ସାଇଲେଣ୍ଟ୍‌ କିଲର୍‌…

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା ରହିଲେ ସାଇଲେଣ୍ଟ୍‌ କିଲର୍‌ ଭଳି ଅନ୍ୟ କେତେକ ରୋଗକୁ ଡାକି ଆଣିଥାଏ। ଉଚ୍ଚ ରକ୍ତଚାପ ଯୋଗୁ କରୋନାରୀ ଆର୍ଟେରୀ ସମସ୍ୟା, ଷ୍ଟ୍ରୋକ୍‌, ହାର୍ଟ ଆଟାକ୍‌, ଆର୍ଟିଆଲ ଫିବ୍ରିଲେଶନ, ପେରିଫେରିଆଲ୍‌ ଆର୍ଟିଆଲ ସମସ୍ୟା, ଦୃଷ୍ଟି ଶକ୍ତି ନଷ୍ଟ ହେବା, କିଡ୍‌ନୀ ସମସ୍ୟା, ମନେ ରଖିବା ଶକ୍ତି ସମସ୍ୟା ଆଦି ସୃଷ୍ଟି ହୋଇଥାଏ।
ଉଚ୍ଚ ରକ୍ତଚାପକୁ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଭାବେ ବିଭକ୍ତ କରାଯାଇଥାଏ। ପ୍ରାଇମେରୀ ଉଚ୍ଚ ରକ୍ତଚାପ ୯୦ରୁ ୯୫ ପ୍ରତିଶତ ଲୋକଙ୍କର ପରିବର୍ତ୍ତିତ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଅଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମପାନ ଓ ଆଲକୋହୋଲ ପିଇବା ଯୋଗୁ ମୁଖ୍ୟତଃ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ୫ରୁ ୧୦ ପ୍ରତିଶତ ଲୋକଙ୍କଠାରେ ସେକଣ୍ଡାରୀ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ। ଏହା କିଡ୍‌ନୀ ସମସ୍ୟା, କିଡ୍‌ନୀ ଆର୍ଟେରୀ ସଂକୁଚିତ ସମସ୍ୟା, ଅଧିକ ଜନ୍ମ ନିରୋଧ ବଟିକା ସେବନ ଆଦି ଯୋଗୁ ସୃଷ୍ଟି ହୋଇଥାଏ।
ସାଧାରଣତଃ ବୟସ୍କଙ୍କ କ୍ଷେତ୍ରରେ ସିଷ୍ଟୋଲିକ୍‌ ରକ୍ତଚାପ ୧୦୦ରୁ ୧୨୦ ମଧ୍ୟରେ ରହିଥାଏ। ସେହିପରି ଡାଇଷ୍ଟୋଲିକ୍‌ ରକ୍ତଚାପ ୬୦ରୁ ୮୦ ମଧ୍ୟରେ ରହିଥାଏ। ଫଳରେ ଏହାକୁ ୧୨୦ ବାଏ ୮୦ ବୋଲି କୁହାଯାଇଥାଏ। ମାତ୍ର ଏହାଠାରୁ ଅଧିକ ହେଲେ ଲଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ।

ପୃଥିବୀର ପ୍ରାୟ ୩୭ ପ୍ରତିଶତ ଲୋକଙ୍କଠାରେ ଏହି ସମସ୍ୟା ରହିଥାଏ। ୨୦୧୦ରେ ଏହି ସମସ୍ୟା ଯୋଗୁ ପୃଥିବୀର ୧୮ ପ୍ରତିଶତ ଅର୍ଥାତ୍‌ ୯୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରେ ସଚେତନତା, ଖାଦ୍ୟପେୟ-ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଚିକିତ୍ସା ଦ୍ୱାରା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri