Advertisement

୫ ବର୍ଷ ପୂର୍ବେ ବିବାହ କରିଥିଲେ ସିଦ୍ଧାନ୍ତ; ହଠାତ୍‌ ମୃତ୍ୟୁକୁ ନେଇ ଶୋକରେ ପରିବାର

ବମ୍ବେ: ଥିଲେ ବେଶ ଫିଟ୍‌ନେସ୍‌ ଫ୍ରିକ୍‌। ହେଲେ ଜିମ୍‌ରେ ଓ୍ବାର୍କଆଉଟ୍‌ କରିବା ବେଳେ ହୃଦ୍‌ଘାତ ଯୋଗୁ ଚାଲିଯାଇଛି ଜୀବନ। ମାତ୍ର ୪୬ ବର୍ଷ ବୟସରେ ଟେଲିପରଦାର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ଘଟିଛି। ୨୦୦୧ରୁ ଅଭିନୟ ଦୁନିଆରେ ସକ୍ରିୟ ଥିବା ଅଭିନେତାଙ୍କ ହଠାତ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ପ୍ରଶଂସକ। ପରିବାର ମଧ୍ୟ ଶୋକରେ ବୁଡ଼ି ଯାଇଛି।

सिद्धांत वीर सूर्यवंशी

ଦୁଇଥର ବିବାହ କରିଛନ୍ତି ସିଦ୍ଧାନ୍ତ। ୨୦୦୦ରେ ସେ ଇରା ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ବିବାହ କରିଥିଲେ। ୨୦୧୫ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ପ୍ରଥମ ବିବାହ ପରେ ସିଦ୍ଧାନ୍ତ ପୁଣି ଥରେ ମଡେଲ ଆଲିସିଆ ରାଉତଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ୫ ବର୍ଷ ପୂର୍ବେ ବିବାହ କରିନେଇଥିଲେ।

सिद्धांत वीर सूर्यवंशी

ପ୍ରଥମ ବିବାହରୁ ସିଦ୍ଧାନ୍ତଙ୍କ ଏକ ଝିଅ ରହିଛି। ସେହିଭଳି ଦ୍ୱିତୀୟ ପତ୍ନୀଙ୍କ ପ୍ରଥମ ବିବାହରୁ ତାଙ୍କର ଏକ ପୁଅ ମଧ୍ୟ ଅଛି। ଏବେ ସିଦ୍ଧାନ୍ତ ସ୍ତ୍ରୀଙ୍କ ମଡେଲ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ କାମ କରୁଥିଲେ। ହେଲେ ହଠାତ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଭାଙ୍ଗି ଦେଇଛି। ସୋସିଆଲ ମିଡିଆରେ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ଯା’ ହେବେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଭାଇ ତଥା ଅଭିନେତା ଆଦର ଜୈନ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଅଭିନେତ୍ରୀ...

ନାଁ ବଦଳାଇ ଦିଅନ୍ତୁ ଶୈଫ

ମୁମ୍ବାଇ: ବଲିଉଡର ନାୟକ ଶୈଫ ଅଲି ଖାଁ ଏବେ ଟ୍ରୋଲର୍ସଙ୍କ ଶିକାର ପାଲଟି ଯାଇଛନ୍ତି । କେହି କେହି ତାଙ୍କୁ ନାମ ବଦାଇ ଦେବାକୁ ଉପଦେଶ...

ବାବା କି ଢାବାରେ ପହଞ୍ଚିଲେ ବଲିଉଡ୍‌ ଷ୍ଟାର୍‌

ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ‘ବାବା କା ଢାବା’। ସୋସିଆଲ ମିଡିଆରେ ‘ବାବା କି ଢାବା’କୁ ନେଇ ଚର୍ଚ୍ଚା ହେବା...

ତାଣ୍ଡବ କରିବେ ସଞ୍ଜୟ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ୮୦ ଦଶକରୁ ବଲିଉଡରେ କାମ କରୁଥିବା ବେଳେ ଦିନକୁ ଦିନ ଏଠାରେ ତାଙ୍କ ଡିମାଣ୍ଡ ବଢିବାରେ ଲାଗିଛି ।...

ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି ଏହିସବୁ ଅଭିନେତ୍ରୀ

ବି-ଟାଉନ୍‌ରେ ଏବେ ବିବାହ ଋତୁ ଚାଲିଛି। ଟିଭିରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ପ୍ରସିଦ୍ଧ ଯୋଡିମାନେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ଅଭିନେତା ହୁଅନ୍ତୁ କି...

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହେବା ପରେ ଚର୍ଚ୍ଚାରେ ରହିଛି। ଅଳ୍ପ ଦିନରେ ଫିଲ୍ମଟି ବକ୍ସ...

ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି ପରିଣୀତି

ମୁମ୍ବାଇ: ଚଳଚ୍ଚିତ୍ର ‘ଜବରିୟା ଯୋଡ଼ି’ ପରେ ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଫିଲ୍ମ ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ର ଶୁଟିଂରେ ବ୍ୟସ୍ତ। ଫିଲ୍ମରେ ତାଙ୍କ...

ଆଦିତ୍ୟ ଚୋପ୍ରା-ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ବୟାନରେ ରହୁନି ତାଳମେଳ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ମୁମ୍ବାଇ ପୋଲିସ ଏହା ଆତ୍ମହତ୍ୟା...

Advertisement
Archives

Model This Week