ନୀରବ ଉତ୍‌ଥାନ

ବ୍ରହ୍ମ ଚେଲାନି

 

ଚାଇନାର ଆର୍ଥିକ ମାନ୍ଦାବସ୍ଥା ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ଭାରତର ଅର୍ଥ ବ୍ୟବସ୍ଥା ବାର୍ଷିକ ୭.୮% ହାରରେ ଅଭିବୃଦ୍ଧି ଘଟିଥିଲା। ଏହା ବ୍ୟତୀତ ନିକଟରେ ଜଳର ସମ୍ଭାବନା ଥିବା ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣକରି ଭାରତ ଏକ କୀର୍ତ୍ତିମାନ ସ୍ଥାପିତ କରିଛି। ଭାରତର ଭୌଗୋଳିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ପ୍ରଭାବ ବଢୁଥିବାରୁ ବିଶ୍ୱ ସ୍ତରରେ ସେହିଭଳି ଏହାର ପ୍ରତିଷ୍ଠା ବି ବଢ଼ିବାରେ ଲାଗିଛି। ତେବେ ଚାଇନାର ଅଧୋଗତି ଦେଶରେ ଚାରି ଦଶନ୍ଧି ଧରି ଚାଲିଥିବା ଅର୍ଥନୈତିକ ଅଭିବୃଦ୍ଧିର ସମାପ୍ତିକୁ ଆମନ୍ତ୍ରଣ କରିଛି ବୋଲି କେତେକେ ଦାବି କରିବା ଆରମ୍ଭ କରିଦେଇଛନ୍ତି। ଏହା ଭାରତୀୟ ଅର୍ଥନୀତି ତଥା ଅନ୍ୟାନ୍ୟ ବିକାଶଶୀଳ ତଥା ଉଦୀୟମାନ ଦେଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଥିବା ସେମାନେ କହିଛନ୍ତି।
ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ଚାଇନାକୁ ଅତିକ୍ରମ କରିଥିଲା। ଚାଇନାର ଅର୍ଥନୈତିକ ଆକାର ହ୍ରାସ ହେବା ଏବଂ ବରିଷ୍ଠ ନାଗରିକ ସଂଖ୍ୟା ଅଧିକ ବଢ଼ିବା ଯୋଗୁ ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେବା ସହ ଏହାର ଭୂରାଜନୈତିକ ଆକାଂକ୍ଷା ହ୍ରାସ କରିପାରେ। ଅପରପକ୍ଷେ ବିଶ୍ୱର ସମୃଦ୍ଧ ତଥା ଯୁବକଙ୍କ ଦେଶ କୁହାଯାଉଥିବା ଭାରତକୁ ବିପୁଳ ଜନସଂଖ୍ୟାରୁ ବି ଲାଭ ମିଳିବ। ଭାରତର ମୋଟ ଘରୋଇ ଉପତ୍ାଦ(ଜିଡିପି) ଚାଇନାଠାରୁ କମ୍‌ ଥିଲେ ବି ଏହା ଏବେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହୋଇପାରିଛି। ଆଗାମୀ ୫ ବର୍ଷରେ ଏହା ବୈଶ୍ୱିକ ଅଭିବୃଦ୍ଧିର ୧୨.୯% ହାସଲକରି ଆମେରିକା (ଏବେ ୧୧.୩%)କୁ ଟପିଯିବ ବୋଲି ଆକଳନ କରାଯାଉଛି। ଏହାସହ ସଂସାଧନର ଉପଯୁକ୍ତ ଉପଯୋଗ ବୃଦ୍ଧି ଦ୍ୱାରା ଭାରତର ଯୁବପିଢ଼ି ଅଧିକ ଆବିଷ୍କାର କରିପାରୁଛନ୍ତି। ବିଶ୍ୱସ୍ତରୀୟ ସୂଚନା ଅର୍ଥ ବ୍ୟବସ୍ଥା ଏବଂ ନିକଟରେ ଚନ୍ଦ୍ରରେ ଚନ୍ଦ୍ରୟାନ-୩ ଅବତରଣ ଏହାର ପ୍ରମାଣ। ଆମେରିକା ମହାକାଶ ମିଶନ ବ୍ୟୟର ପ୍ରାୟ ୬% ଖର୍ଚ୍ଚରେ ଭାରତ ଏହି ସଫଳତା ପାଇଛି। ଭାରତ ଜିଡିପିରେ ଏହାର ଉପନିବେଶିକ ଶାସକ ବ୍ରିଟେନ୍‌କୁ ମଧ୍ୟ ଟପିଯାଇଛି। ଭାରତର ଜିଡିପି ଜାପାନ ଓ ଜର୍ମାନୀକୁ ଟପି ୨୦୩୦ ସୁଦ୍ଧା ଆମେରିକା ଓ ଚାଇନା ପଛକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ ବୋଲି ଏହା ନିଶ୍ଚିତ ଅଛି।
