Posted inଖେଳ

ବାପି ହାଁସଦାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୧।୫ (କ୍ରୀଡ଼ା ପ୍ରତିନିଧି): ଉଜ୍‌ବେକିସ୍ତାନରଉଜ୍‌ବେକିସ୍ତାନର ତାସ୍‌କେଣ୍ଟଠାରେ ଚାଲିଥିବା ୫ମ ଏସିଆନ ୟୁଥ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ବାପି ହାଁସଦା ରୌପ୍ୟ ପଦକ ହାସଲ କରିଛନ୍ତି। ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳର ବାପି ରବିବାର ଅନୁଷ୍ଠିତ ୪୦୦ ମିଟର ବାଳକ ହର୍ଡଲ୍ସରେ ୫୧.୩୮ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କାତାରର ମାହାମଦ ଆବାକର ଅବ୍‌ଦ୍ରହମାନ ୫୦.୯୧ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ଶ୍ରୀଲଙ୍କାର କୁଡା ଲିୟାନାଗେ ଆୟୋମଲ ଆକାଲାଙ୍କା ୫୧.୪୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ଅନ୍ୟତମ ଓଡ଼ିଶା ଆଥଲେଟ୍‌ ମହମ୍ମଦ ରେୟାନ ମିଡ୍‌ଲେ ରିଲେ ରେସ୍‌ରେ ଅଂଶଗ୍ରହଣ କରିବେ। ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିଥିବାରୁ ବାପି ହାଁସଦାଙ୍କୁ ଓଡ଼ିଶା ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା ଅଭିନନ୍ଦନ ଜଣାଇଛନ୍ତି।

 

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ବାପି ହାଁସଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ”ଏସୀୟ ସ୍ତରରେ ଏହି ସଫଳତା ପାଇଁ ମୁଁ ବାପିଙ୍କୁ ଅଭିନନ୍ଦନ ଜଣାଉଛି। ସେ ଅନ୍ୟ ଆଥଲେଟ୍‌ଙ୍କ ପାଇଁ ଉଦାହରଣ ସାଜିଛନ୍ତି। ବ୍ୟକ୍ତିଗତ ଜୀବନରେ ଅନେକ ବାଧା ସତ୍ତ୍ୱେ ବାପି ଏପରି ସଫଳତା ପାଇ ପାରିଛନ୍ତି। ବାପି ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେଶନ ଏଚ୍‌ପିସିର କୋଚ୍‌ ଓ ପୂରା ଟିମ୍‌ଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି“ ବୋଲି ମୁଖ୍ୟମନ୍ତ୍ରୀ ଅବିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri