେ ୟୁଏଜି ମୋଟ ୩୨୦ କିଗ୍ରା ଭାରୋତ୍ତୋଳନ(୧୪୭+୧୭୩) ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସ୍ଥାନୀୟ ଖେଳାଳି ଲି ସାଙ୍ଗେୟୋନ୍‌ ମୋଟ ୩୧୪ କିଗ୍ରାର ଭାରୋତ୍ତୋଳନ କରି ରୌପ୍ୟ ଓ ଉଜବେକିସ୍ତାନର ଏର୍ଗାଶେଭ ଆଦଖାମଜୋନ୍‌ ୩୧୨ କିଗ୍ରାର ଭାରୋତ୍ତୋଳନ ସହିତ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଶନିବାର ପ୍ରଥମ ଭାରତୀୟ ଭାବେ ୫୫ କିଗ୍ରା ଓଜନ ବର୍ଗରେ ବିନ୍ଦ୍ୟାରାଣୀ ଦେବୀ ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?