ପଡ଼ୋଶୀ ଦେଶରେ ଅଧିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଭାରତ ପ୍ରତିରକ୍ଷା ବଜେଟ ବୃଦ୍ଧି କରିଛି ଓ ଏହା ବିଶ୍ୱର ତୃତୀୟ ବୃହତ୍ତମ ପ୍ରତିରକ୍ଷା ବଜେଟ ହୋଇପାରିଛି । ଚାଇନା ଏବଂ ପାକିସ୍ତାନ ମଧ୍ୟରେ ରଣନୀତିକ ମେଣ୍ଟ ଦୃଢ଼ ହେବା ଭାରତର ଅସୁରକ୍ଷିତ ସ୍ଥିତିକୁ ପ୍ରକାଶ କରିଛି। ସୀମାକୁ ଲାଗିଥିବା ଦୁଇ ପରମାଣୁସମ୍ପନ୍ନ ତଥା ବିସ୍ତାରବାଦୀ ରାଷ୍ଟ୍ରକୁ ଏହା ସାମ୍ନା କରୁଛି। ଏହାବ୍ୟତୀତ ଗତ ୩ ବର୍ଷ ଧରି ଏହାର ହିମାଳୟ ସୀମା ଚାଇନାଲୋଙ୍ଗକୁ ନେଇ ସାମରିକ ଉତ୍ତେଜନା ଲାଗିରହିଛି। ବିବାଦୀୟ ତିବ୍ବତ-ଲଦାଖ ସୀମା ଅଞ୍ଚଳରେ ମଧ୍ୟବର୍ତ୍ତୀ ସଂଘର୍ଷ ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସମ୍ପୂର୍ଣ୍ଣ ଯୁଦ୍ଧର ବିପଦ ଥିବା ସତ୍ତ୍ୱେ ଚାଇନାର ମୁକାବିଲା କରି ଭାରତ ତାହାର ଶକ୍ତିକୁ ଚ୍ୟାଲେଞ୍ଜ କରିଛି, ଯାହା ଚଳିତ ଶତାବ୍ଦୀରେ କୌଣସି ଦେଶ କରିପାରିନାହାନ୍ତି। ପାଶ୍ଚାତ୍ୟ ସହିତ ନିବିଡ଼ ସମ୍ପର୍କ ସ୍ଥାପନ କରିବାକୁ ଭାରତ ପ୍ରୟାସ କରିଛି। ହେଲେ ଏହା ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଓପଚାରିକ ଭାବେ ସାମରିକ ମେଣ୍ଟରେ ପ୍ରବେଶ କରିବାକୁ ଦ୍ୱନ୍ଦ୍ୱରେ ରହିଛି। ଏଥିପାଇର୍ଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଂଶିକ ଦାୟୀ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଚାଇନା ଓ ଭାରତ ମଧ୍ୟରେ ଲାଗି ରହିଥିବା ସାମରିକ ବିବାଦ ଉପରେ ମନ୍ତବ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିବା, ଭାରତକୁ ସମର୍ଥନ ନ କରିବା ସ୍ପଷ୍ଟ ସଙ୍କେତ ଦିଏ ଯେ, ଭାରତ ଏହାର ପ୍ରତିରକ୍ଷା ପାଇଁ ଉତ୍ତରଦାୟୀ। ଦେଶର ଆଗାମୀ ଅଭିବୃଦ୍ଧି ନିଶ୍ଚିତ ଭାବେ ବାହ୍ୟ ବିପଦରୁ ରକ୍ଷା କରିବାର କ୍ଷମତା ହାସଲ କରିବାକୁ ବାଟ ଖୋଲିଦେବ। ଭାରତ ଏହାର ପାରମ୍ପରିକ ସଶସ୍ତ୍ର ବାହିନୀକୁ ଆଧୁନିକୀକରଣ କରିବା ଏବଂ ଆଣବିକ ନିରସ୍ତ୍ରୀକରଣରୁ ଓହରି ଏହାକୁ ବଢାଇବା ପାଇଁ ଅଧିକ ପ୍ରୟାସ କରିବାର ସମ୍ଭାବନା ରହିବ।
ଚାଇନା ଏବଂ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ଭୂରାଜନୈତିକ ବିବାଦ ମଧ୍ୟ ଗ୍ଲୋବାଲ ସାଉଥକୁ ଏକତ୍ର କରିବା ଏବଂ ବ୍ରିକ୍ସ ଗ୍ରୁପ୍‌କୁ ଜି୨୦ ଏବଂ ଜି ୭ ପାଇଁ ଏକ ବିଶ୍ୱସନୀୟ ବିକଳ୍ପକୁ ପରିବର୍ତ୍ତନ କରିବାର ପ୍ରୟାସରେ ବାଧା ଦେଇପାରେ ।
ବ୍ରିକ୍ସ ଦେଶଗୁଡ଼ିକ (ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ନିକଟରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଇଜିପ୍ଟ, ଇଥିଓପିଆ, ଆର୍ଜେଣ୍ଟିନା ଏବଂ ଇରାନ ଭଳି ୬ ନୂତନ ସଦସ୍ୟଙ୍କୁ ଯୋଗକରି ଏହି ଗୋଷ୍ଠୀକୁ ସମ୍ପ୍ରସାରଣ କରିବାକୁ ରାଜି ହୋଇଛନ୍ତି। ତେବେ ୧୧ଜଣ ସଦସ୍ୟଙ୍କ ବିଭିନ୍ନ ସ୍ବାର୍ଥକୁ ଦୃଷ୍ଟିରେ ରଖି କୌଣସି ପ୍ରମୁଖ ପ୍ରସଙ୍ଗରେ ସହମତି ହାସଲ କରିବା ବ୍ରିକ୍ସକୁ ଅଧିକ କଷ୍ଟସାଧ୍ୟ ହୋଇପାରେ। ଏହିି ସମୟରେ ଚାଇନାର ଆର୍ଥିକ ମାନ୍ଦାବସ୍ଥା ଶି ଜିନ୍‌ପିଙ୍ଗ୍‌ଙ୍କୁ ତାଙ୍କ ବିସ୍ତାରବାଦୀ କାର୍ଯ୍ୟସୂଚୀକୁ ପୂର୍ବାପେକ୍ଷା ଆହୁରି ଅଧିକ ପ୍ରୋତ୍ସାହିତ କରିପାରେ। ଚାଇନାର ଅର୍ଥନୀତିକୁ ଏକ ଟାଇମ ବମ୍‌ ସହ ତୁଳନା କରି ଏହା ଠିକ୍‌ ସମୟରେ ବିସ୍ଫୋରଣ ହେବ ବୋଲି ବାଇଡେନ୍‌ କହିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ଯେତେବେଳେ ଖରାପ ଲୋକଙ୍କର ସମସ୍ୟା ଥାଏ, ସେମାନେ ଖରାପ କାମ କରନ୍ତି। ଚାଇନା ବିବାଦୀୟ ନୂତନ ଜାତୀୟ ମାନଚିତ୍ର ଜାରି କରିଛି। ଏହା ଭାରତ, ମାଲେସିଆ, ଫିଲିପାଇନ୍ସ, ଭିଏଟ୍‌ନାମ, ତାଇୱାନ ଏବଂ ଭୁଟାନ (ଏବଂ ଏପରିକି ରୁଷିଆର କିଛି ଅଂଶ)ର ବିସ୍ତୃତ ଅଞ୍ଚଳକୁ ତା’ର ଅଞ୍ଚଳ ଭାବେ ଦର୍ଶାଇଛି। ଏହା ଚାଇନାର ଆକ୍ରମଣାତ୍ମକ ଆଚରଣ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ଦର୍ଶାଉଛି।
ଏହିସବୁ ବାହ୍ୟ ବିପଦ ମଧ୍ୟରେ ବି ଘରୋଇ ଆର୍ଥିକ ଆହ୍ବାନକୁ ସମାଧାନକରି ଭାରତ ଭବିଷ୍ୟତ ଗଠନ କରିବାରେ ଲାଗିଛି। ପୁରୁଣା ଭାରତୀୟ ଅମଲାତନ୍ତ୍ରର ଆଧୁନିକୀକରଣ ଓ କାଗଜ ବ୍ୟବହାର ଯୋଗୁ କାର୍ଯ୍ୟରେ ବିଳମ୍ବକୁ ହ୍ରାସ କରିବା ପାଇଁ ଇ-ସରକାରକୁ ପ୍ରୋତ୍ସାହିତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକ ପଦକ୍ଷେପ ନେଇଛନ୍ତି। ତାଙ୍କ ସରକାର ଦେଶର ଭିତ୍ତିଭୂମିର ନବୀକରଣ ଏବଂ ବିସ୍ତାରରେ ବ୍ୟାପକ ନିବେଶ କରିଛନ୍ତି, ନିୟାମକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ମାଧ୍ୟମରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଭାରତକୁ ବୈଶ୍ୱିକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ପାଇଁ ଭାରତକୁ ମାନବ ପୁଞ୍ଜି ବିଶେଷକରି ଶିକ୍ଷା ଓ ପ୍ରଶିକ୍ଷଣରେ ନିବେଶ କରିବାକୁ ପଡ଼ିବ। ତେବେ ଭାରତର ଆକାର ଏବଂ ବିବିଧତା ମଧ୍ୟ ବହୁତ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଭାରତ ହୁଏତ ପ୍ରଥମ ବିକାଶଶୀଳ ଅର୍ଥନୀତି ହେବ, ଯାହା ଆରମ୍ଭରୁ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ଆଧୁନିକୀକରଣ ଏବଂ ସମୃଦ୍ଧତାକୁ ଅନୁସରଣ କରିଆସିଛି। କିନ୍ତୁ ବିଶ୍ୱର ଅନ୍ୟତମ ସାଂସ୍କୃତିକ ବିବିଧତାର ଦେଶ ଭାବରେ ଏହାର ନିର୍ବାଚନ ପ୍ରକ୍ରିୟାଗୁଡ଼ିକ ବହୁ ସମୟରେ ବିଭାଜନ ଏବଂ ଧ୍ରୁବୀକରଣ ଭଳି ମନେହୁଏ। ଏହା ସତ୍ତ୍ୱେ ମଧ୍ୟ ଭାରତର ଗଣତାନ୍ତ୍ରିକ ଭିତ୍ତିଭୂମି ସ୍ଥିରତାର ସ୍ତମ୍ଭ ଭାବରେ କାର୍ଯ୍ୟ କରିଛି। ଖୋଲା ଅଭିବ୍ୟକ୍ତି ଏବଂ ଆଲୋଚନାକୁ ପ୍ରୋତ୍ସାହିତକରି ଭାରତୀୟ ରାଜନୈତିକ ବ୍ୟବସ୍ଥା ତୃଣମୂଳ ସ୍ତରରେ ଥିବା ସମୁଦାୟ ତଥା ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିଛି। ବଞ୍ଚିତ ବର୍ଗ ଏବଂ ଜାତିର ସଦସ୍ୟମାନଙ୍କୁ ସର୍ବୋଚ୍ଚ ସ୍ତରରେ ନୀତି ନିର୍ଦ୍ଧାରଣ କରିବାକୁ ସକ୍ଷମ କରିଛି।
ଭାରତ ଏହାର ସାମ୍ପ୍ରତିକ ବିକାଶମୁଖୀ କାର୍ଯ୍ୟ ବଜାୟ ରଖିପାରିବ କି ନାହିଁ ତାହା ରାଜନୈତିକ ସ୍ଥିରତା, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଘରୋଇ ତଥା ବାହ୍ୟ ନିରାପତ୍ତା ଏବଂ ଦୂରଦୃଷ୍ଟିସମ୍ପନ୍ନ ବୈଦେଶିକ ନୀତି ଉପରେ ନିର୍ଭର କରେ। ଏଥିରେ ସଫଳ ହେଲେ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି ହେବ।
ପ୍ରାଧ୍ୟାପକ, ସେଣ୍ଟର ଫର୍‌ ପଲିସି
ରିସର୍ଚ୍ଚ (ନୂଆଦିଲ୍ଲୀ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?