ଭୁଲ୍‌ ଇଞ୍ଜେକ୍‌ଶନ ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟା

ସୋର, ୭ା୧୦(ଜନ୍ମେଜୟ ମିଶ୍ର): ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଜଙ୍ଗଲ ପାଦଦେଶରେ ରହୁଥିବା ଗ୍ରାମବାସୀଙ୍କ ଛେଳି ଓ ଗୋରୁଙ୍କୁ ଗତ ଗୁରୁବାର ଇଞ୍ଜେକ୍ସନ ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଗତ ଦୁଇଦିନ ମଧ୍ୟରେ ୮ ଛେଳି ମରିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଶୁକ୍ରବାର ଗ୍ରାମକୁ ଯାଇଥିବା ପ୍ରାଣୀ ଡାକ୍ତରୀ ଟିମ୍‌କୁ ଗ୍ରାମବାସୀ ଭୁଲ୍‌ ଇଞ୍ଜେକ୍ସନ ପାଇଁ ତାଙ୍କ ଛେଳି ମରିଯାଇଥିବା ଅଭିଯୋଗ ଆଣି ଅଧିକାରୀମାନଙ୍କୁ ଘେରିଛନ୍ତି। ଏହି ଗ୍ରାମ ସମେତ ନିକଟସ୍ଥ ଗ୍ରାମରେ ବନବିଭାଗ ତରଫରୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ବନ୍ୟଜନ୍ତୁ ଓ ଗୃହପାଳିତ ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଆନ୍ଥ୍ରାକ୍ସ ଇଞ୍ଜେକ୍ସନ ଗତ ଗୁରୁବାର ଦିଆଯାଇଥିଲା। କିନ୍ତୁ ଇଞ୍ଜେକ୍ସନ ଦେବାପରେ ଛେଳିମାନଙ୍କ ଦେହରେ ଇଞ୍ଜେକ୍ସନ ନେଇଥିବା ଜାଗା ଫୁଲିଯାଇଥିଲା। ପରେ ଏହା ସଂକ୍ରମିତ ହେବା ଫଳରେ ଅସୁସ୍ଥ ହୋଇ ଗ୍ରାମର ଭାସ୍କର ସିଂଙ୍କର ୫ଟି, ଲଲା ସିଂଙ୍କର ୨ଟି ଓ ଜଗବନ୍ଧୁ ସିଂଙ୍କର ୧ ଛେଳି ମୃତ୍ୟୁ ହୋଇଥିବା ବେଳେ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଛେଳି ଅସୁସ୍ଥ ଅଛନ୍ତି। ଖବରପାଇ ପ୍ରାଣୀ ବିଭାଗର ଏକ ଟିମ୍‌ ଉକ୍ତ ଗ୍ରାମରେ ପହଞ୍ଚି ଅସୁସ୍ଥ ଛେଳିମାନଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହିତ ଚିକିତ୍ସା କରିଛନ୍ତି। ଗ୍ରାମବାସୀ ଛେଳି ମୃତ୍ୟୁର ପ୍ରକୃତ କାରଣ ପଚାରିବାରୁ ଏହି ଟିମ୍‌ ଲୋକଙ୍କ ସହ ଅଯୁକ୍ତିକର କଥା କହିବାରୁ ସେଠାରେ ଉତ୍ତେଜନା ଦେଖାଯାଇଥିଲା। କିନ୍ତୁ ଏହି ଟିମ୍‌ ସେଠାରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲା। ପୂର୍ବରୁ ତାଙ୍କ ଛେଳି ଭଲ ଥିବା ବେଳେ ଇଞ୍ଜେକ୍ସନ ଦେବା ପରଠାରୁ ଏପରି ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏପଟେ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବାରୁ ଆମେ ୫ଟି ଗ୍ରାମରେ ୨୦୦ ଗୋରୁ ଓ ୫୦୦ ଛେଳିକୁ ଇଞ୍ଜେକ୍ସନ ଦେଇଛୁ, ତାମଧ୍ୟରୁ ମରିଯାଇଥିବା ଛେଳିମାନଙ୍କ ଦେହରେ କୌଣସି ରୋଗ ଥିବା କାରଣରୁ ମରିଯାଉଥିବା ସନ୍ଦେହ କରି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ବଦଳିଲା ‘ମନରେଗା’ ଯୋଜନା, ନୂଆ ‘VB-G RAM G’ ଆକ୍ଟରେ ଏବେ ପ୍ରତିଦିନ ମିଳିବ…

ନୂଆଦିଲ୍ଲୀ,୧।୭: ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri