Posted inଭଦ୍ରକ

୭ ଦିନର ଯାତ୍ରା ପରେ ୟୁକ୍ରେନ୍‌ରୁ ଆସିଲେ ସିଦ୍ଧାର୍ଥ

ଧାମନଗର, ୯।୩: ରୁଷିଆ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ସେଠାରେ ରହୁଥିବା ଓଡ଼ିଶାର ଛାତ୍ରୀଛାତ୍ର ଭୟ ଓ ଆଶଙ୍କା ଭିତରେ ଥିବା ବେଳେ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚେଷ୍ଟା ଜାରି ରଖିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ସ୍ବତନ୍ତ୍ର ବିମାନ ଯୋଗେ ୟୁକ୍ରେନରେ ପଡ଼ୁଥିବା ୭୭ ଜଣ ଛାତ୍ରୀଛାତ୍ର ସୋମବାର ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଭଗବାନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଖଗେଶ୍ୱର ମହାପାତ୍ର ଓ ତାଙ୍କର ସହଧର୍ମିଣୀ ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜିଷ୍ଠା ମିଶ୍ରଙ୍କ ପୁଅ ସିଦ୍ଧାର୍ଥ ମହାପାତ୍ର। ୨୦୧୬ ମସିହାରୁ ୟୁକ୍ରେନର ଭିଏନ କାର୍ଜୀନ ୟୁନିଭର୍ସିଟିକୁ ମେଡିକାଲ(ମେଡିସିନ) ପଢ଼ିବାକୁ ଯାଇଥିଲେ। ଆସନ୍ତା ଏପ୍ରିଲ ୨୦୨୨ରେ ତାଙ୍କ ପାଠ୍ୟକ୍ରମ ଶେଷ ହୋଇଥାନ୍ତା । ଓଡ଼ିଶା ସରକାରଙ୍କ ଦ୍ୱାରା ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ୭ ଦିନର ଯାତ୍ରା ପରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭଦ୍ରକ ଜିଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲା ପ୍ରଶାସନକୁ...

ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ

ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ।...

ଇଞ୍ଜିନିୟରରୁ ରାଷ୍ଟ୍ରମନ୍ତ୍ରୀ

ଭଦ୍ରକ,୧୩।୬ (ସନାତନ ରାଉତ)ଭଦ୍ରକ ଜିଲା ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ପଦ ମିଳିଛି। ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିବା ପରେ...

ରାଜନୈତିକ ଆକ୍ରୋଶରୁ ଘର ପୋଡ଼ିଦେଲେ

ଭଦ୍ରକ(ସନାତନ ରାଉତ)/ବନ୍ତ(ହରିନାରାୟଣ ମହାନ୍ତି), ୧୧।୬:ଭଦ୍ରକ ଜିଲା ବନ୍ତ ବ୍ଲକର ଗୋବିନ୍ଦପୁର ଗ୍ରାମରେ ରାଜନୈତିକ ହିଂସା ଘଟିଛି। ଗୋବିନ୍ଦପୁର ବଜାରସ୍ଥିତ ସତ୍ୟବ୍ରତ ସାହୁଙ୍କ ଘରେ ରବିବାର ରାତିରେ...

ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଆଜି ମଙ୍ଗନ, କାଲି ବାହାଘର

ଭଦ୍ରକ,୧୦ା୬(ସନାତନ ରାଉତ): ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ...

ଭଣ୍ଡାରିପୋଖରୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ; ପ୍ରାର୍ଥୀ ଘୋଷଣାରେ ବିଳମ୍ବ ପଛରେ ପକାଇଲା

ଭଦ୍ରକ,୧୦ା୬(ସନାତନ ରାଉତ): ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ସାରା ଓଡ଼ିଶାରେ ପରିବର୍ତ୍ତନ ହୋଇଥିବା ବେଳେ ଭଣ୍ଡାରିପୋଖରୀରେ ଭାଜପା ତୃତୀୟ ସ୍ଥାନକୁ...

ସାଲିସ ବିହୀନ ଓ ବିଚକ୍ଷଣା ଥିଲେ ନନ୍ଦିନୀ ଦେବୀ

ଭଦ୍ରକ,୯ା୬(ସନାତନ ରାଉତ): ସାଲିସ ବିହୀନ, ବିଚକ୍ଷଣ ରାଜନେତା ସହ ଜଣେ ସୁସାହିତି୍ୟକା, ଅନୁବାଦକ ଥିଲେ ଲୌହ ମାନବୀ ତଥା ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ...

ଲକ୍ଷ୍ମୀବସ୍‌ ଡ୍ରଇଭରଙ୍କୁ ମାଡ଼, ବେକ ଓ ହାତରେ ଲାଗିଛି ଆଘାତ

ବାସୁଦେବପୁର,୬।୭: ଲକ୍ଷ୍ମୀ ବସ୍‌କୁ ନେଇ ବିଭିନ୍ନ ଘଟଣା ଦେଖିବାକୁ ମିଳିଥିବାବେଳେ ଶୁକ୍ରବାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ବାସୁଦେବପୁରରେ ଲକ୍ଷ୍ମୀ ବସକୁ ଅଟକାଇଇ ଡ୍ରାଇଭରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri